ଗତ ମେ’ ମାସରେ ଗିନା କୋଲାଟାଙ୍କ ଦ୍ବାରା ଲିଖିତ ଏବ˚ ‘ନ୍ୟୁୟର୍କ ଟାଇମ୍ସ’ରେ ପ୍ରକାଶିତ ଏକ ନିବନ୍ଧ କରୋନା ପାନ୍ଡେମିକର ଅନ୍ତ କିଭଳି ଘଟିପାରେ ସେ ନେଇ ଏକ ଧାରଣା ଦେବାର ଉଦ୍ୟମ କରିଥିଲା। ତହିଁରେ କୁହାଯାଇଥିଲା ଯେ ଏହି ବିଶ୍ବ-ମହାମାରୀର ସମାପ୍ତି ଘଟିବ ଏକ ପ୍ରତିଷେଧକର ଆବିର୍ଭାବରେ ଯାହା ସମ୍ଭବ କରିବ ଉଚ୍ଚକୋଟୀର, ଦ୍ରୁତ ଏବ˚ ସଘନ ଗବେଷଣା ଅଥବା ଏହା ଅଦୃଶ୍ୟ ହୋଇଯିବ ଏକ ପ୍ରକାର ସାମାଜିକ ଆଭିମୁଖ୍ୟ ଦ୍ବାରା, ଯେତେବେଳେ ସାଧାରଣ ଲୋକେ ଏହି ରୋଗର ଉପସ୍ଥିତିକୁ ଭୁଲି ଯାଇ ସେମାନଙ୍କ ଜୀବନ ଯାତ୍ରାକୁ ଅବ୍ୟାହତ ରଖିବାକୁ ଲାଗିବେ। ଇତିମଧୢରେ ଏହି ଲେଖା ପ୍ରକାଶିତ ହେବାର ପ୍ରାୟ ସାତ ମାସ ଅତିକ୍ରାନ୍ତ ହୋଇସାରିଛି ଏବ˚ ଆମ ସମ୍ମୁଖରେ ଏହି ଉଭୟ ସ୍ଥିତି ଏକା ସାଙ୍ଗରେ ବିଦ୍ୟମାନ ହୋଇଥିବା ଭଳି ପ୍ରତୀୟମାନ ହେଉଛି: କାରଣ କରୋନା ପ୍ରତିଷେଧକ ଟିକା ଏବେ ଆମ ପହଞ୍ଚରେ ଏବ˚ ଗିନା କୋଲାଟା କହିଥିବା ଭଳି କରୋନାର ଉପସ୍ଥିତି ସତ୍ତ୍ବେ ତାକୁ ନଜରଅନ୍ଦାଜ କରି ଜୀବନଯାତ୍ରାକୁ ସ୍ବାଭାବିକ କରିବାରେ ଆମେମାନେ ବ୍ୟାପୃତ। ସେହି ପରିପ୍ରେକ୍ଷୀରେ ଆମ ଦେଶରେ ମଧୢ ସାର୍ବଜନୀନ ଟିକାକରଣ ଲାଗି ପ୍ରସ୍ତୁତି ପ୍ରାରମ୍ଭ ହୋଇଥିବା ବେଳେ କରୋନା ସ˚କ୍ରମିତଙ୍କ ସ˚ଖ୍ୟାରେ ହ୍ରାସ ହେତୁ ଜନ୍ମିଥିବା ଏକ ଧାରଣା କରୋନା ପ୍ରତି ହେୟ ଭାବ ସୃଷ୍ଟି କରି ପ୍ରବଳ ହେବାରେ ଲାଗିଛି ଯେ କରୋନା ଏବେ ଗତାୟୁ ଏବଂ ସେହି କାରଣରୁ ନିଷ୍ପ୍ରଭ। ସୁତରା˚, ସ୍ବାଭାବିକ ଭାବେ ଏବେ ସର୍ବତ୍ର ସତର୍କତା ନିୟମ ପାଳନରେ ଏକ ଅତ୍ୟନ୍ତ ଢିଲା ପଣ ଦୃଶ୍ୟମାନ ହେବାରେ ଲାଗିଛି। ଏଭଳି ଏକ ସ୍ଥିତିରେ ଗ୍ରେଟ୍ ବ୍ରିଟେନ୍ରେ ଏକ ନୂତନ ଷ୍ଟ୍ରେନ୍ଧାରୀ କରୋନା ଭୂତାଣୁର ଆବିର୍ଭାବ ଘଟିବା ଏବ˚ ତା’ ପରେ ସେଠାକୁ ଅତ୍ୟନ୍ତ କଠୋର ‘ଲକ୍ଡାଉନ୍’ ପ୍ରତ୍ୟାବର୍ତ୍ତନ କରିବା ଆମ ରାଷ୍ଟ୍ର ସମେତ ସାରା ପୃଥିବୀରେ ପୁନର୍ବାର ଏକ ଭୟର ବାତାବରଣ ସୃଷ୍ଟି କରିଛି। ଏ ପରିପ୍ରେକ୍ଷୀରେ ପାନ୍ଡେମିକ୍ର ଅନ୍ତ ନେଇ ଗିନାଙ୍କ ନିଷ୍କର୍ଷ ମଧୢ ଦୁର୍ବଳ ବୋଧ ହୋଇଥାଏ, କାରଣ କହିବା ବାହୁଲ୍ୟ ଯେ କୋଭିଡ୍-୧୯ ସମ୍ଭବତଃ ଏଭଳି ଏକ ଭୂତାଣୁ ଯାହା ତାର ଉପସ୍ଥିତିକୁ ନଜରଅନ୍ଦାଜ କରିବା ଲାଗି କଦାପି ସୁଯୋଗ ପ୍ରଦାନ କରି ନ ପାରେ।
ଯଦିଓ ଇତିମଧୢରେ କୋଭିଡ୍-୧୯ ଭୂତାଣୁଟି ଅନେକ ଥର ରୂୂପାନ୍ତରିତ ହୋଇ ସାରିଲାଣି, ଏହି ନୂତନ ଷ୍ଟ୍ରେନ୍ ପ୍ରତି ଭୟର କାରଣ କ’ଣ ହୋଇପାରେ? ସମ୍ଭବତଃ ଏହାର କାରଣ ଏକ ରାଜନୈତିକ ନିଷ୍ପତ୍ତିର ଉପଜ। କୁହାଯାଇପାରେ ଯେ ଏହି ଷ୍ଟ୍ରେନ୍ ବିଷୟରେ ଜଣାପଡ଼ିବା ପରେ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଦ୍ବାରା ସହସା ଏକ କଠୋର ‘ଲକ୍ଡାଉନ୍’ର ଘୋଷଣା ହୁଏ’ତ ଏହି ଭୟ ସଂଚାର କରିଛି। ଏଠାରେ ସ୍ମରଣଯୋଗ୍ୟ ଯେ ଗତ ଫେବ୍ରୁଆରି-ମାର୍ଚ୍ଚ ମାସରେ ‘କୋଭିଡ୍-୧୯’ ତାର ବିଶ୍ବ ପରିକ୍ରମା ପ୍ରାରମ୍ଭ କରି ଏକ ଅଚିନ୍ତନୀୟ ପାନ୍ଡେମିକ୍ ଲାଗି ମାର୍ଗ ପ୍ରଶସ୍ତ କରୁଥିବା ବେଳେ ଇ˚ଲଣ୍ତର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏହାର ସ˚କ୍ରମଣ ଏବ˚ ମାରକ କ୍ଷମତାକୁ ହେୟ ମଣିଥିବା କାରଣରୁ ନିଜକୁ ଏବ˚ ନିଜ ଦେଶକୁ ବିପତ୍ତି ଭିତରକୁ ଠେଲି ଦେଇଥିଲେ। ସୁତରା˚ ବର୍ତ୍ତମାନ ଏ ବିଷୟରେ ମାତ୍ରାଧିକ ସତର୍କ ବୋରିସ ଜନସନ ଏହି ନୂତନ ଷ୍ଟ୍ରେନ୍ର ଆବିର୍ଭାବ ପରେ ତୁରନ୍ତ ଏକ କଠୋର ଲକ୍ଡାଉନ୍ ଲାଗି ଆଦେଶ ଦେବାରେ ବିସ୍ମିତ ହେବାର କାରଣ ନାହିଁ। ଏ ସ˚ପର୍କରେ ବୋରିସ ଜନସନ ଯାହା କହିଥିବା ଶୁଣାଯାଏ, ତାହା ହେଲା ଏହି ଭୂତାଣୁ ତାର ଆକ୍ରମଣ କରିବାର ଢଙ୍ଗ ବଦଳାଇ ଥିବାରୁ ଆମକୁ ଆତ୍ମରକ୍ଷାର କୌଶଳରେ ମଧୢ ପରିବର୍ତ୍ତନ ଆଣିବାକୁ ହେବ।
ତେବେ ପ୍ରଶ୍ନ ଉଠିଥାଏ, ଏହି ନୂଆ ଷ୍ଟ୍ରେନ୍ କିଭଳି ତାର ଆକ୍ରମଣର ଢଙ୍ଗରେ ପରିବର୍ତ୍ତନ ଘଟାଇଛି? କୁହାଯାଉଛି ଯେ ତାହା ହେଉଛି ଏହି ଷ୍ଟ୍ରେନ୍ର ଅତ୍ୟନ୍ତ ଦ୍ରୁତ ସ˚କ୍ରମଣ କ୍ଷମତା। ଗ୍ରେଟ୍ ବ୍ରିଟେନ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମ୍ୟାଟ ହାନକକ କହିଥିବା ଭଳି ଏହି ଷ୍ଟ୍ରେନ୍ର ସ˚କ୍ରମଣ କ୍ଷମତା ପୂର୍ବ ଷ୍ଟ୍ରେନ୍ଗୁଡ଼ିକ ତୁଳନାରେ ପ୍ରାୟ ୭୦% ଅଧିକ। କିନ୍ତୁ କଥା ହେଲା, ଏଭଳି ଏକ ନିଷ୍କର୍ଷ କୌଣସି ପରୀକ୍ଷାଗାରର ଗବେଷଣା ସମ୍ଭୁତ ନୁହେଁ: ବର˚ ଏକ ମଡେଲି˚ ଆଧାରରେ କରାଯାଇଥିବା ସ୍ଥୂଳ ଆକଳନ ପ୍ରସୂତ; ଯେଉଁଭଳି ଆକଳନ ଅନେକ ସମୟରେ ବିଭ୍ରାନ୍ତି ଉତ୍ପନ୍ନ କରିଥାଏ। ସୁତରା˚, ‘କୋଭିଡ୍-୧୯ ଜେନୋମିକ୍ସ-ୟୁ.କେ.’ ଭଳି ଉଚ୍ଚକୋଟୀର ଗବେଷଣା ଅନୁଷ୍ଠାନରୁ ଏହି ଷ୍ଟ୍ରେନ୍ ସମ୍ବନ୍ଧୀୟ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତ ନ ଆସିବା ପର୍ଯ୍ୟନ୍ତ ସେ ସ˚ପର୍କରେ ନିଶ୍ଚିତ ଭାବେ କିଛି କୁହା ଯାଇ ନପାରେ। ତେବେ ଯେଉଁ ଆଧାରରେ ଏହାର ଦ୍ରୁତ ସ˚କ୍ରମଣ କ୍ଷମତାକୁ ନେଇ ଧାରଣା ସୃଷ୍ଟି ହୋଇଛି, ତାହା ହେଲା ଉପଲବ୍ଧ କିଛି ତଥ୍ୟ ଯହିଁରୁ ଜଣାପଡ଼ିଛି ଯେ ଗଲା ସେପ୍ଟେମ୍ବରରୁ ନଭେମ୍ବର ମାସ ମଧୢରେ ବ୍ରିଟେନ୍ରେ କୋଭିଡ୍ ଦ୍ବାରା ସ˚କ୍ରମିତ ବ୍ୟକ୍ତିଙ୍କ ମଧୢରୁ ଅର୍ଧେକଙ୍କ ଠାରେ ଏହି ନୂଆ ଷ୍ଟ୍ରେନ୍ର ଉପସ୍ଥିତି ଦେଖିବାକୁ ମିଳିଥିବା ବେଳେ ସେ ସ˚ଖ୍ୟାରେ ହଠାତ୍ ଦ୍ରୁତ ବୃଦ୍ଧି ଘଟି ବର୍ତ୍ତମାନ ଅର୍ଥାତ୍ ଡିସେମ୍ବର ମାସରେ ସ˚କ୍ରମିତଙ୍କ ମଧୢରୁ ପ୍ରାୟ ଦୁଇ ତୃତୀୟା˚ଶ ଏହାର ଶିକାର ହୋଇଥିବା ଦେଖିବାକୁ ମିଳିଛି। ସେହିଭଳି ଦକ୍ଷିଣ ଆଫ୍ରିକାରେ ସ˚ପ୍ରତି କୋଭିଡ୍ ଆକ୍ରାନ୍ତଙ୍କ ମଧୢରୁ ୯୦%ଙ୍କ ଠାରେ ଏହି ଷ୍ଟ୍ରେନ୍ର ଉପସ୍ଥିତି ଦେଖିବାକୁ ମିଳୁଛି। ତେବେ ଏହା ସତ୍ତ୍ବେ ଯାହା ଅସ୍ପଷ୍ଟ ତାହା ହେଲା ଏହି ଷ୍ଟ୍ରେନ୍ ସତରେ ଦ୍ରୁତ ସ˚କ୍ରମଣକ୍ଷମ ନା ଆକ୍ରାନ୍ତ ବ୍ୟକ୍ତିମାନେ ସତର୍କତା ନିୟମକୁ ଉଲ୍ଲ˚ଘନ କରି ସମ୍ମିଳିତ ହୋଇଥିବା କାରଣରୁ ଏଭଳି ବ୍ୟାପକ ସ˚କ୍ରମଣର କାରଣ ହୋଇଛନ୍ତି! ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ବା ‘ହୁ’ ପକ୍ଷରୁ କୁହାଯାଇଛି ଯେ ଇତି ମଧୢରେ ‘କୋଭିଡ୍-୧୯’ ୪୦୦୦ ଥର ରୂପାନ୍ତରିତ ହେଲାଣି, ଯଦିଓ ଏ ସମସ୍ତ ରୂପ ପୂର୍ବ ରୂପର ପ୍ରାୟ ନକଲ। ସେହି ପରିପ୍ରେକ୍ଷୀରେ ବୈଜ୍ଞାନିକଙ୍କ ମତରେ ଏହି ନୂଆ ଷ୍ଟ୍ରେନ୍ (ଯାହା ‘ଏନ୍୫୦୧ଵାଇ’ ଭାବେ ଚିହ୍ନିତ) ଦ୍ବାରା କରୋନା ରୋଗର ଭୟାବହତା ବୃଦ୍ଧି ପାଇବାର ବିଶେଷ ଆଶଙ୍କା ନାହିଁ। ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରି ମାସରେ ୟୁରୋପରେ ଦୃଶ୍ୟମାନ ହୋଇଥିବା ନୂଆ ଷ୍ଟ୍ରେନ୍ ‘ଡି୬୧୪ଜି’ ଏବ˚ ପରେ ସ୍ପେନ୍ରେ କାୟା ବିସ୍ତାର କରିଥିବା ଅନ୍ୟ ଏକ ଷ୍ଟ୍ରେନ୍ ‘ଏ୨୨୨ଭି’ ରୋଗର ଭୟାବହତାରେ ବା ତାର ମାରକ କ୍ଷମତାରେ ବୃଦ୍ଧି ଘଟାଇ ନ ଥିଲା। ‘ହୁ’ ପକ୍ଷରୁ ଏହା ମଧୢ କୁହାଯାଇଛି ଯେ ବ୍ରିଟେନ୍ରେ ମିଳିଥିବା ଷ୍ଟ୍ରେନ୍ଟି ପୃଥିବୀର ଅନ୍ୟାନ୍ୟ ଦେଶରେ ମଧୢ ବିଦ୍ୟମାନ ଥିବା ସମ୍ଭବ। କାରଣ ନିଜକୁ ସକ୍ରିୟ କରି ରଖିବା ଲାଗି ମୁହୁର୍ମୁହୁଃ ନିଜର ରୂପାନ୍ତରଣ ଘଟାଇ ଚାଲିଥିବା ଭୂତାଣୁର ଏଭଳି ନୂଆ ଷ୍ଟ୍ରେନ୍ର ସୃଷ୍ଟି ଏକ ସ୍ବାଭାବିକ ପ୍ରକ୍ରିୟା ମାତ୍ର। ବୈଜ୍ଞାନିକମାନେ ଏହା ମଧୢ କହନ୍ତି ଯେ ଏହା ବିରୋଧରେ ପ୍ରତିଷେଧକଗୁଡ଼ିକ ସଫଳ ନ ହେବାର କୌଣସି କାରଣ ନାହିଁ, ଯାହା ଅତ୍ୟନ୍ତ ଆଶ୍ବାସନାମୂଳକ।
ତେବେ ଏ ସ˚ଦର୍ଭରେ ଯାହା ଗୁରୁତ୍ବପୂର୍ଣ୍ଣ, ତାହା ହେଲା ବିବର୍ତ୍ତନ ବାଦର ସିଦ୍ଧାନ୍ତ ଅନୁସରଣ କରି ଭୂତାଣୁଟି ତିଷ୍ଠି ରହିବା ଲାଗି ନିରନ୍ତର ନିଜ ଠାରେ ପରିବର୍ତ୍ତନ ଆଣି ଏ ଯାବତ୍ ପରିସ୍ଥିତିକୁ ନିଜ ନିୟନ୍ତ୍ରଣାଧୀନ କରି ରଖିଥିବା ବେଳେ ମନୁଷ୍ୟମାନେ ତିଷ୍ଠି ରହିବା ଲାଗି ଆବଶ୍ୟକ ଚରିତ୍ରଗତ ପରିବର୍ତ୍ତନ ଆଣିବାରେ ବିଫଳ ହୋଇ ଭୁତାଣୁର ଶିକାର ହେବାରୁ ନିଜକୁ ରକ୍ଷା କରି ପାରିନାହାନ୍ତି। ତେଣୁ କହିବା ବାହୁଲ୍ୟ ଯେ ଭୂତାଣୁଟି ବିଦ୍ୟମାନ ଥିବା ସତ୍ତ୍ବେ ତାର ଉପସ୍ଥିତିକୁ ନଜରଅନ୍ଦାଜ କରିବାର ଅର୍ଥ ‘କରୋନା ଆଉ ନାହିଁ’ ବୋଲି ଏକ ଭୟାନକ ବିଭ୍ରାନ୍ତିର ଶିକାର ହୋଇ ପ୍ରକାରାନ୍ତରେ ଏକ ଅନ୍ତ ବିହୀନ ପାନ୍ଡେମିକ୍ର ଶିକୁଳିରେ ଗୋଟିଏ କଡ଼ିରେ ପରିଣତ ହେବା। ଭୁଲିଯିବା ଉଚିତ ନୁହେଁ ଯେ ଏହି ପାନ୍ଡେମିକ ସେ ପର୍ଯ୍ୟନ୍ତ ଘୋଟି ରହିପାରେ ଯେ ପର୍ଯ୍ୟନ୍ତ ଭୂତାଣୁଟି ନୂଆ ନୂଆ ଅବତାରରେ ଆବିର୍ଭୂତ ହୋଇ ନିଜର ସକ୍ରିୟତାକୁ ବଳବତ୍ତର ରଖିଥିବା ବେଳେ ମନୁଷ୍ୟମାନେ ତାକୁ ହେୟ ମଣିବାର ଆଭିମୁଖ୍ୟରେ ପରିବର୍ତ୍ତନ ନ ଘଟାଇ ଆପଣା ଅହମିକାର ବଶବର୍ତ୍ତୀ ହୋଇ ଚାଲିଥିବେ।