ଯାଆଁଳା ଶିଶୁଙ୍କ ମାଆ ହେଲେ ଗାୟିକା ଚିନ୍ମୟୀ ଶ୍ରୀପଦା

ବଲିଉଡ୍‌ ଗାୟିକା ଚିନ୍ମୟୀ ଶ୍ରୀପଦା ଏବଂ ଅଭିନେତା ରାହୁଲ ରବିନ୍ଦ୍ରନ୍ ଯାଆଁଳା ଶିଶୁଙ୍କୁ ସ୍ୱାଗତ କରିଛନ୍ତି। ଏକ ଆକର୍ଷଣୀୟ ପୋଷ୍ଟ ସେୟାର କରି ସୋସିଆଲ ମିଡିଆରେ ଏହି ଦମ୍ପତି ବଡ଼ ଖବର ଘୋଷଣା କରିଥିଲେ। ପୃଥକ ପୋଷ୍ଟରେ ସରୋଗେସି ଗୁଜବକୁ ଖଣ୍ଡନ କରି ଚିନ୍ମୟୀ ଲେଖିଛନ୍ତି: ଆମର ଯାଆଁଳା (ପୁଅ ଓ ଝିଅ) ଶିଶୁ ହୋଇଛି ଏବଂ ସେମାନେ ସୁସ୍ଥ ଅଛନ୍ତି। ସେମାନଙ୍କ ନାଁ ରଖାଯାଇଛି ‘ଦ୍ରୀପ୍ଥ’ ଓ ‘ଶାରଭାସ୍‌’। ସେ ଇନଷ୍ଟାଗ୍ରାମରେ ଅନେକ ବାର୍ତ୍ତା ପାଇଛନ୍ତି ଯେ ସେ ସରୋଗେସି ମାଧ୍ୟମରେ ଯାଆଁଳା ଶିଶୁଙ୍କୁ ସ୍ୱାଗତ କରିଛନ୍ତି କି ନାହିଁ। କାରଣ ସେ ଇନଷ୍ଟାଗ୍ରାମରେ ନିଜର ମାତୃତ୍ୱ ଡାଏରୀର ଚିତ୍ର ପୋଷ୍ଟ ନକରିବାକୁ ପସନ୍ଦ କରିଛନ୍ତି। ଚିନ୍ମୟୀ ଗୋପନୀୟତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ସେ ଏହା ମଧ୍ୟ କହିଛନ୍ତି ଯେ ମୋର ବ୍ୟକ୍ତିଗତ ଜୀବନ, ​​ମୋ ପରିବାର, ମୋର ବନ୍ଧୁ ସର୍କଲ ବିଷୟରେ ମୁଁ ସର୍ବଦା ସଜାଗ ରହିବି। ଆମ ପିଲାମାନଙ୍କର ଫଟୋ ସୋସିଆଲ ମିଡିଆରେ କିଛିଦିନ ପାଇଁ ପୋଷ୍ଟ ହେବ ନାହିଁ। ଚିନ୍ମୟୀ ଶ୍ରୀପଦା ଏବଂ ଅଭିନେତା ରାହୁଲ ରବିନ୍ଦ୍ରନ ୨୦୧୪ରେ ବିବାହ କରିଥିଲେ। ଚିନ୍ମୟୀ ଏକାଧାରରରେ କଣ୍ଠଶିଳ୍ପୀ, ଟେଲିଭିଜନ ଉପସ୍ଥାପିକା ଏବଂ ରେଡିଓ ଜକି ।

ସମ୍ବନ୍ଧିତ ଖବର