ନୂଆଦିଲ୍ଲୀ: ଶନିବାର ବିଳମ୍ବିତ ରାତିରେ ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀ ଏକ ବିବାହ ଭୋଜିରେ ଯୋଗଦେବାକୁ ଯାଇଥିବା ବେଳେ ତାଙ୍କର ହୃଦ୍ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ସମୟରେ ତାଙ୍କ ପାଖରେ ତାଙ୍କ ସ୍ୱାମୀ ବନି କାପୁର ଓ କନ୍ୟା ଖୁସୀ ଉପସ୍ଥିତ ଥିଲେ।
ଶ୍ରୀଦେବୀ ବନି କପୁରଙ୍କ ଭଣଜା ମୋହିତ ମାରବାହଙ୍କ ବିବାହ ଭୋଜିରେ ଯୋଗ ଦେବାକୁ ସ୍ୱାମୀ ଓ ସାନ ଝିଅ ସହିତ ଦୁବାଇ ଯାଇଥିଲେ। ଶ୍ରୀଦେବୀଙ୍କ ସାନ ଝିଅ ଖୁସି ନିଜର ଇନ୍ଷ୍ଟାଗ୍ରାମରେ ଭାଇ ମୋହିତଙ୍କ ବିବାହର କେତେଟି ଫଟୋ ସେୟାର କରିଥିଲେ। ଏଥିରେ ଶ୍ରୀଦେବୀ ସ୍ୱାମୀ ବନି କପୁର, ଝିଅ ଖୁସି କପୁର ଓ ଭଣାଜ ମୋହିତ ମାରବାହ ଓ ତାଙ୍କ ଭଣାଜା ବୋହୂଙ୍କ ସହିତ ନିଜର ଆସୁଛନ୍ତି। ତେବେ ଶ୍ରୀଦେବୀଙ୍କ ବଡ଼ ଝିଅ ଜାହ୍ଵବୀ କପୁର ମୁମ୍ବାଇରେ ନିଜ ସିନେମା ପାଇଁ ବ୍ୟସ୍ତ ଥିବାରୁ ସେ ଏହି ବିବାହ ଭୋଜିକୁ ଯାଇ ନଥିଲେ।
ଶ୍ରୀଦେବୀଙ୍କ ପରଲୋକ ଖବର ବଲିଉଡ୍ ଦୁନିଆରେ ଶୋକକୁଳ ବାତାବାରଣ ଖୋଳାଇ ଦେଇଛି। ଶ୍ରୀଦେବୀଙ୍କ ପରଲୋକ ଖବର ଶୁଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
ମୋଦି ଟୁଇଟ କରି କହିଛନ୍ତି, ‘ବଲିଉଡ୍ର ସୁପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀଙ୍କ ଅକାଳବିୟୋଗକୁ ନେଇ ମୁଁ ଖୁବ୍ ଦୁଃଖୀ। ଭଗବାନ ତାଙ୍କ ଆତ୍ମକୁ ଶାନ୍ତି ଦିଅନ୍ତୁ।’
ନିମ୍ନୋରେ ଶ୍ରୀଦେବୀଙ୍କ ଶେଷ ଭିଡିଓ..