ଲୋକପ୍ରିୟ ନିର୍ଦ୍ଦେଶକ ରେମୋ ଡିସୁଜାଙ୍କ ଆଗାମୀ ସିନେମା ‘ଏବିସିଡି-୩’ରେବରୁଣ ଧଓ୍ଵନ ହିଁ ନାୟକ ହେବେ ବୋଲି ଜଣାଯାଇଛି। ଏହା ସ୍ପଷ୍ଟ କରିଛନ୍ତି ନିଜେ ନିର୍ଦ୍ଦେଶକ ରେମୋ ଡିସୁଜା। ଏହାର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ସେ କହିଛନ୍ତି। ତେବେ ଏଥିରେ କିଏ ନାୟିକା ହେବେ ତାହା ଜଣାପଡ଼ିନାହିଁ। ଏଠାରେ ସୂଚନାଯୋଗ୍ୟ କି ବରୁଣ ଧଓ୍ଵନ ସଂପ୍ରତି ଜୁଡଓ୍ଵା-୨ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହାପରେ ସେ ଅନୁଷ୍କା ଶର୍ମାଙ୍କ ସହ ଏକ ନୂଆ ସିନେମା ‘ସୁଇ ଧାଗା’ରେ କାମ କରିବେ। ତାଙ୍କ ଅଭିନୀତ ‘ଅକ୍ଟୋବର୍’ ଆଗାମୀ ବର୍ଷ ଜୁନମାସରେ ରିଲିଜ୍ ହେବ ବୋଲି ଜଣାଯାଇଛି।
Advertisment

Sambad is now on WhatsApp
Join and get latest news updates delivered to you via WhatsApp