ଫିଲ୍ମ ‘ନିଉଟନ୍’ର ଟିମ୍ ପାଇଁ ଆଉ ଏକ ଖୁସି ଖବର। ଏବେ ଏହାକୁ କେନ୍ଦ୍ର ସରକାର ଏକ କୋଟି ଟଙ୍କା ପ୍ରଦାନ କରିବେ। ଏହି ସିନେମା ମାଓବାଦୀ ପ୍ରଭାବିତ ଇଲାକାରେ ନିର୍ବାଚନ ପରିଚାଳନା କରୁଥିବା ଜଣେ ଅଧିକାରୀଙ୍କ କାହାଣୀ ଉପରେ ଆଧାରିତ। ଭଲ ସିନେମାକୁ ପ୍ରୋତ୍ସାହନ ଦେବାଲାଗି କେନ୍ଦ୍ର ସରକାର ଏଭଳି ଅର୍ଥ ଦେଇଥିବା କଥା କହିଛନ୍ତି ସି ଭି ରେଡି।
ଏହି ସିନେମା ଓସ୍କାରରେ ମଧ୍ୟ ଭାରତର ଅଫିସିଆଲ୍ ଏଣ୍ଟ୍ରି ପାଇଛି। ଏହି ସିନେମାର ଟାଇଟଲ୍ ରୋଲ୍ରେ ଅଛନ୍ତି ରାଜ କୁମାର ରାଓ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅମିତ୍ ମାସୁରକର୍। ଏହି ଖବର ପାଇବାମାତ୍ରେ ଅଭିନେତା ରାଜ କୁମାର ରାଓ ଫିଲ୍ମ ‘ନିଉଟନ୍’ର ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ସିନେମା ଦର୍ଶକଙ୍କ ଦ୍ୱାରା ଆଦୃତ ହେଉଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/newton.jpg)