ଟାଇଗରଙ୍କ ଆଦର୍ଶ କିଏ ଜାଣନ୍ତୁ

ହ୍ୟାଣ୍ଡ୍‌ସମ୍‌ ଅଭିନେତା ଟାଇଗର୍‌ ଶ୍ରଫ୍‌ଙ୍କର ଆଦର୍ଶ କିଏ, ଯଦି ଆପଣଙ୍କୁ ଅନୁମାନ କରିବାଲାଗି କୁହାଯିବ, ତେବେ ହୁଏତ ଆପଣ ବିଶେଷ ଦ୍ୱନ୍ଦ୍ୱରେ ପଡ଼ିବେ ନାହିଁ। ହଁ, ଟାଇଗର୍‌ଙ୍କ ଆଦର୍ଶ ହେଉଛନ୍ତି ହ୍ରିତ୍ୱିକ୍‌ ରୋଶନ୍‌। ନିକଟରେ ଟାଇଗର୍‌ ସ୍ୱୟଂ ଏହାକୁ ସ୍ୱୀକାର କରିଛନ୍ତି।
ଆପଣ ହୁଏତ ଜାଣିଥିବେ ଯେ ୟଶ୍‌ରାଜ୍‌ ଫିଲ୍ମସ୍‌ର ଏକ ନୂଆ ଫିଲ୍ମରେ ହ୍ରିତ୍ୱିକ୍‌ ଓ ଟାଇଗର୍‌ ଏକାଠି ଅଭିନୟ କରିବେ। ସେ ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ସିଦ୍ଧାର୍ଥ ଆନନ୍ଦ। ହ୍ରିତ୍ୱିକ୍‌ଙ୍କ ଅଭିନୀତ ଫିଲ୍ମ ‘ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌’ର ନିର୍ଦ୍ଦେଶନା ଏଇ ସିଦ୍ଧାର୍ଥ ଦେଇଥିଲେ।

ନିଜ ଆଇଡଲ୍‌ ହ୍ରିତ୍ୱିକ୍‌ଙ୍କ ସହିତ ଏକ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିବାରୁ ଟାଇଗର୍‌ ବହୁତ ଖୁସି। ସେ କହିଛନ୍ତି, ‘‘ତାଙ୍କ ସହିତ କାମ କରିବାର ସୁଯୋଗ ପାଇଥିବାରୁ ମୁଁ ବହୁତ ଉତ୍ସାହିତ ଓ ଆନନ୍ଦିତ। ମୋ’ ଅଭିନେତା ଜୀବନର ଏତେ ଆରମ୍ଭରୁ ସେ ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ସେ ମୋ’ର ଆଦର୍ଶ। ମୁଁ ତାଙ୍କୁ ପିଲାଟି ଦିନରୁ ଦେଖି ଆସୁଛି ଓ ଅନୁସରଣ କରି ଆସୁଛି। ମୁଁ ଆଜି ଜୀବନରେ ଯାହା ହୋଇ ପାରିଛି, ତାଙ୍କରି ପ୍ରେରଣା ଯୋଗୁ ହିଁ ସମ୍ଭବ ହୋଇ ପାରିଛି।’’

ପାଠକେ, ନିଜର ସବୁ କୃତିତ୍ୱକୁ ନିଜେ ନେଇଯିବାରେ ଆଜିକାଲିର ଲୋକେ ଭାରି ଅଭ୍ୟସ୍ତ। ସାହାଯ୍ୟ ପାଇ ଉପକୃତ ହୋଇଥିବା ଲୋକେ ବି ସାହାଯ୍ୟକାରୀକୁ ଅତି ସହଜରେ ଭୁଲି ଯାଉଛନ୍ତି। କିନ୍ତୁ ଦୂରରୁ ଦେଖି ଦେଖି ପ୍ରେରଣା ପାଇ ମଧ୍ୟ ନିଜର ସଫଳତା ପାଇଁ ଅନ୍ୟକୁ ଏମିତି କେତେଜଣ ଶ୍ରେୟ ଦେଇ ପାରନ୍ତି? ସତ କହିବାକୁ ଗଲେ, ଟାଇଗର୍‌ ଯେ ଜଣେ ସଫାମନର ମଣିଷ, ଏ କଥାଟି ଆମର ପୁରୁଣା ଧାରଣାକୁ ଆହୁରି ଦୃଢ଼ କରି ଦେଇଛି।

ସମ୍ବନ୍ଧିତ ଖବର