ଅରିନ୍ଦମ୍ଙ୍କ ଅଭିନୀତ ‘ଶିବା ନଟ୍ ଆଉଟ୍’ର ସେନସର୍ ଇତିମଧ୍ୟରେ ସରିଯାଇଛି। ଏହାକୁ ସେନସର୍ ବୋର୍ଡ ପକ୍ଷରୁ ‘ୟୁ’ ପ୍ରମାଣପତ୍ର ଦିଆଯାଇଥିବା ଜଣାଯାଇଛି। ଏହି ଅରିନ୍ଦମ୍ଙ୍କ ବିପକ୍ଷରେ ଅଛନ୍ତି ଅର୍ଚ୍ଚିତା।ଅନ୍ୟାନ୍ୟ କଳାକାରଙ୍କ ମଧ୍ୟରେ ମନୋଜ ମିଶ୍ର ଖଳନାୟକ ଭୂମିକାରେ ଅଛନ୍ତି ଏଥିରେ। ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁମୋହନ ସାହୁ ଏବଂ ପ୍ରଯୋଜନାରେ ଅଛନ୍ତି ନିଜେ ନାୟକ ଅରିନ୍ଦମ୍ ରାୟ।