ଏଯାବତ୍‌ ବଲିଉଡରେ ଏଣ୍ଟ୍ରି ନେଇନଥିବା ଲୋକପ୍ରିୟ ଅଭିନେତା ଜ୍ୟାକି ଶ୍ରଫଙ୍କ କନ୍ୟା ତଥା ଟାଇଗର୍‌ ଶ୍ରଫଙ୍କ ଭଉଣୀ କ୍ରିଷ୍ଣା ସିନେ ନିର୍ମାତାମାନଙ୍କର ଦୃଷ୍ଟି ଆକର୍ଷଣ କରିବାପାଇଁ ହଟ୍‌ ଫଟୋ ସୋସିଆଲ୍‌ ମିଡିଆରେ ସେଆର୍‌ କରୁଥିବା ଜଣାଯାଇଛି । ଇତିମଧ୍ୟରେ ତାଙ୍କ ପାଖକୁ କେତେକ ସିନେମାରେ ହିରୋଇନ୍‌ ହେବାଲାଗି ଅଫର୍‌ ମିଳିଥିବା ସତ୍ତ୍ୱେ ସେ ରାଜି ହୋଇନାହାନ୍ତି । ତେବେ କାହିଁକି ରାଜି ହେଉନାହାନ୍ତି ଟାଇଗର୍‌ ଶ୍ରଫଙ୍କ ଭଉଣୀ କ୍ରିଷ୍ଣା ? ଏହାକୁ ନେଇ ଏକ ଖୁଲାସା ହୋଇଛି। ତାହା ଅନୁଯାୟୀ କ୍ରିଷ୍ଣା ନାୟିକା ହୁଅନ୍ତୁ ତାହା ଚାହୁଁନାହାନ୍ତି ଭାଇ ଟାଇଗର୍‌ ଶ୍ରଫ। ଅପରପକ୍ଷରେ ତାଙ୍କୁ କେବଳ ବୋଲଡ୍‌ ରୋଲ୍‌ ଲାଗି ଅଫର୍‌ ମିଳୁଥିବା ଯୋଗୁଁ କ୍ରିଷ୍ଣା ଡେବ୍ୟୁ କରିପାରୁନାହାନ୍ତି ।
ବଲିଉଡର ଲୋକପ୍ରିୟ ଅଭିନେତା ଜ୍ୟାକି ଶ୍ରଫଙ୍କ କନ୍ୟା ତଥା ଟାଇଗର୍‌ ଶ୍ରଫଙ୍କ ଭଉଣୀ କ୍ରିଷ୍ଣା ସର୍ବଦା ଚର୍ଚ୍ଚାକୁ ରହିଛନ୍ତି । ସେ ନିଜର ହଟ୍‌ ଆଣ୍ଡ ବୋଲ୍ଡ ଫଟୋ ଇନଷ୍ଟାଗ୍ରାମରେ ସେଆର୍‌ କରିଥିଲେ ।ଅନ୍ୟପକ୍ଷରେ ସେ କିନ୍ନରମାନଙ୍କ ଉପରେ ଏକ ଡକ୍ୟୁମେଣ୍ଟାରି ନିର୍ମାଣ କରିଛନ୍ତି ।