ଝିଅ ସୋନମଙ୍କ ମୋବାଇଲ୍ ଲୁଚି ଦେଖୁଥିଲେ ଅନୀଲ୍ କପୁର୍ ! ଧରାପକାଇଦେଲା କ୍ୟାମେରା

ମୁମ୍ବାଇ: ପିଲାମାନେ ଯେତେ ବଡ ହୁଅନ୍ତୁ ନା କାହିଁକି ବାପା’ ମା’ଙ୍କ ସାମ୍ନାରେ ସାନ ହିଁ ଥାନ୍ତି । ସେହିପରି ବାପା ମା’ଙ୍କୁ ସବୁବେଳେ ଝିଅଙ୍କ ସୁରକ୍ଷା ଚିନ୍ତା ହୋଇଥାଏ । ତେଣୁ ପାଦେ ପାଦେ ଜଗିଥାନ୍ତି ନିଜ ଝିଅଙ୍କୁ । ଝିଅ ତେଣିକି ସାଧାରଣ ମହିଳା ହେଉ ବା କୌଣସି ସେଲିବ୍ରିଟି । ସେମାନଙ୍କ ଉପରେ ସବୁବେଳେ ଥାଏ ବାପା ମା’ଙ୍କ ନଜର ।

ସେମିତି କିଛି ହୋଇଛି ସୋନମ୍ କପୁର୍ ଏବଂ ଅନୀଲ୍ କପୁରଙ୍କ ମଧ୍ୟରେ । ସୋନମ୍ ନିଜ ମୋବାଇଲରେ ବ୍ୟସ୍ତ ଥିବା ବେଳେ ଅନୀଲ୍ କପୁର୍ ଲୁଚିକରି ଦେଖୁଛନ୍ତି । ଯାହା ଧରାପଡିଯାଇଛି କ୍ୟାମେରାରେ । ତେବେ ଉଭୟଙ୍କ ଏହି ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି ।

ଘଟଣାଟି ହେଉଛି ନିକଟରେ ଆୟୋଜିତ ହୋଇଥିବା ୱଗ୍ ୱିମେନ୍ ଅଫ୍ ଦ ଇୟର୍ ଆୱାର୍ଡ ସୋ ସମୟର । ଅନୀଲ୍ କପୁର୍ ଝିଅ ସୋନମଙ୍କ ମୋବାଇଲ୍ ଲୁଚି ଦେଖୁଥିବା ଥିବା ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଯାଇଥିଲା । ତେବେ ଫଟୋଟି ସାମ୍ନାକୁ ଆସିବା ପରେ ଅନୀଲ୍ ଟୁଇଟରେ ଫଟୋକୁ ସେୟାର୍ କରିଛନ୍ତି । ଟୁଇଟରେ ଲେଖିଛନ୍ତି, ଜଣେ ଓଭର୍ ପ୍ରୋଟେକ୍ଟିଭ୍ ବାପା କ୍ୟାମେରାରେ କଏଦ୍ ହୋଇଛନ୍ତି । ମତେ ଲାଗୁଛି ମୁଁ ଜଣେ ଦୋଷୀ’ ।

ସମ୍ବନ୍ଧିତ ଖବର