ଗୋଟିଏ ଗାଁରେ ଥିଲେ ଜଣେ ଧନୀ ଲୋକ। ସେ କିନ୍ତୁ ଥିଲେ ଅଳ୍ପକରେ ସନ୍ତୁଷ୍ଟ ରହିଲା ଭଳି ଲୋକ। ତେଣୁ ସେ ସଦାବେଳେ ଖୁସିରେ ରହୁଥିଲେ।
କିନ୍ତୁ ଥରେ ଭାଗ୍ୟର ବିପର୍ଯ୍ୟୟ ଘଟିଲା। ତାଙ୍କ ବ୍ୟବସାୟରେ କ୍ଷତି ହେଲା। ଖରାପ ବେଳ ପଡ଼ିଥିବା ବେଳେ ବ୍ୟବସାୟୀଜଣକ ତାଙ୍କ ଅସ୍ତାବଲରେ ଥିବା ଛଅଟି ଯାକ ଘୋଡ଼ା ବିକି ଦେଇଥିଲେ। ଏଣିକି ସେ ପାଦରେ ଚାଲି ଯିବା-ଆସିବା କରୁଥିଲେ। ତଥାପି ସେ ଖୁସି ଥିଲେ। କାରଣ ସେ କହୁଥିଲେ ଯାହା ହେଉ ଭଗବାନ ତଳିତଳାନ୍ତ କରିନାହାନ୍ତି। ସେ ଭଗବାନଙ୍କୁ କେବଳ ଗୋଟିଏ ଆକୁଳ ପ୍ରାର୍ଥନା କରୁଥିଲେ- ପ୍ରଭୁ, ମୋତେ ଯେତିକିିରେ ରଖିଛ, ସେତିକିରେ ରଖ। ଆଉ ତଳକୁ ଟାଣନାହିଁ।

Advertisment

ଦିନ ଗଡ଼ି ଚାଲିଲା। ଦେଖାଗଲା କ୍ରମେ ଧନୀ ଜଣକ ବିରସ ଦିଶୁଛନ୍ତି। କାରଣ କଅଣ? ପତ୍ନୀ କହିଲେ- ତୁମ ଭଳି ଲୋକ ବିରସ ଦିଶୁଛି କାହିଁକି? ଧନୀ କହିଲେ- ମୋତେ ଯାହା ବାଧି ଯାଉଛି ତାହା ହେଲା ଯେତେବେଳେ ମୋ ପାଖରେ ଛୋଟା ଘୋଡ଼ା ଥିଲେ, ସେତିକି ବେଳେ ଗାଁରେ କାହା ପାଖରେ ଘୋଡ଼ା ନ ଥିଲା। ଏବେ ମୋ ପାଖରେ ଘୋଡ଼ା ନାହିଁ, ହେଲେ ଅନ୍ୟମାନେ ଘୋଡ଼ା ଚଢ଼ି ବୁଲୁଛନ୍ତି। ପତ୍ନୀ ଥିଲେ ବିଚାରଶୀଳା ଓ ବୁଦ୍ଧିମତୀ। ସେ ତାଙ୍କୁ ବୁଝାଇ କହିଲେ- ଦେଖ ଭାଗବାନ ତୁମ ଡାକ ଶୁଣୁଛନ୍ତି। ତୁମର ବିପର୍ଯ୍ୟୟ ସମୟ ଟଳି ଯାଇଛି। ବ୍ୟବସାୟ ଗୋଟିଏ ପ୍ରକାର ଚାଲିଛି। ଆମେ ଆଉ ଅଧିକ ଗରିବ ହେଉନାହେଁ। ତୁମେ ତ ତାହା ହିଁ ଭଗବାନଙ୍କୁ ଡାକୁଛ ଏବଂ ଭଗବାନ ତାହା ଶୁଣୁଛନ୍ତି। ଅନ୍ୟମାନେ ଘୋଡ଼ା ଚଢ଼ିଲେ ତୁମର କ’ଣ କ୍ଷତି ହୋଇଗଲା? ଏତିକି ଛୋଟ କଥା ବୁଝିଲେ ତୁମ ମନ ପୁଣି ସରସ ହୋଇଯିବ। ଭଗବାନ ଯାହା ଦେଇଛନ୍ତି ତାହା ଯଥେଷ୍ଟ।