ଏବେ କିଛି ଦିନ ହେବ କ୍ରିକେଟ୍ ତାରକା ବିରାଟ୍ କୋହ୍ଲି ଏବଂ ବଲିଉଡ଼୍ ଆକ୍ଟ୍ରେସ୍ ଅନୁଷ୍କା ଶର୍ମାଙ୍କ ଲଭ୍ଷ୍ଟୋରି ଚାରିଆଡ଼େ ଚର୍ଚ୍ଚିତ ହେଉଥିବାବେଳେ,ସେମାନଙ୍କ ପ୍ରଶଂସକ ମଧ୍ୟ ଏହି ଯୋଡ଼ିଙ୍କ ବିଷୟରେ ଟିକିନିକି ଖବର ଜାଣିବାକୁ ଉତ୍ସୁକ ରହିଛନ୍ତିି। ତେବେ ଆପଣଙ୍କୁ ଜଣାଉଛୁକି ଏନେଇ ଅନୁଷ୍କାଙ୍କର ଏଇଆ ଚେଷ୍ଟା ରହୁଛି କି କେମିତି ସେ ତାଙ୍କର ଓ ବିରାଟଙ୍କ ରିଲେସନ୍କୁ ନେଇ ମିଡ଼ିଆ ସହିତ କମ୍ କଥାବାର୍ତ୍ତା କରିବେ। ହେଲେ ବିରାଟ କିନ୍ତୁ ଏହାର ବିପରୀତ ଅଟନ୍ତି। କାହିଁକିନା ଏଥର ଅନୁଷ୍କାଙ୍କ ବୟ୍ଫ୍ରେଣ୍ଡ୍ କୋହ୍ଲି ଅନୁଷ୍କାଙ୍କ ସହିତ ରହିଥିବା ତାଙ୍କର ପ୍ରେମସଂପର୍କ ଏବଂ ତାଙ୍କର ପସନ୍ଦ ଓ ନାପସନ୍ଦ ବିଷୟରେ ଖୋଲିକରି କହିଛନ୍ତି।ଏଥିସହିତ ବିରାଟ୍ ଏହି କଥା ପ୍ରସଙ୍ଗରେ ଅନୁଷ୍କାଙ୍କ ବିଷୟରେ ଏମିତି ଏକ ରହସ୍ୟର ଖୁଲାସା କରିଛନ୍ତି,ଯାହାକୁ ଶୁଣିଲାପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ହଁ,ଆପଣମାନେ ଏଇଆ ଭାବୁଥିବେ ଯେ ଏମିତି କ’ଣ ଗୁପ୍ତ କଥା ଅନୁଷ୍କାଙ୍କ ବିଷୟରେ ରହିଛି,ଯାହାକି ଆପଣମାନେ ଜାଣିନାହାନ୍ତି। ହଁ ,ଆପଣମାନେ ଠିକ୍ ଭାବୁଛନ୍ତି ଏହି କଥା ହେଉଛି ଅନୁଷ୍କାଙ୍କ ନାମ ସହିତ ଜଡ଼ିତ। ଅର୍ଥାତ୍ ବିରାଟ୍ ପ୍ରେମିକା ଅନୁଷ୍କାଙ୍କ ନିକ୍ନେମ୍ କ’ଣ ଅଟେ ତାହା ସେ ଖୁଲାସ କରିଛନ୍ତି।
ସୂଚନା ଅନୁଯାୟୀ କିଛିଦିନ ପୂର୍ବରୁ ଦୀପାବଳିଲାଗି ବିରାଟ୍ ଏକ ଚାଟ୍ ସୋ’ରେ ଭାଗ ନେଇଥିଲେ ,ଯାହାକୁ ବଲିଉଡ଼୍ର ପର୍ଫେକ୍ନିଷ୍ଟ୍ ଅମୀର୍ ଖାନ୍ ହୋଷ୍ଟ୍ କରିଥିଲେ। ତେବେ ଅମୀର୍ଙ୍କ ସହିତ କଥାବାର୍ତ୍ତା ହେଉଥିବା ସମୟରେ ବିରାଟ୍ ଅନୁଷ୍କାଙ୍କୁ ‘ନୁଶ୍କି’ ନାମରେ ଡ଼ାକିଥିଲେ। ଯେଉଁଥିରୁ କି ସଫା ଜଣାଯାଉଥିଲା ଯେ ଅନୁଷ୍କାଙ୍କ ନିକ୍ନେମ୍ ‘ନୁଶ୍କି’ ଅଟେ। ଆଉ ଯେତେବେଳେବରାଟ୍ ପ୍ରେମିକା ଅନୁଷ୍କାଙ୍କୁ ନୁଶ୍କି ନାମରେ କହିଲେ ,ସେତେବେଳେ ସେଠାରେ ଉପସ୍ଥିତ ରହିଥିବା ଦର୍ଶକ ଏକ୍ଦମ୍ ଭାବରେ ହିଁ ବିରାଟଙ୍କ ପ୍ରତି ଆକର୍ଷିତ ହେବାକୁ ଲାଗିଲେ ଆଉ କହିବାକୁ ଲାଗିଲେ କି ବୟ୍ଫ୍ରେଣ୍ଡ୍ ହେବ ତ ବିରାଟ କୋହ୍ଲିଙ୍କ ଭଳି,ଯେଉଁଥିରେକି ବିରାଟ୍ ଅମୀର୍ଙ୍କ ସହିତ କଥା ହେଲାବେଳେ ତାଙ୍କ ପ୍ରେମିକା ନୁଶ୍କି ବହୁତ ସଚ୍ଚୋଟ ବୋଲି ମଧ୍ୟ କହିଥିଲେ।