ମୁମ୍ବାଇ: ପୂର୍ବତନ କେନ୍ଦ୍ରମନ୍ତ୍ରୀ , କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ କପିଲ ସିବଲ୍ ଅଗଷ୍ଟ ୮ ତାରିଖରେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ସେ କେବଳ ଜଣେ ରାଜନେତା ବା ଆଇନଜୀବୀ ନୁହଁନ୍ତି,ବରଂ କପିଲ ଜଣେ ଗୀତିକାର ମଧ୍ୟ।
କପିଲ ସିବଲ୍ ହିନ୍ଦୀ ସିନେମାରେ ଗୀତ ଲେଖିଛନ୍ତି। ୨୦୧୬ରେ ମୁକ୍ତିଲାଭ କରିଥିବା ଫିଲ ୍ମ‘ଶୋରଗୁଲ୍’ରେ ସେ ଦୁଇଟି ଗୀତ ଲେଖିଥିଲେ।ଏହି ଗୀତ ଦୁଇଟି ହେଲା ‘ତେରେ ବିନା...’ ଓ ‘ମସ୍ତ ହାଓ୍ଵା...’।ଏହାର ସଙ୍ଗୀତକାର ଥିଲେ ନୀଳାଦ୍ରି କୁମାର।ଏଥିମଧ୍ୟରୁ ତେରେ ବିନା.... ଗୀତରେ କଣ୍ଠଦାନ କରିଥିଲେ ଉଦୀୟମାନ ଗାୟକ ଅରିଜିତ୍ ସିଂହ।
କପିଲ ସିବଲ୍ ଓସ୍କାର ଆଓ୍ଵାର୍ଡ ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍ .ରହେମାନ୍ଙ୍କ ସହିତ ବି କାମ କରିଛନ୍ତି। ରହେମାନ୍ଙ୍କ ଆଲବମ୍ ‘ରୌନକ୍’ପାଇଁ କପିଲ ସାତଟି ଗୀତ ଲେଖିଛନ୍ତି। ଏହାର ସ୍ୱର ସଂଯୋଜନା କରିଛନ୍ତି ନିଜେ ଏ.ଆର୍ ରହେମାନ୍।ଏହି ଆଲବମ୍ରେ ଥିବା ଏକ ଗୀତ ଲାଡ୍ଲି...ରେ ସ୍ୱରସାମ୍ରାଜ୍ଞୀ ଲତା ମଙ୍ଗେସକର୍ କଣ୍ଠଦାନ କରିଛନ୍ତି।
କପିଲ୍ ସିବଲ୍ ଏବେ ଆହୁରି କେତେକ ହିନ୍ଦୀ ସିନେମାରେ ମଧ୍ୟ ଗୀତ ରଚନା କରିବାକୁ ଯାଉଛନ୍ତି।