କୋଟି କୋଟି ଟଙ୍କାର ମାଲିକ ଥିବା ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କ ପ୍ରଥମ ରୋଜଗାର ଥିଲା ୫୦ଟଙ୍କା, ଜାଣନ୍ତୁ ସେହି ଟଙ୍କାକୁ ନେଇ କେଉଁଠାକୁ ବୁଲି ଯାଇଥିଲେ ଶାହାରୁଖ୍‌?

ମୁମ୍ବାଇ : ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ ଏବେ ନିଜ ଫିଲ୍ମ ‘ଜିରୋ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମଟି ଡ଼ିସେମ୍ବର ୨୧ରେ ରିଲିଜ୍‌ ହେବାକୁ ଥିବା ବେଳେ ଏହାର ପ୍ରମୋସନରେ ଲାଗି ପଡ଼ିଛନ୍ତି ଫିଲ୍ମର କଳାକାର । ତେବେ ଫିଲ୍ମର ପ୍ରମୋସନ କରିବା ସମୟରେ ଶାହାରୁଖ୍‌ ନିଜ ଅଭିନୟ ଜୀବନର ଆରମ୍ଭ ସମୟ ବିଷୟରେ ଜଣାଇଥିଲେ । ଛୋଟ ବେଳୁ ସେ ଥିଏଟରରେ କାମ କରିବା ଆରମ୍ଭ କରିବା ସହ ରାମଲୀଳାରେ ଭାଗ ନେଉଥିବା କଥା କହିଥିଲେ ।

ତାଙ୍କ କହିବା ଅନୁଯାୟୀ,”ଥରେ ମୋତେ ରାମଲୀଳାରେ ବାନରର ଚରିତ୍ର ମିଳିଥିଲା । ଚରିତ୍ର ମିଳିବା ପରେ ମୁଁ ଖୁସିରେ ହଁ ଭରିଥିଲି । କାରଣ ଯୁଦ୍ଧ ପରେ ଆମମାନଙ୍କୁ କଦଳୀ ଖାଇବା ପାଇଁ ଦିଆ ଯାଉଥିଲା । ସେ ସମୟରେ ମୁଁ କେବଳ ଷ୍ଟେଜ୍‌ ଉପରେ ଯାଇ ସୀୟାବର ରାମଚନ୍ଦ୍ର କି ଜୟ ବୋଲି କହିଥିଲି, ଯାହା ମୋର ପ୍ରଥମ ଡ଼ାଏଲଗ୍‌ ଥିଲା” ବୋଲି ଶାହାରୁଖ୍‌ କହିଥିଲେ ।

The Indian Express

ତାଙ୍କୁ ତାଙ୍କ ପ୍ରଥମ ଦରମା ବିଷୟରେ ପଚରାଯିବା ପରେ,”ପଙ୍କଜ ଉଦାସଙ୍କ ଏକ ସୋ’ରେ ମୁଁ ଭାଗ ନେଇଥିଲି ।ଏଥି ପାଇଁ ମୋତେ ୫୦ଟଙ୍କା ମିଳିଥିଲା । ସେହି ଟଙ୍କାକୁ ନେଇ ମୁଁ ଏବଂ ମୋ ୩ ଜଣ ସାଙ୍ଗ ତାଜ୍‌ମହଲ ବୁଲିଯିବା ସହ ସେଠାରେ ଲସି ପିଇଥିଲୁ” ବୋଲି କହି ଶାହାରୁଖ୍‌ ପ୍ରଶ୍ନର ଉତ୍ତର ରଖିଥିଲେ । ପ୍ରଥମ ଦରମାରୁ ମୁଁ ଶିଖିଥିଲି କି, ଟଙ୍କା ଯେତେ ବି ଆୟ କର ସେ ନେଇ କଷ୍ଟ କର । ଧନୀ ହୁଅ କିନ୍ତୁ କାହାକୁ ଦେଖାଅ ନାହିଁ ।

ସମ୍ବନ୍ଧିତ ଖବର