ପ୍ରକାଶ ଥାଉ କି ବାରାକ ଓବାମାଙ୍କ ରାଷ୍ଟ୍ରପତିତ୍ବ କାଳରେ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଠ ବର୍ଷ କାଳ ଉପରାଷ୍ଟ୍ରପତି ରହିଥିଲେ। ୨୦୧୫ ମସିହାରେ ନରେନ୍ଦ୍ର ମୋଦୀ ମଧୢ ଓବାମାଙ୍କୁ ‘ମୋ ବନ୍ଧୁ ବାରାକ୍‌’ ବୋଲି ସ˚ବୋଧନ କରିଥିଲେ। ଏବେ କିନ୍ତୁ ସ୍ଥିତି ପରିବର୍ତ୍ତିତ। ଏବେ ଶାସନ କ୍ଷମତାରେ ନ ଥିବା ଓବାମା ଅତି ସ୍ବଚ୍ଛନ୍ଦରେ ଗଣତାନ୍ତ୍ରିକ ନୀତି ଆଦର୍ଶ ସମ୍ବନ୍ଧରେ ବକ୍ତବ୍ୟ ରଖିପାରିବେ, ଯହିଁରେ ରାଷ୍ଟ୍ରର ସ୍ବାର୍ଥ ବିଷୟରେ ଚିନ୍ତା କରିବାର ଦାୟ ଗୌଣ ହୋଇପାରେ! ସେହି ଦୃଷ୍ଟିରୁ ଉଭୟ ବାଇଡେନ ଓ ମୋଦୀଙ୍କ ସକାଶେ ସେମାନଙ୍କ ପରିଚିତ ଓବାମାଙ୍କ ମନ୍ତବ୍ୟ କୌଣସି ଅପରିଚିତଙ୍କ ଠାରୁ ଆସୁଥିବା ସ୍ବର ଭଳି ମଧୢ ଶୁଣା ଯାଉଥାଇପାରେ!

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ଆନୁଷ୍ଠାନିକ ଭାବେ ଅତ୍ୟନ୍ତ ସଫଳତାର ସହିତ ସମାପ୍ତ ହୋଇଛି ସତ, କିନ୍ତୁ ଏହାକୁ କେନ୍ଦ୍ର କରି ସୃଷ୍ଟ ତୁମୁଳ ଚର୍ଚ୍ଚା, ତର୍କ-ବିତର୍କ ଏବ˚ ସମାଲୋଚନା ଆଦିରେ ଭଟ୍ଟା ପଡ଼ିନାହିଁ; ଏହି ଗସ୍ତ ଫଳରେ ରାଷ୍ଟ୍ର ହାସଲ କରିଥିବା ଉପଲବ୍‌ଧି ଅପେକ୍ଷା ଭାରତରେ ପ୍ରଚଳିତ ଗଣତନ୍ତ୍ରର ସ୍ବାସ୍ଥ୍ୟକୁ ନେଇ ଉଭୟ ଭାରତ ଏବ˚ ଆମେରିକାରେ ପ୍ରଶ୍ନ, ପ୍ରତିକ୍ରିୟା ଏବ˚ ବିବାଦର ବାଚନିକ ଘୂର୍ଣ୍ଣିଝଡ଼ ମଧୢ ଦେଇ ଏହି ଗସ୍ତର ଗୁଣବତ୍ତା ନିର୍ଦ୍ଧାରଣ ସତେ ଯେମିତି ଅଧିକ ପ୍ରାଥମିକତା ଲାଭ କରିଛି। ସୁତରା˚, ଏଭଳି ଏକ ସ୍ଥିତିରୁ ଜାତ ସ˚ଶୟ ଦୂର ହେବା ସକାଶେ ଏକ ସ˚କ୍ଷିପ୍ତ ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏହି ଗସ୍ତକୁ ନେଇ ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତ ସରକାରଙ୍କ ଦ୍ବାରା ଜାରି ହୋଇଥିବା ୫୮ ପାରାଗ୍ରାଫ୍‌ ସମ୍ବଳିତ ମିଳିତ ବିବୃତ୍ତିରେ ଯାହା ଉଲ୍ଲେଖନୀୟ, ତାହା ହେଲା ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ଭାରତକୁ ‘ଘନିଷ୍ଠତମ’ ମିତ୍ର ଓ ସହଯୋଗୀ ରାଷ୍ଟ୍ର ରୂପେ ସ୍ବୀକୃତି ପ୍ରଦାନ; ଫଳରେ ଭାରତକୁ ବିଭିନ୍ନ କ୍ଷେତ୍ରରେ ସର୍ବାଧୁନିକ ଏବ˚ ଗୂଢ଼ ବୈଷୟିକ ଜ୍ଞାନ କୌଶଳ ହସ୍ତାନ୍ତର କରିବାରେ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କାର୍ପଣ୍ୟ ପ୍ରଦର୍ଶନ କରାଯାଇନାହିଁ; ଏବ˚ ତହିଁରେ ଉଲ୍ଲିଖିତ ଅଛି ଯେ ଏ ସ˚ପର୍କର ଚୌହଦୀ ‘ସମୁଦ୍ର ଠାରୁ ଆକାଶ’ ପର୍ଯ୍ୟନ୍ତ ପରିବ୍ୟାପ୍ତ। ତେବେ ଭାଷାର ବହ୍ବାଡ଼ମ୍ବରକୁ ଅତିକ୍ରମ କରି ଏହି ରାଷ୍ଟ୍ର ଦ୍ବୟ ମଧୢରେ ସ୍ଥାପିତ ହେବାକୁ ଯାଉଥିବା ସହଯୋଗର ଏକ ପ୍ରକୃତ ଚିତ୍ର ପାଇବାକୁ ହେଲେ ନିମ୍ନୋକ୍ତ କେତେକ ଉଦାହରଣକୁ ଦେଖାଯାଇପାରେ: ସେଗୁଡ଼ିକ ହେଲା ଯଥାକ୍ରମେ ପୃଥିବୀର ଅନ୍ୟତମ ସର୍ବାଧୁନିକ ଓ ସର୍ବୋତ୍କୃଷ୍ଟ ଜେଟ୍‌ ଇଞ୍ଜିନ ଜିଇଏସ୍‌-୪୧୪ ନିର୍ମାଣର ବୈଷୟିକ ଜ୍ଞାନ କୌଶଳ ହସ୍ତାନ୍ତରଣ, ଯାହା ସମ୍ଭବତଃ କ୍ବଚିତ କୌଣସି ଅନ୍ୟ ରାଷ୍ଟ୍ର ଲାଭ କରିଛନ୍ତି; ଅତ୍ୟନ୍ତ ଆଧୁନିକ ଏବ˚ ଉଚ୍ଚ ଦକ୍ଷତା ସ˚ପନ୍ନ ପ୍ରେଡାଟର ‘ଡ୍ରୋନ୍‌’ ବିମାନର କ୍ରୟ (୩ ବିଲିଅନ ଡଲାରର ଚୁକ୍ତି) ସହିତ ଏହି ବିମାନର ଯନ୍ତ୍ରା˚ଶ ଖଞ୍ଜିବା ଏବ˚ ମରାମତି ସକାଶେ ଭାରତରେ କାରଖାନା ସ୍ଥାପନ ଓ ଦକ୍ଷତା ବିକାଶ, ଯାହା ଭବିଷ୍ୟତ୍‌ରେ ଭାରତକୁ ଅତ୍ୟାଧୁନିକ ସ୍ବଦେଶୀ ଡ୍ରୋନ୍‌ ନିର୍ମାଣରେ ସମର୍ଥ କରିବ; ‘ହାଇ ପରଫର୍ମାନ୍‌ସ କ˚ପ୍ୟୁଟି˚’ କ୍ଷେତ୍ରରେ ବିସ୍ତୃତ ବୈଷୟିକ ଜ୍ଞାନର ହସ୍ତାନ୍ତରଣ, ଯଦ୍ଦ୍ବାରା ବିଭିନ୍ନ ଅତ୍ୟାଧୁନିକ ‘ତକନିକୀ’ ବିକାଶ କ୍ଷେତ୍ରରେ ଭାରତ ଏକ ଲ˚ଫ ପ୍ରଦାନ କରିବାର ସମ୍ଭାବନା ସୃଷ୍ଟି ହେବ; ଆମେରିକାର ‘ନାସା’ ଓ ଭାରତର ‘ଇସ୍ରୋ’ଙ୍କ ମିଳିତ ସହଯୋଗରେ ଆସନ୍ତା ୨୦୨୪ ମସିହା ସୁଦ୍ଧା ମହାକାଶକୁ ଭାରତୀୟ ମହାକାଶଚାରୀଙ୍କ ପ୍ରେରଣ; ‘କୃତ୍ରିମ ବୁଦ୍ଧିମତ୍ତା’ର ବିକାଶ କ୍ଷେତ୍ରରେ ଭାରତକୁ ଗୂଢ଼ ପ୍ରାବିଧିକ ଜ୍ଞାନ ପ୍ରଦାନ; ବି‌େଶଷ ଦକ୍ଷତା ବିକାଶ ସକାଶେ ୫୬,୦୦୦ ଭାରତୀୟଙ୍କୁ ତାଲିମ ପ୍ରଦାନ; ‘ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ’ରେ ବିଚରଣ କରୁଥିବା ଆମେରିକୀୟ ନୌବାହିନୀର ସମର ତରୀଗୁଡ଼ିକର ମରାମତି ଏବ˚ ରକ୍ଷଣାବେକ୍ଷଣ ସକାଶେ ଭାରତରେ କାରଖାନା ପ୍ରତିଷ୍ଠା; କୋଭାଡ଼ା ଠାରେ ପ୍ରତିଷ୍ଠିତ ହେବାକୁ ଯାଉଥିବା ଛଅ ହଜାର ମେଗାଵାଟ୍‌ କ୍ଷମତା ସ˚ପନ୍ନ ଆଣବିକ ଶକ୍ତି କେନ୍ଦ୍ର ସକାଶେ ରିଆକ୍ଟର ନିର୍ମାଣରେ ବୈଷୟିକ ସହାୟତା ପ୍ରଦାନ; ଭାରତୀୟ ରେଳଗାଡ଼ି ଦ୍ବାରା ହେଉଥିବା କାର୍ବନ ଉତ୍ସର୍ଜନ ସ୍ତରକୁ ଶୂନକୁ ନେବା ସକାଶେ ଡିଜେଲ ଇ˚ଜିନ ବଦଳରେ ଅତ୍ୟାଧୁନିକ ବିଦ୍ୟୁତ୍‌ ଇ˚ଜିନର ନିର୍ମାଣ ସକାଶେ କାରଖାନା ସ୍ଥାପନ ଇତ୍ୟାଦି। ଏହି ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ଏହି ଆମେରିକା ଗସ୍ତ ଯେ ଅତ୍ୟନ୍ତ ସଫଳ ଏବ˚ ସମ୍ଭାବନାମୟ ତହିଁରେ ଦ୍ବିରୁକ୍ତି ନାହିଁ; ଯାହାର ଏକ ସୁଦୂରପ୍ରସାରୀ ପ୍ରଭାବ ଭାରତ ଉପରେ ପଡ଼ିବ।
ଏହି ଗସ୍ତ କାଳରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ବାରା ପ୍ରଦର୍ଶିତ ନିବିଡ଼ ମିତ୍ରତାପୂର୍ଣ୍ଣ ଆଚରଣ ଅନେକଙ୍କୁ ନିରାଶ କରିଛି, ଯେଉଁମାନେ ଅନୁମାନ କରନ୍ତି ଯେ ଏହା ପଛରେ ତାଙ୍କର ଏକ ଧୂର୍ତ୍ତ ରାଜନୈତିକ ଉଦ୍ଦେଶ୍ୟ ଥାଇପାରେ; ହୁଏ’ତ ବାଇଡେନ୍‌ଙ୍କ ଧାରଣା ଯେ ଆସନ୍ତା ଆମେରିକା ନିର୍ବାଚନ ପୂର୍ବରୁ ବିଶାଳ ସ˚ଖ୍ୟକ ଭାରତୀୟ ମୂଳର ଆମେରିକୀୟଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଚ୍ଚାଟ ଭରା ଆହ୍ବାନ ‘ଅବକି ବାର ବାଇଡେନ୍‌ ସରକାର!’ ପ୍ରଭାବିତ କରିବ; ଯେମିତି ୨୦୨୦ ମସିହାରେ ଡୋନାଲ୍‌ଡ ଟ୍ର˚ପଙ୍କ ସପକ୍ଷରେ କେତେକାଂଶରେ କରିଥିଲା। ସୁତରା˚, ଜୋ ବାଇଡେନ୍‌ ନିଶ୍ଚିତ ଯେ ଆସନ୍ତା ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ବିଜୟ ଅନିବାର୍ଯ୍ୟ, ସୁତରା˚, ତାଙ୍କୁ ଠିକଣା ଭାବେ ଅମଳ କରାଯାଇପାରିଲେ ଆସନ୍ତା ଆମେରିକୀୟ ନିର୍ବାଚନ ସମୟରେ ତାଙ୍କ ସପକ୍ଷରେ ଆମେରିକା ଭୂମିରେ ମୋଦୀଙ୍କ ସ୍ବର ମଧୢ ଶୁଭିବ!
କିନ୍ତୁ ଏଣେ ଭାରତର ବିଜେପି ନେତୃତ୍ବାଧୀନ ସରକାର ‘ହିନ୍ଦୁତ୍ବବାଦୀ’ ଏବ˚ ସ˚ଖ୍ୟାଲଘୁ (ବିଶେଷ କରି ମୁସଲମାନ) ସ˚ପ୍ରଦାୟ ବିଦ୍ବେଷୀ ବୋଲି ଏକ ଦୃଢ଼ ବ୍ୟାଖ୍ୟାନ ଆମେରିକୀୟ ଗଣମାଧୢମ ଦ୍ବାରା ବିଗତ ଆଠ ବର୍ଷ ଧରି ପ୍ରସାରିତ ହୋଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଅତ୍ୟନ୍ତ ଅଗଣତାନ୍ତ୍ରିକ ଏବ˚ ଏକାଧିପତ୍ୟବାଦୀ’ର ପରିଚିତି ପ୍ରଦାନ କରିଛି; ଅର୍ଥାତ୍‌ ଗଣତନ୍ତ୍ରର ଧ୍ବଜାଧାରୀ ଯୁକ୍ତରାଷ୍ଟ୍ର ଆମେରିକାର ମିତ୍ରତାର ପାତ୍ର ସେ ହେବା ଅସମୀଚୀନ! ଏହି ପରିପ୍ରେକ୍ଷୀରେ କ˚ଗ୍ରେସର ୭୦ ଜଣ ସିନେଟରଙ୍କ ଦସ୍ତଖତ ସମ୍ବଳିତ ଏକ ସ୍ମାରକ ପତ୍ର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରଦାନ କରାଯାଇ ତହିଁରେ ମୋଦୀଙ୍କୁ ଭେଟିବା ଅବସରରେ ତାଙ୍କୁ ଏ ସ˚କ୍ରାନ୍ତରେ ଚେତାଇ ଦେବା ସକାଶେ ଅନୁରୋଧ କରାଯିବାରେ ବିସ୍ମୟର ବିଶେଷ କାରଣ ନାହିଁ। ଏ ସ˚ଦର୍ଭରେ ଯାହା ଆହୁରି ଆଲୋଡ଼ନ ସୃଷ୍ଟି କରିଥାଏ, ତାହା ହେଲା ଏହି ଗସ୍ତ କାଳରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଦ୍ବାରା ‘ସିି.ଏନ.ଏନ.’କୁ ପ୍ରଦତ୍ତ ଏକ ସାକ୍ଷାତକାର, ଯହିଁରେ ତାଙ୍କର ତୀକ୍ଷ୍‌ଣ, ସିଧାସଳଖ ଏବ˚ ସାମାନ୍ୟ କର୍କଶ ମନ୍ତବ୍ୟ କହିଥାଏ ଯେ ଯଦି ସେ ବାଇଡେନଙ୍କ ସ୍ଥାନରେ ଥାଆନ୍ତେ, ତେବେ ସେ ଏ ସ˚ପର୍କରେ ମୋଦୀଙ୍କୁ ନିଶ୍ଚୟ ପ୍ରଶ୍ନ କରନ୍ତେ ଏବ˚ ଯଦି ଭାରତରେ ଏଭଳି ସ୍ଥିତି ଅବ୍ୟାହତ ରହେ, ତେବେ ଭାରତ ଦ୍ବିଧା ବିଭାଜିତ ହେବ, ଯାହା ଭାରତୀୟ ମୁସଲମାନଙ୍କ ସହିତ ଭାରତୀୟ ହିନ୍ଦୁମାନଙ୍କର ମଧୢ କ୍ଷତି ସାଧନ କରିବ। କିନ୍ତୁ ଗଣତନ୍ତ୍ର ଓ ମାନବିକ ମୂଲ୍ୟବୋଧ ପ୍ରତି ସମ୍ମାନ ଓ ଆଦର ଭଳି ବିଷୟରେ ଜୋ ବାଇଡେନ୍‌ ଉଭୟ ଭାରତ ଏବ˚ ଆମେରିକାକୁ ଏକ ସମତଳରେ ଛିଡ଼ା କରାଇବା ସହିତ ଅନ୍ତତଃ ପ୍ରକାଶ୍ୟରେ ଏଭଳି କୌଣସି ଅସ୍ବସ୍ତିକର ପ୍ରସଙ୍ଗ ଉତ୍‌ଥାପନ କରି ନାହାନ୍ତି। କାରଣ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ନୀତିର ମଞ୍ଜ ହେଲା ‘ରାଷ୍ଟ୍ରର ସ୍ବାର୍ଥ ରକ୍ଷା’ ସକାଶେ ସମସ୍ତ ଆଦର୍ଶକୁ ଜଳାଞ୍ଜଳି ଦିଆଯାଇପାରେ; ଯେଉଁ କାରଣରୁ ଚତୁର୍ଥ ଦଶକ ଠାରୁ ଏ ଯାବତ୍‌ ପୃଥିବୀର କୁଖ୍ୟାତ କ୍ଷମତାଲୋଭୀ ଏକଛତ୍ରବାଦୀ ଶାସକଙ୍କ ସହିତ ଆମେରିକା ମିତ୍ରତାପୂର୍ଣ୍ଣ ସମ୍ବନ୍ଧ ରଖି ଆସିଛି; ଯେଉଁମାନଙ୍କ ମଧୢରେ ନିକାରାଗୁଆର ଏକଛତ୍ରବାଦୀ ଶାସକ ସମୋଜାଙ୍କ ଠାରୁ ଆରମ୍ଭ କରି କ୍ୟୁବାର ବାଟିସ୍ତା ଏବ˚ ଚିଲିର ପିନୋସେଟଙ୍କ ମଧୢ ଦେଇ ପାକିସ୍ତାନର ଜିଆ ଉଲ ହକ୍‌ ଏବ˚ ପରଭେଜ ମୁସାରଫଙ୍କ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ।
ତେବେ, କେବଳ ଆମେରିକା ନୁହେଁ, ଏହା ମଧୢ ପୃଥିବୀର ପ୍ରତ୍ୟେକ ରାଷ୍ଟ୍ରର ବିଦେଶ ନୀତିର ମୂଳ ଆଦର୍ଶ; ଯାହା ହେଲା ରାଷ୍ଟ୍ରର ସ୍ବାର୍ଥ ସମକ୍ଷରେ ନୈତିକତା ବା ମାନବ ମୂଲ୍ୟବୋଧକୁ ପଛକୁ ଠେଲି ଦିଆଯାଇପାରେ! ଅବଶ୍ୟ, ଏ କଥା ସତ ଯେ ଭାରତରେ ପ୍ରଚଳିତ ଗଣତନ୍ତ୍ର ଆଦର୍ଶସ୍ଥାନୀୟ ନୁହେଁ। ସେହି ଦୃଷ୍ଟିରୁ କୌଣସି ଗଣତନ୍ତ୍ର ସ˚ପୂର୍ଣ୍ଣ ଆଦର୍ଶସ୍ଥାନୀୟ ହୋଇ ନ ଥାଏ। ସୁତରା˚, ଏହା ମଧୢ ସ୍ବୀକାର୍ଯ୍ୟ ଯେ ଯୁକ୍ତରାଷ୍ଟ୍ର ଆମେରିକାର ଗଣତନ୍ତ୍ର ମଧୢ ବିକୃତିମୁକ୍ତ ନୁହେଁ। ସ˚ପ୍ରତି ଯୁକ୍ତରାଷ୍ଟ୍ର ଆମେରିକା ଲାଗି ଯାହା ଅଧିକ ଉଦ୍‌ବିଗ୍ନକାରୀ, ତାହା ହେଲା ଏକ ତୀବ୍ର ପ୍ରତିଦ୍ବନ୍ଦ୍ବୀ ଭାବେ ଚୀନର ଶିରୋତ୍ତୋଳନ, ଯାହା ଆମେରିକାକୁ ଅଗତ୍ୟା ଭାରତର ମିତ୍ରତା ଲାଭ କରିବା ଲାଗି ବାଧୢ କରିଛି; ଯେଉଁ ଅନିବାର୍ଯ୍ୟତା ସମ୍ମୁଖରେ ହୁଏ’ତ ଗଣତନ୍ତ୍ର ବା ଗଣତାନ୍ତ୍ରିକ ମୂୂଲ୍ୟବୋଧ ସ˚ପର୍କିତ ଆଲୋଚନାମାନ ଗୌଣ ଭଳି ମନେ ହୋଇପାରେ। ପ୍ରକାଶ ଥାଉ କି ବାରାକ ଓବାମାଙ୍କ ରାଷ୍ଟ୍ରପତିତ୍ବ କାଳରେ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଠ ବର୍ଷ କାଳ ଉପରାଷ୍ଟ୍ରପତି ରହିଥିଲେ। ୨୦୧୫ ମସିହାରେ ନରେନ୍ଦ୍ର ମୋଦୀ ମଧୢ ଓବାମାଙ୍କୁ ‘ମୋ ବନ୍ଧୁ ବାରାକ୍‌’ ବୋଲି ସ˚ବୋଧନ କରିଥିଲେ। ଏବେ କିନ୍ତୁ ସ୍ଥିତି ପରିବର୍ତ୍ତିତ। ଏବେ ଶାସନ କ୍ଷମତାରେ ନ ଥିବା ଓବାମା ଅତି ସ୍ବଚ୍ଛନ୍ଦରେ ଗଣତାନ୍ତ୍ରିକ ନୀତି ଆଦର୍ଶ ସମ୍ବନ୍ଧରେ ବକ୍ତବ୍ୟ ରଖିପାରିବେ, ଯହିଁରେ ରାଷ୍ଟ୍ରର ସ୍ବାର୍ଥ ବିଷୟରେ ଚିନ୍ତା କରିବାର ଦାୟ ଗୌଣ ହୋଇପାରେ! ସେହି ଦୃଷ୍ଟିରୁ ଉଭୟ ବାଇଡେନ ଓ ମୋଦୀଙ୍କ ସକାଶେ ସେମାନଙ୍କ ପରିଚିତ ଓବାମାଙ୍କ ମନ୍ତବ୍ୟ କୌଣସି ଅପରିଚିତଙ୍କ ଠାରୁ ଆସୁଥିବା ସ୍ବର ଭଳି ମଧୢ ଶୁଣା ଯାଉଥାଇପାରେ!