ଡିପ୍ରେସନ୍‌ର ବେଳର ତିକ୍ତ ଅନୁଭୂତିକୁ ସଂପୂର୍ଣ୍ଣ ଭାବରେ ଭୁଲିନାହାନ୍ତି ଦୀପିକା

ମୁମ୍ବାଇ :ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଗୁରୁବାର ଦିନ ଭାରତୀୟ ଅର୍ଥନୈତିକ ମଂଚରେ ଉପସ୍ଥିତ ରହିବା ସହ ସେ ତାଙ୍କ ସହିତ ହୋଇଥିବା ମାନସିକ ରୋଗ ବିଷୟରେ ଖୋଲିକରି କହିଛନ୍ତି। ଏଥିସହିତ ବଲିଉଡ଼୍‍ର ଏହି ଅଭିନେତ୍ରୀ ‘ଡ଼ିପ୍ରେସନ୍‌’ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥାକୁ ଆଲୋଚନା କରିବା ସଂଗେସଂଗେ ‘ଡ଼ିପ୍ରେସନ୍‌’ସହିତ ଲଢ଼ିଥିବା ତାଙ୍କର ସେହି ପୁରୁଣା ଅନୁଭୂତିକୁ ସେ ଆଜି ପର୍ଯ୍ୟନ୍ତ ଭୁଲିନାହାନ୍ତି ବୋଲି କହିଛନ୍ତି। ଏତଦ୍‌ବ୍ୟତୀତ ଯଦି ବି ଆଜିର ଦିନରେ କେବେ ବି ତାଙ୍କୁ ସେହି ପୁରୁଣା ଅନୁଭୂତି ବିଷୟରେ ମନେପଡ଼ିଯାଏ,ତାହାଲେ ତାଙ୍କୁ ଡ଼ର ଲାଗିଥାଏ ବୋଲି ସେ ତାଙ୍କର ଅଲୋଚନା ପ୍ରସଙ୍ଗରେ ଜଣାଇଛନ୍ତି। ତେବେ ତାଙ୍କର ଏହି ସମୟରେ ଦୀପିକାଙ୍କ ମା’ ଝିଅ ‘ଡ଼ିପ୍ରେସନ୍‌’ରେ ରହିଛି ବୋଲି ଜାଣି ତାଙ୍କୁ ସଂପୂର୍ଣ୍ଣ ଭାବରେ ସହଯୋଗ କରିଥିଲେ ବୋଲି ସେ ଲୋକମାନଙ୍କୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର