କ’ଣ ପାଇଁ ଇଟାଲୀରେ ବିବାହ କରିଥିଲେ ଦୀପ୍‌-ବୀର?ଦୀପିକା ଜଣାଇଲେ ପ୍ରକୃତ କାରଣ

ମୁମ୍ବାଇ : ୨୦୧୮ରେ ଅନେକ ବଡ଼ ବଡ଼ କଳାକାର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ତାଲିକାରେ ଥିଲେ ବଲିଉଡ଼୍‍ର ବାଜିରାଓ-ମସ୍ତାନୀ ରଣବୀର ସିଂହ ଏବଂ ଦୀପିକା ପାଦୁକୋନ । ଦୁହେଁ ନଭେମ୍ବର ୧୪-୧୫ରେ ଇଟାଲୀର ଲେକ୍‌ କୋମୋରେ ବିବାହ କରିଥିବା ବେଳେ ମୁମ୍ବାଇ ଏବଂ ବେଙ୍ଗାଲୁରୁରେ ଦୁଇଟି ବିବାହ ଭୋଜି ରଖିଥିଲେ । ତେବେ ଭାରତରେ ବିବାହ ନ କରି ଦୁହେଁ ଇଟାଲୀରେ କ’ଣ ପାଇଁ ବିବାହ କଲେ ବୋଲି ଅନେକ ପ୍ରଶ୍ନ ଉଠିଥିବା ବେଳେ ଏବେ ପ୍ରକୃତ କାରଣ କହିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ । ଫିଲ୍ମଫେୟାରକୁ ଦେଇଥିବା ସାକ୍ଷାତକାରରେ ଦୀପିକା ଏହାର କାରଣ ଜଣାଇଥିଲେ ।

Times of India

ତାଙ୍କ କହିବା ଅନୁଯାୟୀ, ଆମେ ଦୁହେଁ ବ୍ୟକ୍ତିଗତ ଭାବେ ବିବାହ କରିବାକୁ ଚାହୁଁଥିଲୁ ବୋଲି ଇଟାଲୀରେ ବିବାହ କରିବା କଥା ଚିନ୍ତା କରିଥିଲୁ । ବିବାହ ପୂର୍ବରୁ ଆମେ ସବୁ କିଛି ଘୋଷଣା କରିଥିଲୁ । ବିବାହ ତାରିଖଠାରୁ ଆରମ୍ଭ କରି କେଉଁଠି ବିବାହ କରିବୁ ସବୁ କିଛି ସାମ୍ନାକୁ ଆସି ସାରିଥିଲା । ଯେତେବେଳେ ମୁଁ ଏବଂ ରଣବୀର ଲେକ୍‌ କୋମୋ ଦେଖିବା ପାଇଁ ଯାଇଥିଲୁ,ସେତେବେଳେ ତା’ର ସୌନ୍ଦର୍ଯ୍ୟ ଦେଖି ବିବାହ କରିବା ପାଇଁ ତାହା ଠିକ୍‌ ସ୍ଥାନ ବୋଲି ଆମେ ଅନୁଭବ କରିଥିଲୁ ବୋଲି ଦୀପିକା କହିଥିଲେ ।

ସମ୍ବନ୍ଧିତ ଖବର