କୁହାଯାଏ ଯେ, ଅବତାର ମାନେ ସର୍ବବିଦ୍ୟମାନ ଈଶ୍ବରଙ୍କ ମଧ୍ୟରେ ବାସ କରନ୍ତି। ସେ ଯେକୌଣସି ନିରବଛିନ୍ନ ସ୍ଥାନ ଏବଂ ସମୟର ବାହାରେ; ତାଙ୍କ ପାଇଁ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତର କୌଣସି ଆପେକ୍ଷିକତା ନ ଥାଏ। ତାଙ୍କର ଜୀବନ୍ତ ଉପସ୍ଥିତି ଈଶ୍ୱରଙ୍କର ଅମରତ୍ୱର ପ୍ରତୀକ, ଯାହା ମନୁଷ୍ୟର କଳ୍ପନାର ବାହାରେ। ଅମର ଯୋଗୀ ‘ଶ୍ରୀ ଶ୍ରୀ ମହାବତାର ବାବାଜୀ’-ମାନବ ଜାତିର ପ୍ରଚ୍ଛଦ ପଟ୍ଟରେ ତ୍ରାଣକର୍ତ୍ତା, ଏହିମାନଙ୍କପରି ଜଣେ, ଯିଏ ଶତାବ୍ଦୀ ଶତାବ୍ଦୀ ଧରି ଦୁର୍ବୋଧ୍ୟ ଅଜ୍ଞାତବାସରୁ କାର୍ଯ୍ୟ କରିଆସୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ଶ୍ରୀ ପରମହଂସ ଯୋଗାନନ୍ଦଙ୍କ ଦ୍ୱାରା ଲିଖିତ ‘ଯୋଗୀର ଆତ୍ମଚରିତ’ ପୁସ୍ତକ ମାଧ୍ୟମରେ, ବିଶ୍ୱରେ ଜଣାଶୁଣା, ମହାବତାର ବାବାଜୀ ଆଜି ଦୁନିଆର ସମସ୍ତ କ୍ରିୟାଯୋଗୀଙ୍କର ପରାମଗୁରୁ ଅଟନ୍ତି ଏବଂ ସେମାନଙ୍କର ଆଧ୍ୟାତ୍ମିକ ପ୍ରୟାସକୁ ଭଲ ଭାବରେ ମାର୍ଗଦର୍ଶନ କରାନ୍ତି। ବାବାଜୀ ହିଁ, ଅନ୍ଧାର ଯୁଗରେ ହଜିଯାଇଥିବା ‘କ୍ରିୟା ଯୋଗ’ର ପ୍ରାଚୀନ କୌଶଳକୁ ପୁନଃ ଆବିଷ୍କାର ଏବଂ ସ୍ପଷ୍ଟ କରାଇଥିଲେ।
ଆଧୁନିକ ଯୁଗରେ କ୍ରିୟା ଯୋଗ ବିଜ୍ଞାନକୁ ପୁନର୍ଜୀବିତ କରିବ। କ୍ରିୟାଯୋଗର ଯାତ୍ରା ୧୫୦ ବର୍ଷରୁ ଅଧିକ ସମୟ ପୂର୍ବରୁ, ତଥା ୧୮୬୧ ମସିହାରେ, ରାଣିଖେତ (ଉତ୍ତରା ଖଣ୍ଡ) ନିକଟରେ ଥିବା ଏକ ହିମାଳୟ ଗୁମ୍ଫାରେ ଆରମ୍ଭ ହୋଇଥିଲା ଯେଉଁଠାରେ ବାବାଜୀ ଏହି ପବିତ୍ର ବିଜ୍ଞାନକୁ ଶ୍ରୀ ଶ୍ରୀ ଲାହିଡୀ ମହାଶୟଙ୍କୁ ପ୍ରଦାନ କରିଥିଲେ। ସେହି ଅବସରରେ ବାବାଜୀ କହିଥିଲେ, “ଏହି ଊନବିଂଶ ଶତାବ୍ଦୀରେ ମୁଁ ତୁମ ମାଧ୍ୟମରେ ଜଗତକୁ ଦେଉଥିବା କ୍ରିୟାଯୋଗ ହେଉଛି ସେହି ବିଜ୍ଞାନର ପୁନର୍ଜୀବନ ଯାହା କୃଷ୍ଣ ସହସ୍ର ବର୍ଷ ପୂର୍ବରୁ ଅର୍ଜୁନଙ୍କୁ ଦେଇଥିଲେ ଏବଂ ଏହା ପରେ ପତଞ୍ଜଳି ଏବଂ ଖ୍ରୀଷ୍ଟ ଏବଂ ସେଣ୍ଟ ଜନ୍, ସେଣ୍ଟ ପଲ ଏବଂ ଅନ୍ୟ ଶିଷ୍ୟମାନେ ଜାଣିଥିଲେ”
ବାବାଜୀ, ଲାହିଡୀ ମହାଶୟଙ୍କୁ କ୍ରିୟାଯୋଗକୁ ‘ସମସ୍ତ ସତ୍ୟ ଅନ୍ଵେଷଣକାରୀଙ୍କୁ ତଥା ଯେଉଁମାନେ ବିନମ୍ର ଭାବରେ ଏହାକୁ ମାଗନ୍ତି, ସେମାନଙ୍କୁ ପ୍ରଦାନ କରିବା ପାଇଁ ଅନୁମତି ଦେଇଥିଲେ। କ୍ରିୟାର ପଦ୍ଧତିଗତ ଫଳପ୍ରଦତା, କ୍ଷୁଦ୍ର ଆତ୍ମାକୁ ତା’ର ଅହଂଭାବର ବନ୍ଧନରୁ ମୁକ୍ତ କରି ଏହାର ବ୍ରହ୍ମଚୈତନ୍ୟ ଯାତ୍ରାକୁ ତ୍ୱରାନ୍ୱିତ କରେ।
ତାଙ୍କ ଗୁରୁ ଶ୍ରୀ ଯୁକ୍ତେଶ୍ୱର (ଲାହିଡୀ ମହାଶୟଙ୍କ ଶିଷ୍ୟ) ଙ୍କ ନିର୍ଦ୍ଦେଶରେ, କ୍ରିୟା ଯୋଗଶିକ୍ଷାର ପ୍ରସାର ଏବଂ ସତ୍ୟ ଅନ୍ବେଷଣକାରୀଙ୍କୁ ଈଶ୍ୱରଙ୍କ ସହିତ ବ୍ୟକ୍ତିଗତ ଯୋଗାଯୋଗ ସାହାଯ୍ୟାର୍ଥେ ଯୋଗାନନ୍ଦଜୀ, ୧୯୧୭ ମସିହାରେ ଭାରତରେ ଯୋଗଦା ସତସଙ୍ଗ ସୋସାଇଟି ଅଫ୍ ଇଣ୍ଡିଆ (YSS) ଏବଂ ୧୯୨୦ ରେ ଆମେରିକାରେ ସେଲ୍ଫ ରିଅଲାଇଜେସନ୍ ଫେଲୋସିପ୍ (SRF), ପ୍ରତିଷ୍ଠା କରିଥିଲେ।
୧୯୨୦ ମସିହାର ସେହି ଶୁଭ ଅବସର, ଯେତେବେଳେ ବାବାଜୀ ଯୋଗାନନ୍ଦଜୀଙ୍କୁ କୋଲକତାସ୍ଥିତ ତାଙ୍କ ପିତାଙ୍କ ବାସଭବନରେ ଦେଖା କରି ସେହି ଯୁବ ସନ୍ନ୍ୟାସୀଙ୍କୁ ତାଙ୍କ ଆମେରିକା ଯାତ୍ରା ଲକ୍ଷ୍ୟ ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ, ତା’ର ସ୍ମାରକୀ ସ୍ବରୂପ, ପ୍ରତିବର୍ଷ ଜୁଲାଇ ୨୫ ତାରିଖକୁ YSS ଦ୍ୱାରା ମହାବତାର ବାବାଜୀଙ୍କର ସ୍ମୃତି ଦିବସ ରୂପେ ପାଳନ କରାଯାଏ l ବାବାଜୀ ତାଙ୍କୁ ଆଶ୍ୱାସନା ଦେଇଥିଲେ ଏବଂ ପାଶ୍ଚାତ୍ୟରେ କ୍ରିୟାଯୋଗର ବାର୍ତ୍ତା ପ୍ରସାର କରିବାକୁ ତାଙ୍କୁ ମନୋନୀତ ବ୍ୟକ୍ତି ଭାବରେ ଅଭିଷେକ କରାଇଥିଲେ।
ଦୁନିଆ ପାଇଁ ଈଶ୍ୱରଙ୍କର ଯୋଜନା ବିଦ୍ୟମାନ
ଯୋଗାନନ୍ଦଜୀ ବାବାଜୀଙ୍କୁ ଆଧୁନିକ ଭାରତର ‘ଯୋଗୀ-ଖ୍ରୀଷ୍ଟ’ ବୋଲି କହିଥିଲେ। ସେ ଦୃଢତାର ସହିତ କହିଛନ୍ତି ଯେ ବାବାଜୀ ଓ ଇସାମସିହା ମିଳିତ ଭାବେ ଏହି ଯୁଗ ପାଇଁ ଆଧ୍ୟାତ୍ମିକ ପରିତ୍ରାଣର ଯୋଜନା କରି ଯୁଦ୍ଧ, ଜାତିଗତ ବିଦ୍ବେଷ, ଧାର୍ମିକ ସାମ୍ପ୍ରଦାୟିକତା, ବସ୍ତୁବାଦର କୁପରିଣାମ କୁ ତ୍ୟାଗ କରି ମୁକ୍ତିର ସ୍ପନ୍ଦନ ପ୍ରେରଣ କରି ରାଷ୍ଟ୍ରମାନଙ୍କୁ ଜାଗ୍ରତ କରୁଛନ୍ତି । ଯୋଗର ‘ଆତ୍ମ-ମୁକ୍ତି’କୁ ପୂର୍ବ ଏବଂ ପାଶ୍ଚାତ୍ୟରେ ସମ ଭାବରେ ବିସ୍ତାର କରିବାର ଆବଶ୍ୟକତାକୁ ବାବାଜୀ ହୃଦୟଙ୍ଗମ କରିଥିଲେ।
ଯୋଗୀଙ୍କ ଆତ୍ମଚରିତ ପୁସ୍ତକରେ ଉଲ୍ଲେଖ କରାଯାଇଛି ଯେ ବାବାଜୀ ତାଙ୍କର ଉଚ୍ଚ ଶ୍ରେଣୀର ଶିଷ୍ୟମାନଙ୍କ ସହିତ ସୁଦୂର ହିମାଳୟ ଅଞ୍ଚଳରେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଚାଲି ଯାଆନ୍ତି ଏବଂ କେବଳ ମନୋନୀତ ବ୍ୟକ୍ତିଙ୍କ ନିକଟରେ ନିଜକୁ ପ୍ରକାଶ କରନ୍ତି। ଲାହିଡୀ ମହାସାୟଙ୍କ ବକ୍ତବ୍ୟ: “ଯେତେବେଳେ କେହି ବାବାଜୀଙ୍କ ନାମକୁ ଶ୍ରଦ୍ଧା ସହିତ ଉଚ୍ଚାରଣ କରନ୍ତି, ସେହି ଭକ୍ତ ତୁରନ୍ତ ଆଧ୍ୟାତ୍ମିକ ଆଶୀର୍ବାଦକୁ ଆକର୍ଷିଣ କରନ୍ତି” ଏହି ଦିବ୍ୟ ଅବତାରଙ୍କର ସମସ୍ତ ଉତ୍ସାହୀ ଭକ୍ତ ଏହାର ସତ୍ୟତା ଉଦଘୋଷଣା କରିଛନ୍ତି। ପ୍ରକୃତରେ, ମହାବତାର ବାବାଜୀ ସମସ୍ତ ଆନ୍ତରିକ କ୍ରିୟା ଯୋଗୀଙ୍କୁ ତାଙ୍କର ଲକ୍ଷ୍ୟ ପଥରେ ଅଗ୍ରସର ହେବା ପାଇଁ ଏବଂ ସେମାନଙ୍କର ସୁରକ୍ଷା ପ୍ରଦାନ ସହିତ ମାର୍ଗଦର୍ଶନ କରିବାକୁ ପ୍ରତିଶୃତି ଦେଇଛନ୍ତି।