ଏହି କାରଣରୁ ୟଶ ଚୋପ୍ରାଙ୍କ ବଙ୍ଗଳା ଛାଡ଼ିଲେ ଆଦିତ୍ୟ ଓ ରାଣୀ ମୁଖାର୍ଜୀ

ମୁମ୍ବାଇ : ୟଶ ରାଜ ଫିଲ୍ମସ୍‌ର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ତଥା ନିର୍ମାତା-ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା ଏବେ ନିଜ ବାପାଙ୍କ ଘର ଛାଡ଼ିଥିବା ଜଣା ପଡ଼ିଛି । ମିଡିଆରେ ଚର୍ଚ୍ଚାରେ ରହୁ ନଥିବା ଆଦିତ୍ୟ ଏବେ ଘର ଛାଡ଼ିବାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । କିଛି ଦିନ ତଳେ ଆଦିତ୍ୟ ନିଜ ପରିବାର ସହ ନୂଆ ଘରକୁ ସିପ୍ଟ କରିଥିବା ବେଳେ ଗୃହ ପ୍ରବେଶ ମଧ୍ୟ ଶେଷ ହୋଇଛି । ତେବେ ନୂଆ ଘରଟି ୟଶ ଚୋପ୍ରାଙ୍କ ବଙ୍ଗଳା ପାଖରେ ବୋଲି ଜଣା ପଡ଼ିଛି ।

India.com

ଆଦିତ୍ୟ ଏବଂ ତାଙ୍କ ପତ୍ନୀ ରାଣୀ ମୁଖାର୍ଜୀ ନିଜର ବିଳାସପୂର୍ଣ୍ଣ ଘରର ସ୍ୱପ୍ନ ଦେଖିଥିବା ବେଳେ ତାହା ଏବେ ସାକାର ହୋଇଛି । ଯାହା ପରେ ତୁରନ୍ତ ଦୁହେଁ ପରିବାର ସହ ନୂଆ ଘରକୁ ଚାଲି ଯାଇଛନ୍ତି । ପୁରୁଣା ବଙ୍ଗଳାଟି ଜୁହୁରେ ଥିବା ବେଳେ ନୂଆ ଘର ୨ମିନିଟ୍‌ ଦୂରରେ ଥିବା ଜଣା ପଡ଼ିଛି । ରାଣୀଙ୍କ ପେଶାଦାର ଜୀବନକୁ ଦେଖିବାକୁ ଗଲେ, ସେ ଶେଷଥର ପାଇଁ ଫିଲ୍ମ ‘ହିଚ୍‌କି’ରେ ନଜର ଆସିଥିଲେ । ଏବେ ଖୁବ୍‌ ଶୀଘ୍ର ସେ ‘ମର୍ଦାନୀ-୨’ର ସୁଟିଂ ଆରମ୍ଭ କରିବେ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର