ମୁମ୍ବାଇ: ଏବେ‘କେଦାର୍ନାଥ୍’ର ପୂରା ଟିମ୍ ସୁଟିଂ ଲାଗି ଉତ୍ତରାଖଣ୍ଡରେ ଅଛନ୍ତି। ଏହି ସିନେମାର ସୁଟିଂ ବି ଚାଲିଛି ଜୋରସୋରରେ। ହେଲେ ତାଭିତରେ ଏକ ଖରାପ ଖବର ଏବେ ବଲିଉଡରେ ଚର୍ଚ୍ଚାର ବିଷୟ ହୋଇଛି। ତାହା ହେଲା ଯେ ସିନେମାର ନାୟିକା ସାରା ଅଲ୍ଲୀ ଖାନ୍ ନଖରାମି ଦେଖାଇଲେଣି। ଯାହା ସୂଚନା ମିଳିଛି ,ସେଥିରୁ ଜଣାପଡ଼ୁଛି ଯେ ସାରା ଅଧିକାଂଶ ଦିନ ସେଟରେ ଡେରିରେ ପହଞ୍ଚୁଛନ୍ତି। ସେ ସଟ୍ ଦେବାପୂର୍ବରୁ ମେକ ଅପ୍ ପାଇଁ ବି ଅଧିକ ସମୟ ନେଉଛନ୍ତି। କୁହାଯାଉଛି ଫିଲ୍ମର ସୁଟିଂ ଅପେକ୍ଷା ନିଜର ଲୁକ୍ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି ସେ। ଖାଲି ସେତିକି ନୁହେଁ ସେ ନିଜର ଲୁକ୍କୁ ଅନ୍ୟଜଣଙ୍କୁ ସୋସିଆଲ୍ ମିଡିଆରେ ଦେଖାଇ ସେଠାରୁ ସବୁଜ ସଙ୍କେତ ମିଳିବାପରେ ସେଟକୁ ଆସୁଛନ୍ତି। ଏହାକୁ ନେଇ ନିର୍ଦ୍ଦେଶକ ଅଭିଷେକ କପୁର ଖୁବ୍ ଚିନ୍ତିତ ଥିବା କୁହାଯାଉଛି।‘କେଦାର୍ନାଥ୍’ରେ ସୁଶାନ୍ତ ସିଂହ ରାଜପୁତ୍ମେଲ୍ ଲିଡରେ ଅଛନ୍ତି।
ସାରା ଅଲ୍ଲୀ ଖାନ୍ଙ୍କ ନଖରାମି!
/sambad/media/post_attachments/wp-content/uploads/2017/09/Sara-Ali-Khan-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)