ନୈତିକ ଦାୟିତ୍ବରୁ କେନ୍ଦ୍ର ନ ଓହରୁ, ରାଜ୍ୟକୁ ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ

୨୭ ଅଗଷ୍ଟରେ ଅନୁଷ୍ଠିତ ୪୧ ତମ ଜିଏସ୍‌ଟି ପରିଷଦର ଏକମାତ୍ର କାର୍ଯ୍ୟସୂଚି ଥିଲା ଜିଏସ୍‌ଟି କ୍ଷତିପୂରଣ ପ୍ରସଙ୍ଗ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ପ୍ରାରମ୍ଭିକ ଭାଷଣରେ କହିଲେ, ଜିଏସ୍‌ଟି ରାଜସ୍ବ ହାନି ଈଶ୍ବରକୃତ (ଆକ୍ଟ ଅଫ୍‌ ଗଡ୍‌)। ଜିଏସ୍‌ଟି ପ୍ରଚଳନ ଯୋଗୁଁ କ୍ଷତି ସହୁଥିବା ରାଜ୍ୟମାନଙ୍କ ପାଇଁ ସେ ଦୁଇଟି ପ୍ରସ୍ତାବ ରଖିଲେ। ପ୍ରଥମ, ଜିଏସ୍‌ଟି ଲାଗୁ ହେବା କାରଣରୁ କ୍ଷତି ହେଉଥିବା ୯୭ ହଜାର କୋଟି ଟଙ୍କା ରାଜ୍ୟମାନେ ଋଣ କରିପାରିବେ। ସମସ୍ତ ଋଣ ପରିମାଣ କ୍ଷତିପୂରଣ ପାଇଁ ଆଦାୟ ହେଉଥିବା ସେସ୍‌ରୁ ପରିଶୋଧ କରାଯିବ। ରାଜ୍ୟକୁ ଋଣ ପରିଶୋଧ କରିବାକୁ ଅନ୍ୟ କୌଣସି ସମ୍ବଳ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଦ୍ବିତୀୟ, ଉଭୟ ଜିଏସ୍‌ଟି ଲାଗୁ କରିବା ହେତୁ ଏବ˚ କରୋନା କାରଣରୁ ରାଜସ୍ବ ହାନିର କ୍ଷତିପୂରଣ ପରିମାଣ ୨ ଲକ୍ଷ ୩୫ ହଜାର କୋଟି ଟଙ୍କା ଖୋଲା ବଜାରରୁ ଋଣ କରିପାରିବେ। ମୂଳଧନ ପରିମାଣ କ୍ଷତିପୂରଣ ସେସ୍‌ରୁ ପରିଶୋଧ କରାଯିବ, କିନ୍ତୁ ସୁଧ ପରିମାଣ ରାଜ୍ୟ ନିଜେ ବହନ କରିବ। ଦୁଇଟି ପ୍ରସ୍ତାବରେ ରାଜ୍ୟକୁ ହିଁ ଋଣ କରିବାକୁ ପଡ଼ିବ। ବର୍ଷକୁ ବର୍ଷ ୧୪% ଅଭିବୃଦ୍ଧି ହାରରେ ରାଜ୍ୟର ଜିଏସ୍‌ଟି ରାଜସ୍ବ ଅଟକଳ କରାଯାଏ ଏବ˚ ରାଜ୍ୟମାନଙ୍କ ଦ୍ବାରା ବାସ୍ତବରେ ସ˚ଗୃହୀତ ଜିଏସ୍‌ଟିକୁ ବାଦ ଦିଆଯାଇ ଅବଶିଷ୍ଟ କ୍ଷତିପୂରଣ ଦିଆଯାଏ। ଜିଏସ୍‌ଟି କ୍ଷତିପୂରଣ ଅଧିନିୟମର ଧାରା ୮ ଅନୁସାରେ ବିଳାସ କାର, ମୃଦୁ ପାନୀୟ, ତମାଖୁ ପ୍ରସ୍ତୁତ ଦ୍ରବ୍ୟ, ପାନ ମସଲା ଓ କୋଇଲା ଉପରୁ ସେସ୍‌ ଆଦାୟ ହୋଇ କ୍ଷତିପୂରଣ ପାଣ୍ଠିକୁ ଯାଏ ଏବ˚ ପାଣ୍ଠିରୁ କ୍ଷତିଗ୍ରସ୍ତ ରାଜ୍ୟକୁ କ୍ଷତିପୂରଣ ଦିଆଯାଏ। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ପାଞ୍ଚ ବର୍ଷ ପାଇଁ, ଅର୍ଥାତ୍‌ ଜୁଲାଇ ୨୦୨୨ ପର୍ଯ୍ୟନ୍ତ କ୍ଷତି ସହୁଥିବା ରାଜ୍ୟକୁ କ୍ଷତିପୂରଣ ଦିଆଯିବ।

କାରୋନା ପାଇଁ ଆର୍ଥିକ କାର୍ଯ୍ୟକଳାପ ବିପର୍ଯ୍ୟସ୍ତ, ରାଜ୍ୟ ଓ କେନ୍ଦ୍ର ଉଭୟଙ୍କର ରାଜସ୍ବ ହାନି ଘଟୁଛି, କ୍ଷତି ପରିମାଣ ବଢ଼ି ବଢ଼ି ଚାଲିଥିଲା ବେଳେ କ୍ଷତିପୂରଣ ଦେବାକୁ କ୍ଷତିପୂରଣ ସେସ୍‌ ଆଦାୟରେ ହ୍ରାସ ଘଟୁଛି। ତେଣୁ ଏପରି ପରିସ୍ଥିତିରେ କେନ୍ଦ୍ର ରାଜ୍ୟକୁ ଋଣ କରି ଅଭାବ ମେଣ୍ଟାଇବାକୁ ପରାମର୍ଶ ଦେଇଛି। ରାଜ୍ୟମାନେ, ବିଶେଷତଃ ଅଣବିଜେପି ଶାସିତ ରାଜ୍ୟମାନେ କେନ୍ଦ୍ରର ପରାମର୍ଶ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ରାଜ୍ୟମାନଙ୍କର ଦାବି କେନ୍ଦ୍ର ଋଣ କରି ରାଜ୍ୟକୁ କ୍ଷତିପୂରଣ ଦେଉ ଏବ˚ ସେହି ଋଣ କ୍ଷତିପୂରଣ ସେସ୍‌ରୁ ପରିଶୋଧ କରାଯିବ। ସେଥିପାଇଁ ୨୦୨୨ ପରେ ମଧୢ କ୍ଷତିପୂରଣ ସେସ୍‌ ଆଦାୟ କରାଯିବ। କେନ୍ଦ୍ରର ଅର୍ଥ ମନ୍ତ୍ରାଳୟ କୋଉ ଆଧାରରେ ରାଜ୍ୟର କ୍ଷତି ବା ରାଜସ୍ବ ହାନି ଅଟକଳ କରିଛି ତାହା ସ୍ପଷ୍ଟ ମନେ ହେଉନାହିଁ। ରାଜ୍ୟମାନଙ୍କର ଜିଏସ୍‌ଟି ଆଦାୟର ୧୦% ଅଭିବୃଦ୍ଧି ହାରରେ ୧ ଲକ୍ଷ ୬୫ ହଜାର କୋଟି ଟଙ୍କା ରାଜସ୍ବ ହାନି ଏବ˚ କ୍ଷତିପୂରଣ ସେସ୍‌ ୬୮ ହଜାର ୭ ଶହ କୋଟି ଟଙ୍କା ଆକଳନ କରାଯାଇଛି, ତେଣୁ କ୍ଷତିପୂରଣ ପରିମାଣ ୯୭ ହଜାର କୋଟି ଟଙ୍କା ନିର୍ଦ୍ଧାରିତ ହୋଇଛି। ଏହି ୯୭ ହଜାର କୋଟି ଟଙ୍କା କ୍ଷତି ପରିମାଣ କେବଳ ଜିଏସ୍‌ଟି ଲାଗୁ ହେତୁ ହେବ ବୋଲି ଦର୍ଶାଯାଇଛି। ୨୦୧୯-୨୦ରେ ଜିଏସ୍‌ଟି ଆଦାୟର ଅଭିବୃଦ୍ଧି ହାର ଥିଲା ମାତ୍ର ୪% ଏବ˚ କରୋନା ଆରମ୍ଭ ପୂର୍ବରୁ ଅର୍ଥନୈତିକ ମାନ୍ଦାବସ୍ଥା ଆସିଯାଇଥିଲା। ଅକ୍ଟୋବରରୁ ଡିସେମ୍ବର ତିନି ମାସରେ ଜିଏସ୍‌ଟି ଆଦାୟର ଅଭିବୃଦ୍ଧି ହାର ଥିଲା ୩.୦୭% ଏବ˚ ଜାନୁଆରିରୁ ମାର୍ଚ୍ଚ ତିନି ମାସର ଅଭିବୃଦ୍ଧି ହାର ହ୍ରାସ ପାଇ ୨.୪୩% ଥିଲା। ତେଣୁ ରାଜ୍ୟର ଜିଏସ୍‌ଟି ଆକଳନ ୧୦% ଅଭିବୃଦ୍ଧି ହାରରେ ନିର୍ଦ୍ଧାରଣ କରିବା ଯୁକ୍ତିଯୁକ୍ତ ନୁହେଁ। କେତେକ ରାଜ୍ୟ ଏହି ସମ୍ବନ୍ଧରେ ଲିଖିତ ସ୍ପଷ୍ଟୀକରଣ ଦେବାକୁ କେନ୍ଦ୍ର ସନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି।

ଦ୍ବିତୀୟ ପ୍ରସ୍ତାବରେ ୨୦୨୦-୨୧ ଆର୍ଥିକ ବର୍ଷରେ ୩ ଲକ୍ଷ କୋଟି ଟଙ୍କା ରାଜସ୍ବ ହାନି ଘଟିବ ଏବ˚ ସେସ୍‌ ଆଦାୟ ୬୫ ହଜାର କୋଟି ଟଙ୍କା ହେବାର ଆକଳନ କରାଯାଇଛି। ତେଣୁ ମୋଟ ରାଜସ୍ବ ହାନି ୨ ଲକ୍ଷ ୩୫ ହଜାର କୋଟି ଟଙ୍କା। ଏହି ୨ ଲକ୍ଷ ୩୫ ହଜାର କୋଟି ଟଙ୍କା ଉଭୟ କରୋନା ପାଇଁ ଆର୍ଥିକ ବିପର୍ଯ୍ୟୟ ଏବ˚ ଜିଏସ୍‌ଟି ପ୍ରଚଳନ ହେତୁ (୧ ଲକ୍ଷ ୩୮ ହଜାର + ୯୭ ହଜାର) ଦର୍ଶାଯାଇଛି। ୨ ଲକ୍ଷ ୩୫ ହଜାର କୋଟି ଟଙ୍କା ଋଣ ନେଲେ କ୍ଷତିପୂରଣ ସେସ୍‌ରୁ କେବଳ ମୂଳଧନ ପରିଶୋଧ କରାଯିବ, କିନ୍ତୁ ରାଜ୍ୟମାନେ ନିଜ ପାଣ୍ଠିରୁ ସୁଧ ଦେବେ। ପରୋକ୍ଷରେ କେନ୍ଦ୍ର ସୂଚେଇ ‌େଦଉଛି କି ଜିଏସ୍‌ଟି ପ୍ରଚଳନ ହେତୁ କ୍ଷତି ଭରଣା କରିବାକୁ କେନ୍ଦ୍ରର ଦାୟିତ୍ବ ଅଛି, ବିପର୍ଯ୍ୟୟ, ଯାହା କି ଈଶ୍ବରକୃତ, ସେହି କ୍ଷତିର ଭରଣା କରିବାକୁ କେନ୍ଦ୍ରର ଦାୟିତ୍ବ ନାହିଁ।
କରୋନା ହେତୁ ଆର୍ଥିକ ବିପର୍ଯ୍ୟୟ ପାଇଁ ରାଜସ୍ବ ହାନି ଏବ˚ ଜିଏସ୍‌ଟି ପ୍ରଚଳନ ହେତୁ କ୍ଷତି, ଏପରି ଭାଗଭାଗ କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ଜିଏସ୍‌ଟି କ୍ଷତିପୂରଣ ଅଧିନିୟମ ଅନୁସାରେ ଜିଏସ୍‌ଟି ପ୍ରଚଳନ ପରେ ପାଞ୍ଚ ବର୍ଷ ପାଇଁ ୧୪% ଅଭିବୃଦ୍ଧି ହାରରେ ଜିଏସ୍‌ଟି ରାଜସ୍ବ ଆକଳିତ ହେବ ଏବ˚ ସେଥିରୁ ବାସ୍ତବ ଜିଏସ୍‌ଟି ସ˚ଗୃହୀତ ପରିମାଣ ବାଦ ଦେଇ ଅବଶିଷ୍ଟ କ୍ଷତିପୂରଣ ଦିଆଯିବ। ଆଗରୁ ଦର୍ଶାଯାଇଛି, କରୋନା ଆସିବା ପୂର୍ବରୁ ବି ଆର୍ଥିକ ମାନ୍ଦାବସ୍ଥା ଥିଲା ଏବ˚ ଜିଏସ୍‌ଟି ଆଦାୟରେ ଅଭିବୃଦ୍ଧି କମି କମି ଯାଉଥିଲା। ଅଗଷ୍ଟ, ୨୦୧୯ରୁ ଜିଏସ୍‌ଟି କ୍ଷତିପୂରଣ ଦେବାରେ ସମସ୍ୟା ଦେଖା ଦେଇଥିଲା। ପରେ ପରେ କରୋନା ହେତୁ ଆର୍ଥିକ ବିପର୍ଯ୍ୟୟ ଘଟିଲା ଏବ˚ ରାଜସ୍ବ ହାନି ବୃଦ୍ଧି ପାଇଲା।

ଜିଏସ୍‌ଟି କ୍ଷତିପୂରଣ ଅଧିନିୟମର ଧାରା ୧୦ ଅନୁସାରେ ଯଦି ପାଞ୍ଚ ବର୍ଷ ପରେ, ରାଜ୍ୟମାନଙ୍କୁ କ୍ଷତିପୂରଣ ପ୍ରଦାନ ପରେ, କ୍ଷତିପୂରଣ ସେସ୍‌ ବଳକା ରହିଯାଏ, ତେବେ ସେହି ବଳକା ପରିମାଣରୁ ଅଧା କେନ୍ଦ୍ର ନେବ ଏବ˚ ଅଧା ରାଜ୍ୟମାନଙ୍କ ଭିତରେ ବାଣ୍ଟି ଦିଆଯିବ। କ୍ଷତିପୂରଣ ଦେବାକୁ ସ˚ଗୃହୀତ ସେସ୍‌ ଯଦି ନିଅଣ୍ଟ ହୁଏ, କ’ଣ କରାଯିବ, ତାହାର ବ୍ୟବସ୍ଥା ଅଧିନିୟମରେ ରଖାଯାଇନଥିଲା। ଏଇଥିପାଇଁ ଯେ ଏପରି ଏକ ଅବସ୍ଥା ଉପୁଜିବ, କେହି ଚିନ୍ତା କରିନଥିଲେ। କିନ୍ତୁ ରାଜ୍ୟମାନଙ୍କୁ କ୍ଷତିପୂରଣ ଦେବା କେନ୍ଦ୍ରର ନୈତିକ ଦାୟିତ୍ବ। କେନ୍ଦ୍ରର ନେତୃତ୍ବ ଓ ପ୍ରରୋଚନାରେ ପରୋକ୍ଷ କର ବ୍ୟବସ୍ଥାରେ ସ˚ସ୍କାର ଅଣାଯାଇଛି। ଭାଟ୍‌ କିମ୍ବା କେନ୍ଦ୍ରୀୟ ବିକ୍ରି କରରେ କେନ୍ଦ୍ରର କିଛି ଭାଗ ନ ଥିଲା। କିନ୍ତୁ ସେଲ୍‌ସ ଟାକ୍‌ସ ବଦଳରେ ଭ୍ୟାଟ୍‌ ଲାଗୁ ହେବାର ତିନି ବର୍ଷ ପାଇଁ ଏବ˚ କେନ୍ଦ୍ରୀୟ ବିକ୍ରିକର ଉଚ୍ଛେଦ ପାଇଁ ୨୦୦୭-୦୮ରୁ ୨୦୧୨-୧୩ ପର୍ଯ୍ୟନ୍ତ କେନ୍ଦ୍ର କ୍ଷତିପୂରଣ ଦେଇଥିଲା। କ୍ଷତିପୂରଣର ପ୍ରତିଶ୍ରୁତିରେ ରାଜ୍ୟମାନେ ଭାଟ ପ୍ରଚଳନ କରିବାକୁ ଏବ˚ କେନ୍ଦ୍ରୀୟ ବିକ୍ରିକର ହ୍ରାସ କରିବାକୁ ସମର୍ଥନ କରିଥିଲେ। ଜିଏସ୍‌ଟିରେ ମିଶ୍ରଣ ଘଟିଥିବା ରାଜ୍ୟର ଟିକସ ରାଜ୍ୟର ସମ୍ପୂର୍ଣ୍ଣ ଆୟର ପଚାଶ ପ୍ରତିଶତରୁ ଅଧିକ ଏବ˚ ଏହି ସବୁ ଟିକସ ଆଦାୟ କରିବାର ଅଧିକାର ରାଜ୍ୟ ସମର୍ପଣ କରିସାରିଛି। ଏହି ଭରସାରେ ଯେ କିଛି ବର୍ଷ ପାଇଁ ଜିଏସ୍‌ଟି ଦୃଢ଼ୀଭୂତ ହେଲା ପର୍ଯ୍ୟନ୍ତ କେନ୍ଦ୍ର କ୍ଷତିପୂରଣ ଦେବାର ବ୍ୟବସ୍ଥା କରିବ। କେରଳ, ପଶ୍ଚିମବଙ୍ଗ, ତାମିଲନାଡ଼ୁ ସମେତ ପନ୍ଦରଟି ଅଣବିଜେପି ଶାସିତ ରାଜ୍ୟ ଦାବି କରୁଛନ୍ତି କେନ୍ଦ୍ର ଋଣ କରି କ୍ଷତିପୂରଣ ଦେଉ। କେରଳର ଅର୍ଥମନ୍ତ୍ରୀ କହିଛନ୍ତି, ଜିଏସ୍‌ଟି ପରିଷଦର ବୈଠକରେ କିଛି ବିଜେପି ଶାସିତ ରାଜ୍ୟ ମଧୢ ଚାହୁଁଥିଲେ କେନ୍ଦ୍ର ଋଣ କରି କ୍ଷତିପୂରଣ ଦେବାକୁ, ହୁଏତ ରାଜନୈତିକ କାରଣରୁ ସେମାନେ ଏବେ କେନ୍ଦ୍ରକୁ ସମର୍ଥନ କରିପାରନ୍ତି। କେନ୍ଦ୍ର ଋଣ କରିବାର ଯୋଉ ସୁଯୋଗ ଓ ସ୍ବାଧୀନତା ଅଛି, ରାଜ୍ୟର ନାହିଁ। ରାଜ୍ୟମାନେ ସେମାନଙ୍କ ଆୟର ତିନି ପ୍ରତିଶତ ପର୍ଯ୍ୟନ୍ତ ଋଣ କରିପାରିବେ। ଅବଶ୍ୟ ଏବେ କେନ୍ଦ୍ର କୋହଳ କରି ୩.୫%କୁ ବୃଦ୍ଧି କରିବାକୁ କହୁଛି, ମାତ୍ର ତାହା ରାଜ୍ୟ ପାଇଁ ଯଥେଷ୍ଟ ନୁହେଁ। ରାଜ୍ୟ ଯଦି ଋଣ କରିବ, ତେବେ କେନ୍ଦ୍ରଠାରୁ ରାଜ୍ୟକୁ ୧% ରୁ ୨% ପର୍ଯ୍ୟନ୍ତ ଅଧିକ ସୁଧ ଦେବାକୁ ପଡ଼େ। ପ୍ରାକୃତିକ ବିପର୍ଯ୍ୟୟ କିମ୍ବା କୌଣସି ସମସ୍ୟା ଉପୁଜିଲେ, ରାଜ୍ୟ ସରକାର ହିଁ ସିଧାସିଧି ରାଜ୍ୟର ଅଧିବାସୀଙ୍କ ସହିତ ମୁକାବିଲା କରନ୍ତି। ସବୁ ରାଜ୍ୟର ଋଣ ଭାର ରହିଛି, ଜିଏସ୍‌ଟି ପ୍ରଚଳନ ହେତୁ କ୍ଷତି ଭରଣା କରିବାକୁ ଋଣ କରି ସୁଧ ଦେବାକୁ ପଡ଼ିଲେ, ରାଜ୍ୟମାନଙ୍କର ଜନକଲ୍ୟାଣ ଯୋଜନା ବାଧାପ୍ରାପ୍ତ ହେବ।

କରୋନା ହେତୁ ରାଜସ୍ବ ହାନି ଏବ˚ ଜିଏସ୍‌ଟି ପ୍ରଚଳନ ହେତୁ କ୍ଷତି, ଏମିତି ଭାଗ ଭାଗ ନ କରି, ରାଜ୍ୟର ଯେତେ କ୍ଷତି ଘଟୁଛି, ସମ୍ପୂର୍ଣ୍ଣ କ୍ଷତିର ଭରଣା କରିବାକୁ କେନ୍ଦ୍ର ସରକାର ଋଣ କରି ରାଜ୍ୟମାନଙ୍କୁ ପ୍ରଦାନ କରିବା ଉଚିତ୍‌ ହେବ। ଋଣକୁ କ୍ଷତିପୂରଣ ସେସ୍‌ରୁ ପରିଶୋଧ କରାଯିବ ଏବ˚ ସେଥିପାଇଁ ପାଞ୍ଚ ବର୍ଷ ପରେ ମଧୢ ସେସ୍‌ ଆଦାୟ କରିବାକୁ ପଡ଼ିବ। ପଞ୍ଜାବର ଅର୍ଥମନ୍ତ୍ରୀ ମନ୍‌ପ୍ରୀତ ସି˚ ବାଦଲ କେନ୍ଦ୍ରର ଏପରି ନିଷ୍ପତ୍ତିରେ ପ୍ରତିକ୍ରିୟା ରଖି କହିଛନ୍ତି, ଅଦୃଷ୍ଟ ପରିସ୍ଥିତି ଉପୁଜିବା ଆଳରେ ନିଜ ଲୋକଙ୍କ ସହିତ କେନ୍ଦ୍ର ଚୁକ୍ତିଭଙ୍ଗ କରିବା ଉଚିତ୍‌ ହେବ ନାହିଁ। ସେପରି କଲେ, ରାଜ୍ୟମାନଙ୍କର କେନ୍ଦ୍ର ସରକାରଙ୍କ ଉପରେ ଭରସା ତୁଟିଯିବ, ଯାହା ମହାସ˚ଘୀୟ ଭାବକୁ କ୍ଷୁଣ୍ଣ କରିବ।
କେ-୮/୫୪୩, କଳିଙ୍ଗ ବିହାର, ଘାଟିକିଆ, ଭୁବନେଶ୍ବର
ମୋ: ୯୪୩୭୫୭୮୭୩୩

ସମ୍ବନ୍ଧିତ ଖବର