ଗୋଟିଏ ରାଜ୍ୟର ରାଜାଙ୍କ ସି˚ହାସନ ବିଦ୍ରୋହୀମାନେ ଅଧିକାର କରିନେଲେ। ରାଜା କୌଣସିମତେ ଏକ ଜଙ୍ଗଲ ଭିତରେ ଥିବା ସାଧୁଙ୍କ ଆଶ୍ରମରେ ଲୁଚି ପାରିଲେ। ସେଠାରେ ସେ ଅତ୍ୟନ୍ତ ବିଷଣ୍ଣ ଚିତ୍ତରେ କାଳ କାଟିଲେ। ଦିନେ ରାଜା ଏକୁଟିଆ ବସି ଲୁହ ଗଡ଼ାଉଥିବାର ଦେଖି ସାଧୁ ପଚାରିଲେ- ମଣିମା, ଆପଣଙ୍କ ବିଷଣ୍ଣତାର କାରଣ କ’ଣ?
ରାଜା ଆକାଶରୁ ଗଳି ପଡ଼ିଲା ଭଳି କହିଲେ- ମହାତ୍ମା, ମୋର ରାଜ୍ୟ ଗଲା। ସି˚ହାସନ ଗଲା। ସୁଖ ଗଲା। ତଥାପି ଆପଣ ମୋର ବିଷଣ୍ଣତାର କାରଣ କ’ଣ ବୋଲି ପଚାରୁଛନ୍ତି?
ସାଧୁ କହିଲେ- ମହାରାଜା, ମୋର ପ୍ରଶ୍ନ ପଛରେ ଏକ ତାତ୍ପର୍ଯ୍ୟ ରହିଛି। କଥା ହେଲା, ଆପଣ ଯାହା ସବୁ କହିଲେ ତାହା ସବୁ ଅତୀତର କଥା। ଅତୀତ କଦାପି ଫେରିବ ନାହିଁ। କିନ୍ତୁ ଆପଣଙ୍କ ପାଖରେ ଅଛି ଏକ ବଡ଼ ସ˚ପଦ। ତାହା ହେଲା ବର୍ତ୍ତମାନ। ବର୍ତ୍ତମାନକୁ ଉପଯୋଗ କଲେ ଆପଣ ଅତୀତର ସବୁ ଭୁଲ୍କୁ ସୁଧାରି ପାରିବେ ଏବ˚ ଏକ ଚମତ୍କାର ଭବିଷ୍ୟତ ପୁଣି ଗଢ଼ିପାରିବେ। ‘ବର୍ତ୍ତମାନ’ ସେଇ ସୁଯୋଗଟି ଦେଇଥାଏ। ତାକୁ ଅତୀତ ହୋଇଯିବାକୁ ଦିଅନ୍ତୁ ନାହିଁ।
ରାଜା କଥାର ତାତ୍ପର୍ଯ୍ୟ ବୁଝିପାରିଲେ। ଦମ୍ଭ ଜୁଟାଇ ସେ ଏକ ପାଲଟା ଆକ୍ରମଣର ଯୋଜନା ପ୍ରସ୍ତୁତ କରିବାରେ ଲାଗିଲେ। ଅବସର ମଧ୍ୟ ଜୁଟିଲା। ରାଜାଙ୍କ ଅନୁଗତମାନେ ଏକାଠି ହେଲେ ଏବଂ ରାଜା ସେହି ବିଦ୍ରୋହୀମାନଙ୍କୁ ତଡ଼ି ପୁନର୍ବାର ସିଂହାସନ ଆରୋହଣ କଲେ।
ବର୍ତ୍ତମାନ ହିଁ ସଂପଦ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)