ଆପଣ ଜାଣନ୍ତି, ହ୍ରିତ୍ୱିକ୍ ରୋଶନ୍ଙ୍କ ‘କ୍ରିଷ୍’ ହେଉଛି ବଲିଉଡ୍ର ଏକମାତ୍ର ସୁପର୍ହିଟ୍ ସୁପର୍ହିରୋ ସିରିଜ୍। ଦର୍ଶକମାନେ ମଧ୍ୟ ହ୍ରିତ୍ୱିକ୍ଙ୍କୁ ଆମର ଏକମାତ୍ର ସୁପର୍ହିରୋ ଭାବେ ଗ୍ରହଣ କରି ନେଇଛନ୍ତି। ତେବେ ଏ ମାମଲାରେ ହ୍ରିତ୍ୱିକ୍ଙ୍କୁ ଟକ୍କର୍ ଦେବାଲାଗି ଖୁବ୍ ଶୀଘ୍ର ଆସୁଛନ୍ତି ରଣବୀର କପୁର୍। ରଣବୀର ‘ବ୍ରହ୍ମାସ୍ତ୍ର’ ଶୀର୍ଷକ ଏକ ଫିଲ୍ମରେ ସୁପର୍ହିରୋ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଏ ଫିଲ୍ମର ପ୍ରଯୋଜକ ଓ ନିର୍ଦ୍ଦେଶକ ହେଉଛନ୍ତି ଯଥାକ୍ରମେ କରନ ଜୋହର ଓ ଅୟାନ୍ ମୁଖାର୍ଜୀ। ପ୍ରଯୋଜନାରେ କରନଙ୍କ ସହିତ ଆହୁରି ଅଛି ଷ୍ଟାର୍ ଷ୍ଟୁଡିଓଜ୍।
/sambad/media/post_attachments/wp-content/uploads/2018/03/Ranbir-Kapoor-300x178.jpg)
ହ୍ରିତ୍ୱିକ୍ଙ୍କ କ୍ରିଷ୍ ସିରିଜ୍ର ତୃତୀୟ ଫିଲ୍ମ ‘କ୍ରିଷ୍ ୩’ ୨୦୨୦ ମସିହା ଡିସେମ୍ବର୍ ମାସରେ ରିଲିଜ୍ ହେବାକୁ ଧାର୍ଯ୍ୟ ହୋଇଛି। ଅନ୍ୟପକ୍ଷରେ କରନ କହିଛନ୍ତି, ‘ବ୍ରହ୍ମାସ୍ତ୍ର’ ସିରିଜ୍ର ପ୍ରଥମ ଫିଲ୍ମ ୨୦୧୯ ମସିହା ଅଗଷ୍ଟ ୧୫ ତାରିଖରେ ରିଲିଜ୍ ହେବ। ତା’ପରେ ପ୍ରତି ଦୁଇବର୍ଷ ଅନ୍ତରରେ ପରବର୍ତ୍ତୀ ଫିଲ୍ମଗୁଡ଼ିକ ଆସିବ। ଏହି ଫିଲ୍ମ ପାଇଁ ସେ ବହୁତ ପରିଶ୍ରମ କରୁଛନ୍ତି ବୋଲି ମଧ୍ୟ କରନ କହିଛନ୍ତି। ଉଲ୍ଲେଖନୀୟ ଯେ ‘ବ୍ରହ୍ମାସ୍ତ୍ର’ ସିରିଜ୍ର ପ୍ରଥମ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିବେ ଟେଲିଭିଜନ୍ ତାରକା ସୌରଭ ଗୁଜ୍ଜର୍। ମନେ ପକାନ୍ତୁ, ସୌରଭଙ୍କୁ ଆପଣ ଚୋପ୍ରାଙ୍କ ‘ମହାଭାରତ’ ଧାରାବାହିକରେ ଭୀମଙ୍କ ଭୂମିକାରେ ଦେଖିଛନ୍ତି।
ତେବେ ‘ବ୍ରହ୍ମାସ୍ତ୍ର’ର ଅଗ୍ରଗତି ଗୋଟିଏ ମାମଲାକୁ ନେଇ ଏବେ ଟିକେ ଅଟକି ରହିଛି। ତା’ ହେଉଛି ସେଥିରେ ରଣବୀରଙ୍କ ଲୁକ୍। ରଣବୀର ତାଙ୍କ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ କହି ରଖିଛନ୍ତି ଯେ ତାଙ୍କ ସୁପର୍ହିରୋ ଲୁକ୍ ଯେମିତି କୌଣସି ଦିଗରୁ ବି ହ୍ରିତ୍ୱିକ୍ଙ୍କ ‘କ୍ରିଷ୍’ ରୂପ ଭଳି ନ ହେବ। ଅଲଗା ନ ହେଲେ ଫିଲ୍ମର ନିଜସ୍ୱ ପରିଚୟ ରହିବ ନାହିଁ। ସେ ଅବଶ୍ୟ ସତ ହିଁ କହିଛନ୍ତି। ୟା’କୁ ନେଇ ଏବେ ଘମାଘୋଟ ଆଲୋଚନା ଓ ପରୀକ୍ଷାନିରୀକ୍ଷା ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/ranbir-kapoor-story_647_122317124043.jpg)