ଷ୍ଟୁଡେଣ୍ଟସ୍‌ ଟ୍ରାଫିକ୍‌ ନାଗରିକ ଦାୟିତ୍ବବୋଧ ସୃଷ୍ଟି କରିବ

ରାଜ୍ୟରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଆରମ୍ଭ କରିଥିବା ଷ୍ଟୁଡେଣ୍ଟ ଟ୍ରାଫିକ ବ୍ୟବସ୍ଥା ଖୁବ୍‌ ସ୍ୱାଗତଯୋଗ୍ୟ। ଏଥିରେ ଅଂଶ ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଯେ ‌େକବଳ ଟ୍ରାଫିକ୍‌ ସମସ୍ୟା ସହିତ ପରିଚିତ ହେବେ ବା ସେ ବିଷୟରେ ସଚେତନ ହେବେ, ତାହା ନୁହେଁ; ଏଭଳି ଏକ କାମ ଜରିଆରେ ସେମାନେ ଏକ ନାଗରିକ ଦାୟିତ୍ବ ସଂପାଦନ କରୁଛନ୍ତି ବୋଲି ଆତ୍ମସନ୍ତୋଷ ମଧ୍ୟ ଲାଭ କରିବେ।

ତେବେ କେତେକ ଛାତ୍ରଛାତ୍ରୀ ବା ସେମାନଙ୍କ ଅଭିଭାବକମାନଙ୍କ ଅଭିଯୋଗ ହେଲା ଯେ ସେମାନେ କରୁଥିବା କାମ ତୁଳନାରେ ପ୍ରତିଶ୍ରୁତ ପାରିଶ୍ରମିକର ପରିମାଣ କମ୍‌। କିନ୍ତୁ ଅନେକ ଅଭିଭାବକ ଏହା ମଧ୍ୟ କହନ୍ତି ଯେ ପାରିଶ୍ରମିକ ବଡ଼ କଥା ନୁହେଁ, ବଡ଼ କଥା ହେଉଛି ଏଇ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଏକ ଗୁରୁତ୍ବପୂର୍ଣ୍ଣ କର୍ତ୍ତବ୍ୟ ସଂପାଦନର ଅଂଶ ହେବା ସହିତ ସେଇ ଜରିଆରେ ଶୃଙ୍ଖଳିତ ହେବା। ଏହା ଛାତ୍ରଛାତ୍ରୀମାନଙ୍କ ବ୍ୟକ୍ତିତ୍ବ ବିକାଶରେ ସହାୟକ ହେବ।
ବିକାଶ ଚନ୍ଦ୍ର ବେହେରା
ରେଭେନ୍‌ସା ୟୁନିଭର୍ସିଟି, କଟକ
ପ୍ରହ୍ଲାଦ କୁମାର ମିଶ୍ର
ରସୁଲଗଡ଼, ଭୁବନେଶ୍ବର

ସମ୍ବନ୍ଧିତ ଖବର