ଏ ସବୁ ଅତ୍ୟନ୍ତ ନୈରାଶ୍ୟଜନକ ହୋଇଥିଲେ ସୁଦ୍ଧା ଏକ କ୍ଷୀଣ ଆଶାର ଆଲୋକ ଭଳି ଯାହା ପରିଦୃଶ୍ୟ ହୋଇଥାଏ, ତାହା ହେଲା ୨୦୨୩ ମସିହାରେ ‘ଏସ୍‌ସିଓ’ ଓ ‘ଜି-୨୦’ ଭଳି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଆନ୍ତର୍ଜାତିକ ସ˚ଗଠନର ଅଧୢକ୍ଷ ଭାବେ ଭାରତର ଭୂମିକା, ଯେଉଁ ଦେଶର ପ୍ରଧାନମନ୍ତ୍ରୀ କହିଥିଲେ: ଏହା ଯୁଦ୍ଧର ଯୁଗ ନୁହେଁ! ପ୍ରକାଶ ଥାଉ କି ଏହା କ୍ରମେ ହୃଦ୍‌ବୋଧ ହେଲାଣି ଯେ ଯୁଦ୍ଧ ବିରୋଧରେ ପ୍ରୟୋଗ କରାଯାଉଥିବା ପାର˚ପରିକ ବାସନ୍ଦ ବ୍ୟବସ୍ଥା ମଧୢ ଗୋଟିଏ ପ୍ରକାରର ପ୍ରତିଶୋଧମୂଳକ ଆକ୍ରମଣ, ଯାହା ଶାନ୍ତି ପ୍ରତିଷ୍ଠାରେ ସହାୟକ ହୋଇ ନ ଥାଏ। ସୁତରା˚, ଶାନ୍ତି ପ୍ରତିଷ୍ଠା ସକାଶେ ଏକ ନୂତନ ଦିଗ ଭାରତ ଦ୍ବାରା ଉନ୍ମୋଚିତ ହେଉ, ଯାହାର ଆଧାର ହେବ ସହନଶୀଳତା, ପାରସ୍ପରିକ ସମ୍ମାନ ଏବ˚ ବେଳ ହୁଁ ଆପୋସ ଆଲୋଚନା ଉପରେ ସର୍ବାଧିକ ଗୁରୁତ୍ବ ପ୍ରଦାନ।

Advertisment

ଗତ ‘ସା˚ଘାଇ କୋଅପରେସନ ଅର୍ଗାନାଇଜେସନ୍‌’ ବା ‘ଏସ୍‌.ସି.ଓ.’ର ଶିଖର ସମ୍ମିଳନୀ ଅବସରରେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହିତ ଏକ ବ୍ୟକ୍ତିଗତ ସାକ୍ଷାତ କାଳରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ ନିଃସୃତ ଯେଉଁ ବାକ୍ୟଟି ସମଗ୍ର ପୃଥିବୀର ପ୍ରଶ˚ସାଭାଜନ ହୋଇଥିଲା, ତାହା ହେଉଛି: ଏହା ଏକ ଯୁଦ୍ଧର ଯୁଗ ନୁହେଁ। ପୁଟିନଙ୍କ ସମ୍ମୁଖରେ ନିଃସଙ୍କୋଚରେ ଏଭଳି ଏକ ବକ୍ତବ୍ୟ ରଖି ପାରିଥିବା ଦୃଷ୍ଟିରୁ ଯଦିଓ ପ୍ରଧାନମନ୍ତ୍ରୀ ମୋଦୀ ସ୍ବାଭାବିକ ଭାବେ ପ୍ରଶ˚ସାର ଯୋଗ୍ୟ ଥିଲେ, ବଡ଼ କଥା ହେଲା ଏକବିଂଶ ଶତାବ୍ଦୀରେ ଉନ୍ନତ ବିଚାରବୁଦ୍ଧି ଓ ପୁରୋଦୃଷ୍ଟି ସ˚ପନ୍ନ ମାନବ ଜାତି ଲାଗି କ’ଣ ଧେୢୟ ହେବା ଉଚିତ, ତାହା ସେହି ବାକ୍ୟ ମାଧୢମରେ ରେଖାଙ୍କିତ ହୋଇଥିଲା। ଅଥଚ, ଇତି ମଧୢରେ ରୁଷିଆ-ୟୁକ୍ରେନ ଯୁଦ୍ଧରେ ଦୀର୍ଘ ଦଶ ମାସ ଅତିକ୍ରାନ୍ତ ହୋଇ ସାରିଲାଣି। ଏହି କାରଣରୁ ସୃଷ୍ଟ ଅକଥନୀୟ ‘ମାନବ-ଟ୍ରାଜେଡି’ ଏବ˚ ପୃଥିବୀ ବ୍ୟାପୀ ଆବିର୍ଭୂତ ହୋଇଥିବା ଦାରୁଣ ଆର୍ଥିକ ଏବ˚ ଶକ୍ତି ସ˚କଟ ପରିପ୍ରେକ୍ଷୀରେ ଅଧିକା˚ଶ ରାଷ୍ଟ୍ର ଏକମତ ଯେ ପୃଥିବୀରେ ତୁରନ୍ତ ଶାନ୍ତି ପ୍ରତିଷ୍ଠା ଅତ୍ୟନ୍ତ ଜରୁରୀ। ସୁତରା˚, ଏକ ଧାରଣା ଜନ୍ମିଥାଏ ଯେ ରୁଷିଆ-ୟୁକ୍ରେନ ଯୁଦ୍ଧରୁ ପ୍ରାପ୍ତ ଶିକ୍ଷା ପୃଥିବୀକୁ ଅନ୍ତତଃ ଯୁଦ୍ଧ ବିମୁଖ ହିଁ କରିବ। କିନ୍ତୁ ଏକ ବିଡ଼ମ୍ବନାପୂର୍ଣ୍ଣ ବାସ୍ତବତା ହେଲା ଏୟା ଯେ ୨୦୨୨ ମସିହା ସମାପ୍ତ ହେବାକୁ ଆଉ ମାତ୍ର ଗୋଟିଏ ଦିନ ଏବ˚ କେଇ ଘଣ୍ଟା ଅବଶିଷ୍ଟ ଥିବା ବେଳେ ଆଶଙ୍କା ଉପୁଜିଲାଣି ଯେ ଆସନ୍ତା ବର୍ଷଟି ହୁଏ’ତ ପୃଥିବୀର ବିଭିନ୍ନ ପ୍ରାନ୍ତରେ ତୀବ୍ର ଉତ୍ତେଜନା, ସ˚ଘର୍ଷ ଏପରି କି ପୂର୍ଣ୍ଣ ଯୁଦ୍ଧର ପ୍ରତ୍ୟକ୍ଷ କରିପାରେ!
ଇତିହାସ ସାକ୍ଷୀ ଯେ ଦୀର୍ଘକାଳୀନ ଯୁଦ୍ଧଗୁଡ଼ିକର ଦୁର୍ଭାଗ୍ୟ ହେଲା ସେଗୁଡ଼ିକ ଅବିରତ ରକ୍ତପାତ, ଧନ-ଜୀବନ ହାନି ଏବ˚ ଧ୍ବ˚ସ ଲୀଳା ଘଟାଇ ଚାଲିଥିଲେ ସୁଦ୍ଧା ଅବଲୀଳା କ୍ରମେ ଦୃଷ୍ଟି ଆଢୁଆଳକୁ ଚାଲି ଯାଆନ୍ତି ଏବ˚ ପ୍ରତୀତ ହୁଅନ୍ତି ସତେ ଯେମିତି ସେଗୁଡ଼ିକ ଆଉ ନାହାନ୍ତି; ଯେମିତି ଘଟିଥିଲା ଆଠ ବର୍ଷ ବ୍ୟାପୀ ଚାଲିଥିବା ଇରାକ-ଇରାନ ଯୁଦ୍ଧରେ ବା ଏବେ ଘଟିଛି ରୁଷିଆ-ୟୁକ୍ରେନ ଯୁଦ୍ଧରେ। କିନ୍ତୁ, କେବଳ ସେତିକି ନୁହେଁ, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ଆଉ ଯାହା ଦେଖିବାକୁ ମିଳିଛି ତାହା ହେଲା ଯୁଦ୍ଧଟିକୁ ଆହୁରି ଘମାଘୋଟ କରିବାର ଉଦ୍ୟମ, ଯାହା ରୁଷିଆ ଦ୍ବାରା ହେଉଥିବା ତୀବ୍ର ଡ୍ରୋନ୍‌ ଆକ୍ରମଣ ଏବ˚ ୟୁକ୍ରେନ୍‌ ସେନା ଦ୍ବାରା ଆମେରିକା ପ୍ରଦତ୍ତ ଅତ୍ୟାଧୁନିକ ‘ହାଇମାସ’ କମାଣର ବ୍ୟବହାରରେ ପରିଦୃଷ୍ଟ। ସୁତରା˚, ସ୍ବାଭାବିକ ଉପସ˚ହାରଟି ହେଲା ଶାନ୍ତି ନୁହେଁ, ବର˚ ଏକ ପ୍ରଲମ୍ବିତ ଯୁଦ୍ଧ ସକାଶେ ମାନସିକ ଭାବେ ପ୍ରସ୍ତୁତ ହେବାକୁ ପଡ଼ିବ।
ଏ ନେଇ ସମସ୍ତେ ଅବଗତ ଯେ ଏହି ଯୁଦ୍ଧ ପ୍ରେକ୍ଷାପଟରେ ରୁଷିଆ ଉପରେ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ବରେ ଏକ ଅତ୍ୟନ୍ତ କଠୋର ଆର୍ଥିକ ଓ ବାଣିଜ୍ୟିକ ବାସନ୍ଦ ଜାରି କରାଯାଇଥିଲା; ଉଦ୍ଦେଶ୍ୟ ଥିଲା ଏହା ମାଧୢମରେ ଅର୍ଥ ବ୍ୟବସ୍ଥାକୁ ଦୁର୍ବଳ କରାଇ ରୁଷିଆକୁ ନତଜାନୁ ହେବାକୁ ଏକ ପ୍ରକାର ବାଧୢ କରି ଦିଆଯିବ। କିନ୍ତୁ, ଏ ଯାବତ୍‌ ସେଭଳି କିଛି ଘଟିନାହିଁ। ବର˚ ଦେଖିବାକୁ ମିଳିଲାଣି ଯେ ବର୍ତ୍ତମାନ ଯେଉଁ ଶସ୍ତା ଅଥଚ ଅତ୍ୟନ୍ତ ଘାତକ ଡ୍ରୋନ୍‌ମାନ ରୁଷିଆ ସକାଶେ କିଛିଟା ବିଜୟୋଲ୍ଲାସ ସୃଷ୍ଟି କରୁଛି, ସେ ସବୁରେ ଉଚ୍ଚ ମାନର ଜାପାନୀ ଇ˚ଜିନ୍‌, ଆମେରିକୀ ‘କଲ୍‌ ଟ୍ରାକର‌୍‌’ ଏବ˚ ଫରାସୀ ‘ଥର୍ମାଲ ଇମେଜି˚ କ୍ୟାମେରା’ ଖଞ୍ଜା ଯାଇଛି। ଏ ସ˚ଦର୍ଭରେ ‘ରଏଟର୍ସ’ର ଏକ ଅନୁସନ୍ଧାନମୂଳକ ରିପୋର୍ଟ କହିଥାଏ ଯେ ହ˚କ˚ ସ୍ଥିତ ଏକ ଆମଦାନି-ରପ୍ତାନିକାରୀ କ˚ପାନି (ଏସିଆ ପାସିଫିକ୍‌ ଲିଂକ୍‌ସ ଲିମିଟେଡ୍‌) ସମେତ ଅନ୍ତତଃ ଆଉ ଦୁଇଟି କ˚ପାନି ଜରିଆରେ ଏହି ଯନ୍ତ୍ରା˚ଶମାନ ରୁଷିଆର ଡ୍ରୋନ୍‌ ନିର୍ମାଣକାରୀ ଉଦ୍ୟୋଗ ନିକଟରେ ପହଞ୍ଚିଛି। ସୁତରା˚, ପ୍ରତ୍ୟହ ପ୍ରାୟ ଏକ ଶହ ୟୁକ୍ରେନୀୟ ସୈନିକଙ୍କ ପ୍ରାଣ ନେଉଥିବା ଏହି ଡ୍ରୋନ୍‌ ଭିତରେ ଆତ୍ମଗୋପନ କରିଥିବା କଟୁ ସତ୍ୟଟି ହେଲା ଜଗତ୍‌କରଣ ଅଧୀନରେ ଯୋଗାଣ ସ୍ରୋତର ଛନ୍ଦାଛନ୍ଦି ଜାଲ ବସ୍ତୁତଃ ବାସନ୍ଦ ବ୍ୟବସ୍ଥାକୁ ନିରର୍ଥକ କରିଥାଏ। ଯଦିଓ ଏହି ସବୁ ଯନ୍ତ୍ରା˚ଶର ନିର୍ମାଣକାରୀ ଉଦ୍ୟୋଗଗୁଡ଼ିକ ସ୍ପଷ୍ଟ କରିଛନ୍ତି ଯେ ସେ ସବୁ ଯେ ଅବଲୀଳା କ୍ରମେ ରୁଷିଆ ହାତରେ ପଡୁଛି, ତାହା ସେମାନଙ୍କ ଧାରଣା ବାହାରେ ଥିଲା; ତାହା କିନ୍ତୁ ବିଶ୍ବାସଯୋଗ୍ୟ ହୋଇ ନ ଥାଏ! କାରଣ ଷୋଡ଼ଶ ଶତାବ୍ଦୀରେ ଜନ୍‌ ଲାଇଲି କହିଥିବା ଆପ୍ତବାକ୍ୟ ସୁଲଭ ଅଭିବ୍ୟକ୍ତି, ‘ଯୁଦ୍ଧ ଏବ˚ ପ୍ରେମରେ ସବୁ କିଛି ଯୁକ୍ତିଯୁକ୍ତ’ରେ ବଜାର ଅର୍ଥନୀତିର ଦର୍ଶନ ଆଉ ଯେଉଁ ଶବ୍ଦକୁ ଯୋଡ଼ି (ପ୍ରେମ ଓ ଯୁଦ୍ଧ ସହିତ) ସେହି ବାକ୍ୟଟିର ସ˚ପ୍ରସାରଣ ଘଟାଇଛି, ତାହା ହେଉଛି ‘ବ୍ୟବସାୟ’। ସୁତରା˚, ଜଗତ୍‌କରଣ ଓ ବଜାର ଅର୍ଥନୀତିର ପରିବେଶରେ ପ୍ରେମ, ଯୁଦ୍ଧ ଏବ˚ ବ୍ୟବସାୟରେ ସବୁ କିଛି ଯୁକ୍ତିଯୁକ୍ତ ହୋଇ ବାସନ୍ଦ ବ୍ୟବସ୍ଥାକୁ ଅର୍ଥହୀନ କରିଥାଏ। ପୁଣି ଶିରୋନାମାରୁ ଅନ୍ତର୍ହିତ ହେବାକୁ ଲାଗିଥିବା ଏକ ଯୁଦ୍ଧରେ ଏଭଳି ଉଲ୍ଲ˚ଘନମାନ ଘଟିବା ସହଜସାଧୢ ହୋଇଛି। ତେଣୁ ଅନ୍ତତଃ ଏହି ଯୁଦ୍ଧର ବିରାମ ନିକଟ ଭବିଷ୍ୟତ୍‌ରେ ଘଟି ନ ପାରେ।
ଏବେ ଦୃଷ୍ଟି ପକାଇବା ଗଲା ସପ୍ତାହକ ମଧୢରେ ଘଟିଥିବା ଆଉ ଦୁଇଟି ଘଟଣା ଉପରେ। ଗୋଟିକରେ ଉତ୍ତର କୋରିଆର କିଛି ଲଢୁଆ ଡ୍ରୋନ୍‌ ଦକ୍ଷିଣ କୋରିଆର ସୀମା ଅତିକ୍ରମ କରି ଏକ ଯୁଦ୍ଧ ଯୋଗ୍ୟ ଉତ୍ତେଜନା ସୃଷ୍ଟି କରିଛନ୍ତି ତ ଦ୍ବିତୀୟ ଘଟଣାରେ ଚୀନର ପ୍ରାୟ ୭୫ଟି ଅତ୍ୟାଧୁନିକ ଯୁଦ୍ଧ ବିମାନ ତାଇଵାନ ସୀମା ଅତିକ୍ରମ କରିଛନ୍ତି। କହିବା ଅନାବଶ୍ୟକ ଯେ ଉତ୍ତର କୋରିଆ ତା’ର ଯୁଦ୍ଧଖୋର‌୍‌ ଏବ˚ ଉପଦ୍ରବୀ ସ୍ବଭାବ ସକାଶେ ଅପଖ୍ୟାତ; କିନ୍ତୁ ଶ˚ସିତ ଘଟଣାରେ ଏକ ଶାନ୍ତିକାମୀ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିବା ସତ୍ତ୍ବେ ଦକ୍ଷିଣ କୋରିଆ ସମ୍ଭବତଃ ନିଜ ମର୍ଯ୍ୟାଦା ରକ୍ଷା ଲାଗି ଜବାବ ସ୍ବରୂପ କିଛି ଡ୍ରୋନ୍‌ ପ୍ରେରଣ କରି ଉତ୍ତର କୋରିଆର ସୀମା ଲ˚ଘନ କରିଛି। ସୁତରାଂ, ସ୍ବାଭାବିକ ଭାବେ ଏହା ଏକ ଅତ୍ୟନ୍ତ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି କରିଛି। ପରମାଣୁ ଅସ୍ତ୍ର ପ୍ରୟୋଗ ନେଇ କୌଣସି ଦ୍ବିଧାର ସମ୍ମୁଖୀନ ହେବ ନାହିଁ ବୋଲି ନିରନ୍ତର ବାହାସ୍ଫୋଟ ମାରୁଥିବା ଉତ୍ତର କୋରିଆର ମନୋଭାବ ପରିପ୍ରେକ୍ଷୀରେ ଏହି ଉତ୍ତେଜନା ଏକ ଯୁଦ୍ଧର ଆଶଙ୍କା‌ ସୃଷ୍ଟି କରିଛି। ସେହିଭଳି ଚୀନର ଏଭଳି ଯୁଦ୍ଧଖୋର ଆଚରଣ ପ୍ରଦର୍ଶନର କାରଣ ହେଲା ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ଏକ ନୂତନ ଆଇନର ପ୍ରଣୟନ, ଯହିଁରେ ତାଇଵାନର ସୁରକ୍ଷା ପ୍ରସଙ୍ଗ ନିହିତ ଅଛି। ଏଭଳି ସ୍ଥିତିରେ ତାଇଵାନକୁ ନିଜର ଏକ ଅ˚ଶ ବୋଲି ବିଚାର କରୁଥିବା ଚୀନ ପକ୍ଷରୁ ଏକ ସ˚ଭ୍ରମ ଆଚରଣ ହୁଏ’ତ ଆଶା କରାଯାଆନ୍ତା ନାହିଁ। କିନ୍ତୁ କ୍ଷୁୁଦ୍ର ତାଇଵାନ ମଧୢ ଚୀନ୍‌ର ଆଚରଣରେ ଭୟଭୀତ ନ ହୋଇ ପ୍ରତିକ୍ରିୟା ସ୍ବରୂପ ଏକ ସମର ଉଚ୍ଚାଟ ସୃଷ୍ଟି କରିଛି। ସୁତରା˚, ଏହି ବର୍ଷ ସମାପ୍ତି ଏବ˚ ନୂତନ ବର୍ଷର ଆଗମନର ସନ୍ଧି କାଳରେ ଯେଉଁଭଳି ଭାବେ ଆହୁରି ଦୁଇଟି ଯୁଦ୍ଧର ପ୍ରେତ-ଛାୟା ଦୃଶ୍ୟମାନ ହେଲେଣି, ତହିଁରୁ କେବଳ ଏକ ଅଶାନ୍ତ ଭବିଷ୍ୟତ୍‌ର ପୂର୍ବାନୁମାନ କରାଯାଇପାରେ। କୋରିଆ ଓ ତାଇଵାନ; ଉଭୟ କ୍ଷେତ୍ରରେ ଏକ ବାସ୍ତବତା ହେଲା ଭୂ-ରାଜନୈତିକ ଏବ˚ ରାଜନୈତିକ ଗୁରୁତ୍ବ ଦୃଷ୍ଟିରୁ ଏହା ମଧୢରୁ ଯେ କୌଣସି ଗୋଟିଏ ଯୁଦ୍ଧର ପ୍ରାରମ୍ଭ ତୃତୀୟ ବିଶ୍ବଯୁଦ୍ଧ ସକାଶେ ପଥ ଉନ୍ମୁକ୍ତ କରି ଦେଇପାରେ!
ପ୍ରକାଶ ଥାଉ କି ଆମେରିକୀୟ ଜନବିଦ୍ବାନ ତଥା ଚିନ୍ତକ ଫ୍ରାନସିସ୍‌ ଫୁକୁୟାମାଙ୍କ ଭଳି ଅନେକ ବିଚକ୍ଷଣ ବ୍ୟକ୍ତି ଅଗତ୍ୟା ଏକ ଧାରଣା ପୋଷଣ କରିଥିଲେ ଯେ ଏକବି˚ଶ ଶତାବ୍ଦୀରେ ପୃଥିବୀ ଉଦାରବାଦୀ ଚେତନା ଓ ଗଣତନ୍ତ୍ରଗୁଡ଼ିକ ଦ୍ବାରା ପରିଚାଳିତ ହୋଇ ଆଉ ଯୁଦ୍ଧର ସମ୍ଭାବନା ସୃଷ୍ଟି କରିବେ ନାହିଁ! କିନ୍ତୁ ଏକବି˚ଶ ଶତାବ୍ଦୀର ପ୍ରଥମ ଚଉଠ ପୂର୍ବରୁ ସେମାନଙ୍କ ଧାରଣା ଅପ୍ରାସଙ୍ଗିକ ସାବ୍ୟସ୍ତ ହୋଇଗଲା। ସେମାନଙ୍କ ଅବବୋଧ ବିପରୀତରେ ସ˚ପ୍ରତି ପୃଥିବୀର ଅନେକ ରାଷ୍ଟ୍ର ଅହ˚କାରୀ ଯୁଦ୍ଧଖୋରମାନଙ୍କ ଶାସନ ଅଧୀନରେ ଏବ˚ ଯୁଦ୍ଧ ବା ଆଣବିକ ବୋମା ଆକ୍ରମଣ ସପକ୍ଷବାଦୀ ସ˚ଳାପମାନ ସେମାନଙ୍କ ତୁଣ୍ତରୁ ବାରମ୍ବାର ନିର୍ଗତ ହେବାରେ ଲାଗିଛି। ତେବେ, ଏ ସବୁ ଅତ୍ୟନ୍ତ ନୈରାଶ୍ୟଜନକ ହୋଇଥିଲେ ସୁଦ୍ଧା ଏକ କ୍ଷୀଣ ଆଶାର ଆଲୋକ ଭଳି ଯାହା ପରିଦୃଶ୍ୟ ହୋଇଥାଏ, ତାହା ହେଲା ୨୦୨୩ ମସିହାରେ ‘ଏସ୍‌ସିଓ’ ଓ ‘ଜି-୨୦’ ଭଳି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଆନ୍ତର୍ଜାତିକ ସ˚ଗଠନର ଅଧୢକ୍ଷ ଭାବେ ଭାରତର ଭୂମିକା, ଯେଉଁ ଦେଶର ପ୍ରଧାନମନ୍ତ୍ରୀ କହିଥିଲେ: ଏହା ଯୁଦ୍ଧର ଯୁଗ ନୁହେଁ! ପ୍ରକାଶ ଥାଉ କି ଏହା କ୍ରମେ ହୃଦ୍‌ବୋଧ ହେଲାଣି ଯେ ଯୁଦ୍ଧ ବିରୋଧରେ ପ୍ରୟୋଗ କରାଯାଉଥିବା ପାର˚ପରିକ ବାସନ୍ଦ ବ୍ୟବସ୍ଥା ମଧୢ ଗୋଟିଏ ପ୍ରକାରର ପ୍ରତିଶୋଧମୂଳକ ଆକ୍ରମଣ, ଯାହା ଶାନ୍ତି ପ୍ରତିଷ୍ଠାରେ ସହାୟକ ହୋଇ ନ ଥାଏ। ସୁତରା˚, ଶାନ୍ତି ପ୍ରତିଷ୍ଠା ସକାଶେ ଏକ ନୂତନ ଦିଗ ଭାରତ ଦ୍ବାରା ଉନ୍ମୋଚିତ ହେଉ, ଯାହାର ଆଧାର ହେବ ସହନଶୀଳତା, ପାରସ୍ପରିକ ସମ୍ମାନ ଏବ˚ ବେଳ ହୁଁ ଆପୋସ ଆଲୋଚନା ଉପରେ ସର୍ବାଧିକ ଗୁରୁତ୍ବ ପ୍ରଦାନ।