ଅଶୋଭନୀୟ ପରିସ୍ଥିତି ଏବଂ ପରୁଷ-ଅଧିକୃତ ଚଳଚ୍ଚିତ୍ର ଶିଳ୍ପରେ ନିଜର ସ୍ଥାନ ବଜାୟ ରଖି ପାରିବେ ବୋଲି ଅଭିନେତ୍ରୀ ରାଧିକା ଆପ୍ତେ ଥରକୁ ଥର ପ୍ରମାଣ କରିବା ସହ ପୁଣି ଥରେ ପ୍ରମାଣ କରି ଦେଖାଇଛନ୍ତି।
‘ମୁମ୍ବାଇ ମିରର୍’ ଖବର ଅନୁସାରେ ଏକଦା ଅଭିନେତ୍ରୀ ରାଧିକା ଜଣେ ଅଶିଷ୍ଟ ଦକ୍ଷିଣ ଭାରତୀୟ ସୁପରଷ୍ଟାର୍ଙ୍କୁ ଚଟକଣା ମାରିଥିଲେ। ସେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ତାରକାଙ୍କର ଅପରାଧ: କୌଣସି ତାମିଲ ସିନେମା ସୁଟିଙ୍ଗ୍ ସମୟରେ ସେ କୁଆଡ଼େ ରାଧିକାଙ୍କ ସହ ଅଶ୍ଳୀଳ ଆଚରଣ କରିଥିଲେ। ରାଧିକା କହିଛନ୍ତି: ପ୍ରଥମ ଦିନ ମୁଁ ସେଟ୍ରେ ପହଞ୍ଚିବା ପରେ ଦକ୍ଷିଣ ଭାରତୀୟ ଅଭିନେତା ଜଣକ ମୋ ପାଦକୁ ସାଉଁଳାଇ ଥିଲେ। ମତେ ଆବାକାବା ଲାଗିଥିଲା। ଆମେ ପୂର୍ବରୁ ପରସ୍ପରକୁ କେବେ ଭେଟି ନ ଥିଲୁ। ତେଣୁ ମୁଁ ସ୍ୱତଃପ୍ରବୃତ ଭାବେ ତାଙ୍କୁ ଚଟକଣା ମାରିଥିଲି।
୫ଟି ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଆପ୍ତେ ଏବେ ଅନେକ ଚଳଚ୍ଚିତ୍ର ପାଇଁ ଅଭିନୟ କରିବାକୁ ଚୁକ୍ତିବଦ୍ଧ। ‘ବାଜାର୍’, ଭବେଶ ଯୋଷୀ ଏବଂ ‘ଦି ଆଶ୍ରମ’ ବୋଲି ଏକ ହଲିଉଡ୍ ଚଳିଚ୍ଚିତ୍ର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/radhika-apte.jpg)