ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି ଆଦିତ୍ୟ ନାରାୟଣ

ନୂଆଦିଲ୍ଲୀ : ଟେଲି ଜଗତର ହୋଷ୍ଟ ଆଦିତ୍ୟ ନାରାୟଣ ଏବଂ ତାଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲ ଶୀଘ୍ର ବାପା-ମାଆ ହେବାକୁ ଯାଉଛନ୍ତି। ଦମ୍ପତି ନିଜ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି ।

ସୋସିଆଲ ମିଡିଆରେ ଆଦିତ୍ୟ ଲେଖିଛନ୍ତି, ଶ୍ୱେତା ଏବଂ ମୁଁ ଆପଣ ସମସ୍ତ ଆଶୀର୍ବାଦ ସହିତ ଖୁବ୍ ଶୀଘ୍ର ଆମର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛୁ ।

ଫଟୋରେ ଦୁହେଁ ବହୁତ ଖୁସି ଦେଖାଯାଉଛନ୍ତି । ଯେଉଁଥିରେ ଆଦିତ୍ୟ ଏବଂ ତାଙ୍କ ପତ୍ନୀ ବେବି ବମ୍ପ ସହ ନଜର ଆସିଛନ୍ତି।

 

ଆଦିତ୍ୟ ଏବଂ ଶ୍ୱେତା ୨୦୧୦ରେ ଫିଲ୍ମ ‘ଶାପିତ୍‌’ରେ ଏକାଠି କାମ କରିଥିଲେ । ଦୁହେଁ ପ୍ରାୟ୧୦ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ୧ ଡିସେମ୍ବର ୨୦୨୦ରେ ବିବାହ କରିଥିଲେ । ଏବେ ଏହି ଦମ୍ପତି ତାଙ୍କ ଘରର ନୂଆ ସଦସ୍ୟକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।

ସମ୍ବନ୍ଧିତ ଖବର