କାଳର ପରିହାସ

କିନ୍ତୁ ପାକିସ୍ତାନ କ’ଣ ହୃଦୟଙ୍ଗମ କରି ପାରିବ ଯେ ଏହା ପ୍ରକୃତରେ ତାଲିବାନର ନୁହେଁ; ଏହା କାଳର ପରିହାସ! ଏହା ମଧୢ ସତ ଯେ କାଳର ପରିହାସକୁ ଠିକଣା ଭାବେ ବୁଝିଥିବା ଲୋକେ କଦାପି କାହାକୁ ପରିହାସ କରନ୍ତି ନାହିଁ। ତେଣୁ ପାକିସ୍ତାନର ସ୍ଥିତି ଭାରତରେ ମଧୢ ପରିହାସର ଖୋରାକ ନ ହୋଇ ବର˚ ଅଧିକ ସତର୍କତା ସୃଷ୍ଟି କରୁ। କାରଣ ପାକିସ୍ତାନ ପାଳିଥିବା ସର୍ପଗୁଡ଼ିକ ଗୃହ ମଧୢକୁ ପ୍ରବେଶ କରିବାର ଯଥେଷ୍ଟ ପୂର୍ବରୁ ବାଡ଼ ଡେଇଁ ଭାରତ ନାମକ ପଡ଼ୋଶୀଟିର ପ୍ରଚୁର କ୍ଷତି ଘଟାଇ ସାରିଛନ୍ତି।

୨୦୧୧ ମସିହାରେ ପାକିସ୍ତାନର ରାଜଧାନୀ ଇସଲାମାବାଦ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରିକାର ତତ୍କାଳୀନ ଉପରାଷ୍ଟ୍ରପତି ହିଲାରୀ କ୍ଲିଣ୍ଟନ ପ୍ରଦାନ କରିଥିବା ଯେଉଁ ମନ୍ତବ୍ୟଟି ଅଗତ୍ୟା ଜଣେ ଆଗତଦ୍ରଷ୍ଟାଙ୍କ ମୁଖ-ନିସୃତ ଭବିଷ୍ୟତ୍‌ବାଣୀ ଭଳି ବର୍ତ୍ତମାନ ମନେ ହୋଇଥାଏ, ତାହା ଏହିପରି: ପାକିସ୍ତାନ ତା’ର ବାରି ପଟ ଅଗଣାରେ ଯେଉଁ ସର୍ପମାନଙ୍କୁ ପ୍ରତିପୋଷଣ କରୁଛି, ସେମାନେ କେବେ ନା କେବେ ବୁଲି ପଡ଼ି ପାଳନକାରୀକୁ ଦ˚ଶନ କରିବେ। କହିବା ନିଷ୍ପ୍ରୟୋଜନ ଯେ ହିଲାରୀ କ୍ଲିଣ୍ଟନଙ୍କ ଅଭିବ୍ୟକ୍ତିରେ ସ୍ଥାନିତ ‘ସର୍ପ’ ଥିଲା ‘ଆତଙ୍କବାଦ’ର ଏକ ‘ମେଟାଫର‌୍‌’ ବା ରୂପକଳ୍ପ। ଏଠାରେ ସ୍ମରଣଯୋଗ୍ୟ ଯେ ଏଭଳି ଘାତକ ସର୍ପର ଓଲଟ ଦ˚ଶନର ଜ୍ବାଳା ପାକିସ୍ତାନ ଅନୁଭବ କରିଥିଲା ଏହାର ମାତ୍ର ତିନି ବର୍ଷ ପରେ ଅର୍ଥାତ୍‌ ୨୦୧୪ ଡିସେମ୍ବରର ଏକ କୋମଳ ପୂର୍ବାହ୍‌ଣରେ, ଯେତେବେଳେ ‘ତେହରିକ ଏ ତାଲିବାନ-ପାକିସ୍ତାନ’ ବା ‘ଟି.ଟି.ପି.’ ନାମକ ଆତଙ୍କବାଦୀ ସ˚ଗଠନର ସଦସ୍ୟମାନେ ପେଶାଵର ଠାରେ ଏକ ସ୍କୁଲ ଉପରେ ଆକ୍ରମଣ କରି ଅନେକ ଛାତ୍ରଛାତ୍ରୀଙ୍କ ସମେତ ୧୫୦ ଜଣଙ୍କୁ ହତ୍ୟା କରିଥିଲେ। ସେହି ଘଟଣା ପର ଠାରୁ ଇତି ମଧୢରେ ଆଠ ବର୍ଷ ଅତିକ୍ରାନ୍ତ ହୋଇ ସାରିଲାଣି ଏବ˚ ପାକିସ୍ତାନର ଅଗଣାରେ ଖେଳାବୁଲା କରୁଥିବା ସର୍ପଗୁଡ଼ିକ ଗୃହ ମଧୢରେ ପ୍ରବେଶ କରି ଦ˚ଶି ଚାଲିଥିବା ସତ୍ତ୍ବେ ଏକ ବିଡ଼ମ୍ବନା ସ୍ବରୂପ ସେମାନଙ୍କୁ ପାଳନ କରିବାର ଦୁର୍ବାର ନିଶାରୁ ପାକିସ୍ତାନ ଏ ଯାବତ୍‌ ମୁକ୍ତ ହୋଇ ପାରିନାହିଁ; ଯେଉଁ କାରଣରୁ ଏହି ସର୍ପଗୁଡ଼ିକ ଅଗତ୍ୟା ପାକିସ୍ତାନ ସକାଶେ ଏକ ଅସ୍ତିତ୍ବ ସ˚କଟର କାରଣ ମଧ୍ୟ ହେଲେଣି।

ବିଗତ ଦୁଇ ଦଶନ୍ଧି ମଧୢରେ ଆଫଗାନିସ୍ତାନକୁ ଦୁଇ ଦୁଇ ଥର ଦୁଇଟି ବିଦେଶୀ ଶକ୍ତି ଯଥାକ୍ରମେ ରୁଷିଆ ଏବ˚ ଯୁକ୍ତରାଷ୍ଟ୍ର ଆମେରିକାର ଦଖଲରୁ ମୁକ୍ତ କରି ପାରିଥିବା ପାକିସ୍ତାନ ଦର୍ପରେ ସ୍ଫୀତ ହେଉଥିବା ବେଳେ ସମ୍ଭବତଃ ହୃଦୟଙ୍ଗମ କରି ପାରି ନ ଥିଲା ଯେ ଏହି ଉଦ୍ଦେଶ୍ୟରେ ତା’ ଦ୍ବାରା ସୃଷ୍ଟ ଓ ପରିପୁଷ୍ଟ ଦୁର୍ଦ୍ଧର୍ଷ ଆତଙ୍କବାଦୀ ସ˚ଗଠନ ତାଲିବାନ ଦିନେ ତାକୁ ମଧୢ ଏକ ଶ୍ମଶାନ ଭୂମିରେ ପରିଣତ କରି ଦେବାର ସମ୍ଭାବନା ସୃଷ୍ଟି କରିବ! ଉଲ୍ଲେଖ ଥାଉ କି କ୍ରମେ ତାଲିବାନ ମତାଦର୍ଶ ଏବ˚ ନାମ ସହିତ ସାଦୃଶ୍ୟ ବହନ କରିଥିବା ଆଉ ଏକ ଆତଙ୍କବାଦୀ ସ˚ଗଠନ (ଟି.ଟି.ପି.) ସମାନ୍ତରାଳ ଭାବେ ପାକିସ୍ତାନରେ ଗଢ଼ି ଉଠିଥିଲା, ଯେଉଁ ସ˚ଗଠନ ସ˚ପ୍ରତି ପାକିସ୍ତାନ ରାଷ୍ଟ୍ରଶକ୍ତି ବିରୋଧରେ ଏକ ପ୍ରକାଶ୍ୟ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛି। ଉଲ୍ଲେଖ ଥାଉ କି ପାକିସ୍ତାନ-ଆଫଗାନିସ୍ତାନ ସୀମାନ୍ତ ସନ୍ନିକଟ କେତେକ ଅଞ୍ଚଳ (ଗିଲଗିଟ୍‌-ପାକିସ୍ତାନ, ଖାଇବର ପଖତୁନଖ୍ବା, ପେଶାଵର, କୋହାଟ ଭଳି) ବର୍ତ୍ତମାନ ବସ୍ତୁତଃ ଏହି ସ˚ଗଠନ ‘ଟି.ଟି.ପି.’ର ଅଧୀନରେ, ଯେଉଁଠାରେ ଏକ ଚରମ ମୌଳବାଦୀ ଇସଲାମୀୟ ଶାସନ ଚାଲିଛି ଏବ˚ ଇସଲାମାବାଦ ସେଠାରେ ନିଷ୍ପ୍ରଭ ହେବାକୁ ବସିଲାଣି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ‘ଟି.ଟି.ପି.’ ଅଦମନୀୟ ବୋଲି ସମ୍ଭବତଃ ହୃଦୟଙ୍ଗମ କରି ପାକିସ୍ତାନ ସରକାର ଅଗତ୍ୟା ତା’ ସହିତ ସ˚ଘର୍ଷ ବିରତି ସର୍ତ୍ତ ସହିତ ଏକ ଆଲୋଚନା ପ୍ରାରମ୍ଭ କରିଥିଲେ, ଯହିଁରେ ଆଫଗାନିସ୍ତାନର ତାଲିବାନ ଏକ ମୁଖ୍ୟ ଭୂମିକା ନିର୍ବାହ କରିଥିଲା। କିନ୍ତୁ, ପାକିସ୍ତାନ ସରକାରଙ୍କ ଆଭିମୁଖ୍ୟରେ ସନ୍ଦେହ ପ୍ରକଟ କରି ‘ଟି.ଟି.ପି.’ ପକ୍ଷରୁ ଗଲା ଜୁନ୍‌ ମାସରେ ଏହି ସ˚ଘର୍ଷ ବିରତିକୁ ଅମାନ୍ୟ କରାଯାଇ ପୁନର୍ବାର ଆକ୍ରମଣମାନ ଘଟା ଯିବାରେ ଲାଗିଛି। ଏହି ସ˚ଦର୍ଭରେ ‘ସେଣ୍ଟର ଫର ରିସର୍ଚ୍ଚ ଏଣ୍ତ ସିକ୍ୟୁରିଟି ଷ୍ଟଡିଜ୍‌’ ବା ‘ସି.ଆର.ଏସ୍‌.ଏସ.’ ପକ୍ଷରୁ ପ୍ରକାଶିତ ପରିସ˚ଖ୍ୟାନ କହିଥାଏ ଯେ କେବଳ ୨୦୨୨ରେ ଆତଙ୍କବାଦୀ ଆକ୍ରମଣରେ ୨୮୨ ଜଣ ସୁରକ୍ଷା କର୍ମଚାରୀଙ୍କ ମୃତ୍ୟୁ ଘଟିଛି, ଯହିଁରୁ କେବଳ ଗଲା ଡିସେମ୍ବର ମାସରେ ମୃତ୍ୟୁ ବରଣ କରିଛନ୍ତି ୪୦ ଜଣ। ଗଲା ବର୍ଷ ପାକିସ୍ତାନ ୫୦୬ଟି ଆତଙ୍କବାଦୀ ଆକ୍ରମଣରେ ୯୭୩ ଜଣ ପ୍ରାଣ ହରାଇବା ଦେଖିଛି। ପାକିସ୍ତାନ ‘ଟି.ଟି.ପି’ର ଜାନ୍ତବ ଫାଶରୁ ମୁକ୍ତ ହେବା ଲାଗି କିଭଳି ବ୍ୟାକୁଳ, ତାହା ଜଣାପଡ଼ିଥାଏ ସ˚ଘର୍ଷ ବିରତି କାଳୀନ ଆଲୋଚନାରୁ, ଯହିଁରେ ପାକିସ୍ତାନ ସରକାର ‘ଟି.ଟି.ପି.’ ଦଖଲରେ ଥିବା ଅଞ୍ଚଳରେ ସାରିଆ ଆଇନ ପ୍ରବର୍ତ୍ତନ କରିବା ସହିତ ବନ୍ଦୀ ଆତଙ୍କବାଦୀଙ୍କୁ ମୁକ୍ତ କରିଦେବା ଭଳି ପ୍ରସ୍ତବରେ ମଧୢ ପ୍ରାୟ ସମ୍ମତ ହୋଇ ଯାଇଥିଲେ। ତେବେ ଏହା ଦ୍ବାରା ସ˚ପ୍ରତି ଯେଉଁ ପରିସ୍ଥିତି ଦୃଶ୍ୟମାନ ହେଉଛି, ତାହା ହେଲା ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ରାଷ୍ଟ୍ର ଶକ୍ତିକୁ ଚ୍ୟାଲେ˚ଜ୍‌ କରି ଦେଶର ଗୋଟିଏ ଅ˚ଶରେ ଏକ ଆତଙ୍କବାଦୀ ସ˚ଗଠନର ଶାସନ।

ଏଭଳି ଏକ ସ୍ଥିତିରେ ଗଲା ଡିସେମ୍ବର ୨୫ ତାରିଖ ଦିନ ‘ଟି.ଟିି.ପି.’ ଦ୍ବାରା ସ˚ଘଟିତ ଏକ ଜଘନ୍ୟ ବିସ୍ଫୋରଣରେ ପାକିସ୍ତାନର ଛଅ ଜଣ ସୈନିକ ଓ ସେନାଧିକାରୀଙ୍କ ମୃତ୍ୟୁ ଘଟିବା ପରେ ପାକିସ୍ତାନ ପକ୍ଷରୁ ‘ଟି.ଟି.ପି.’ର ମୂଳୋତ୍ପାଟନ ସକାଶେ ଆଫଗାନିସ୍ତାନ ଭୂମିରେ ରହିଥିବା ‘ଟି.ଟି.ପି.’ର ଗୁପ୍ତ ଆଡ୍‌ଡ଼ା ଉପରେ ଆକ୍ରମଣ କରିବାର ଧମକ ଦିଆ ଯାଇଛି। କିନ୍ତୁ ଏହାର ପ୍ରତିକ୍ରିୟାରେ ଏକଦା ପାକିସ୍ତାନର ବଚସ୍କର ଭଳି ମନେ ହେଉଥିବା ଆଫଗାନିସ୍ତାନର ତାଲିବାନ ଶାସକ ଟ୍ବିଟ୍‌ କରି ଯେଉଁ ମରମ ଜ୍ବାଳା ସୃଷ୍ଟି କଲା ଭଳି ପରିହାସମୂଳକ ଉତ୍ତର ପ୍ରଦାନ କରିଛନ୍ତି, ତାହା ପ୍ରଣିଧାନଯୋଗ୍ୟ। ସେହି ଉତ୍ତରରେ ୧୯୭୧ ମସିହାର ବା˚ଲାଦେଶ ମୁକ୍ତି ଯୁଦ୍ଧ କାଳରେ ଭାରତ ସମକ୍ଷରେ ପାକିସ୍ତାନ ସେନାର ଲଜ୍ଜାଜନକ ଆତ୍ମ-ସମର୍ପଣ କ୍ଷଣର ଫଟୋ-ଚିତ୍ର ସ˚ଲଗ୍ନ କରି କୁହାଯାଇଛି ଯେ ସେଭଳି ଆକ୍ରମଣ କଲେ ପାକିସ୍ତାନକୁ ପୁନର୍ବାର ସମତୁଲ ଅପମାନଜନକ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ଏହି ପରିପ୍ରେକ୍ଷୀରେ ଅନେକ ପର୍ଯ୍ୟବେକ୍ଷକ ଏହି ବାର୍ତ୍ତାରେ ନିହିତ ଏକ ଅବ୍ୟକ୍ତ ସୂକ୍ଷ୍ମ ସନ୍ଦେଶ ମଧୢ ପଢ଼ି ଥାଆନ୍ତି, ଯାହା ହେଲା ସେଭଳି ଦୁଃସାହସ କଲେ ପାକିସ୍ତାନ ପୁଣି ଥରେ ବା˚ଲାଦେଶ ସଦୃଶ ପକ୍ଷ ଛେଦନର ଦୁର୍ଭାଗ୍ୟ ଭୋଗିବ। ଏଠାରେ ପ୍ରକାଶ ଥାଉ କି ପାକିସ୍ତାନ ଓ ଆଫଗାନିସ୍ତାନ ମଧୢରେ ଥିବା ‘ଡ୍ୟୁରାଣ୍ଟ ଲାଇନ’କୁ ଆଫଗାନିସ୍ତାନ ମୂଳରୁ ଅସ୍ବୀକାର କରି ଆସିଛି ଏବ˚ ତାଲିବାନର ଦ୍ବିତୀୟ ପାଳିର ଶାସନ କାଳରେ ଏହା ଅଧିକ ଆକ୍ରମଣାତ୍ମକ ହୋଇଛି। ଏଭଳି ସ୍ଥଳେ ପାକିସ୍ତାନ ବାରମ୍ବାର ତାଲିବାନ ଶାସକଙ୍କ ଦ୍ବାରା ବିଦ୍ରୂପର ଶିକାର ହେଉଥିବା ମଧୢ ଦେଖିବାକୁ ମିଳୁଛି। ଗୋଟିଏ ପ୍ରସଙ୍ଗରେ ତାଲିବାନର ଜଣେ ନେତା କହିବା ଶୁଣାଯାଇଛି ଯେ ତାଲିବାନ ଦ୍ବାରା ଅନ୍ତତଃ ପକ୍ଷେ ଏବେ ପାକିସ୍ତାନ ଦଖଲର ସମ୍ଭାବନା ନାହିଁ, କାରଣ ପାକିସ୍ତାନର ଋଣ ବୋଝକୁ ମୁଣ୍ତାଇବାର ସଉକ ତାଲିବାନର ନାହିଁ। ଅତ୍ୟନ୍ତ ବିଶାଳ ଋଣ ବୋଝ ଏବ˚ ବିଦେଶୀ ମୁଦ୍ରା ପାଣ୍ଠିର ଶୂନ୍ୟତା କାରଣରୁ ଇତିହାସରେ ସର୍ବାଧିକ ଦାରୁଣ ଆର୍ଥିକ ଦୁରବସ୍ଥାର ଶରବ୍ୟ ହୋଇଥିବା ପାକିସ୍ତାନ ଲାଗି ଏଭଳି କଟାକ୍ଷ ଯେ କିଭଳି ମର୍ମଭେଦୀ ହୋଇଥିବ, ତାହା ବୁଝାଇ କହିବାର ଆବଶ୍ୟକତା ନାହିଁ। କିନ୍ତୁ ନିଜ ବାଡ଼ି ଅଗଣାର ସର୍ପମାନ ଯେତେବେଳେ ଅଣାୟତ୍ତ ହେବାରେ ଲାଗନ୍ତି, ସେତିକି ବେଳେ ଗତ୍ୟନ୍ତର ବା କାହିଁ?

କିନ୍ତୁ ବାସ୍ତବତାଟି ହେଲା ହିଲାରୀ କ୍ଲିଣ୍ଟନ କହିବାର ବହୁ ପୂର୍ବରୁ ଅର୍ଥାତ୍‌ ବିଗତ ପ୍ରାୟ ସାତ ଦଶନ୍ଧି ଧରି ପାକିସ୍ତାନ ସରକାର ନିଜ ଅଗଣାରେ ସର୍ପମାନ ପାଳନ କରି ଆସିଛି ଏବ˚ ‘କାଶ୍ମୀର ଦଖଲ’ର ଦୁରନ୍ତ ସ୍ବପ୍ନରେ ବିଭ୍ରାନ୍ତ ହୋଇ ଭାରତ ବିରୋଧରେ ସେଗୁଡ଼ିକର ଅବିଚାରିତ ପ୍ରୟୋଗ ମଧୢ କରିଛି। ଆତଙ୍କବାଦ ଦ୍ବାରା ବଳୀୟାନ ହେବାର ନିଶା ପାକିସ୍ତାନକୁ କିଭଳି ଉଦ୍‌ଭ୍ରାନ୍ତ କରିଥିଲା, ତାହାର ପ୍ରମାଣ ମିଳେ ତାଲିବାନ ଦ୍ବାରା ଦ୍ବିତୀୟ ଥର ଲାଗି ଆଫ୍‌ଗାନିସ୍ତାନ ଦଖଲ କାଳରେ; ଯାହାକୁ ତତ୍କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କ ଦ୍ବାରା ‘ଆଫଗାନିସ୍ତାନର ସ୍ବାଧୀନତା’ ବୋଲି ଆଖ୍ୟା ଦିଆଯାଇ ତାଲିବାନକୁ ଏକ ଶ୍ରେଷ୍ଠ କୃତି ତୁଲ୍ୟ ‘ସୋ-କେସ୍‌’ ବା ପ୍ରଦର୍ଶନ କରାଯାଇଥିଲା। କହିବା ଅନାବଶ୍ୟକ ଯେ ପାକିସ୍ତାନର ଏଭଳି ହିତାହିତି ଜ୍ଞାନ ଶୂନ୍ୟତା ହିଁ ସେହି ଦେଶକୁ ଅସ˚ଖ୍ୟ ଦେଶୀ ଓ ବିଦେଶୀ ଆତଙ୍କବାଦୀ ସ˚ଗଠନର ଚାରଣ ଭୂମିରେ ପରିଣତ କରିଛି, ଯେଉଁମାନେ ଏବେ ସେହି ଦେଶର ଧ୍ବ˚ସ ସାଧନ ଲାଗି ଉଦ୍‌ଗ୍ରୀବ।
ଏହା ସ୍ବାଭାବିକ ଯେ ତାଲିବାନର ପରିହାସ ପାକିସ୍ତାନ ରାଷ୍ଟ୍ର-ଶକ୍ତିକୁ ଅତ୍ୟନ୍ତ କ୍ଷୁବ୍‌ଧ କରିଥିବ। କିନ୍ତୁ ପାକିସ୍ତାନ କ’ଣ ହୃଦୟଙ୍ଗମ କରି ପାରିବ ଯେ ଏହା ପ୍ରକୃତରେ ତାଲିବାନର ନୁହେଁ; ଏହା କାଳର ପରିହାସ! ଏହା ମଧୢ ସତ ଯେ କାଳର ପରିହାସକୁ ଠିକଣା ଭାବେ ବୁଝିଥିବା ଲୋକେ କଦାପି କାହାକୁ ପରିହାସ କରନ୍ତି ନାହିଁ। ତେଣୁ ପାକିସ୍ତାନର ସ୍ଥିତି ଭାରତରେ ମଧୢ ପରିହାସର ଖୋରାକ ନ ହୋଇ ବର˚ ଅଧିକ ସତର୍କତା ସୃଷ୍ଟି କରୁ। କାରଣ ପାକିସ୍ତାନ ପାଳିଥିବା ସର୍ପଗୁଡ଼ିକ ଗୃହ ମଧୢକୁ ପ୍ରବେଶ କରିବାର ଯଥେଷ୍ଟ ପୂର୍ବରୁ ବାଡ଼ ଡେଇଁ ଭାରତ ନାମକ ପଡ଼ୋଶୀଟିର ପ୍ରଚୁର କ୍ଷତି ଘଟାଇ ସାରିଛନ୍ତି।

ସମ୍ବନ୍ଧିତ ଖବର