ଶ୍ରଦ୍ଧାଙ୍କ ନାମରେ ଅପରାଧିକ ମାମଲା ରୁଜୁ

ମୁମ୍ବାଇ: ଶକ୍ତି ତନୟା ଶ୍ରଦ୍ଧାଙ୍କ ବିରୋଧରେ ଲାଗିଛି ଅପରାଧିକ ମାମଲା। ଶ୍ରଦ୍ଧା କପୁର୍‌୍‌ଙ୍କ ବିରୋଧରେ ଏହି ମାମଲା ଲଗାଇଛି ଏକ କପଡା ଉତ୍ପାଦନକାରୀ କମ୍ପାନି। ଏହା ସହ କମ୍ପାନି ଶ୍ରଦ୍ଧାଙ୍କ ଆଗାମୀ ସିନେମା ‘ହସିନା ପାରକର’ର ପ୍ରଯୋଜକଙ୍କ ବିରୋଧରେ ମଧ୍ୟ ଆଣିଛି ସଙ୍ଗିନ ଅଭିଯୋଗ।

ସୂଚନା ମୂତାବକ, ସିନେମା ‘ହସିନା ପାରକର’ ସହ ଚୁକ୍ତି କରିଛି ଏକ କପଡା ଉତ୍ପାଦନକାରୀ କମ୍ପାନି। ଏହି ଚୁକ୍ତି ମୁତାବକ ସିନେମାର ପ୍ରମୋସନ୍‌ ସମୟରେ ଶ୍ରଦ୍ଧା ପିନ୍ଧୁଥିବା କପଡ଼ାରେ ଏହି କମ୍ପାନିର ଟ୍ୟାଗ୍‌ ଲାଗିବ। କିନ୍ତୁ ଶ୍ରଦ୍ଧା ଏହି ନିୟମ ଉଲଂଘନ କରିଛନ୍ତି। ତେଣୁ ନିୟମ ଉଲଂଘନ କରିଥିବା ଅଭିଯୋଗରେ ଉକ୍ତ କମ୍ପାନି ଶ୍ରଦ୍ଧା ଏବଂ ସିନେମାର ପ୍ରଯୋଜକଙ୍କ ବିରୋଧରେ ମୁମ୍ବାଇ କୋର୍ଟରେ ମାମଲା ରୁଜୁ କରିଛି । ଏହି ମାମଲାର ଶୁଣାଣି ଅକ୍ଟୋବର ୨୬ ତାରିଖରେ ହେବ।

ଉଲ୍ଲେଖଯୋଗ୍ୟ, ସିନେମା ‘ହସିନା ପାରକର୍‌’ ଦାଉଦ୍‌ ଇବ୍ରାହିମର ଭଉଣୀ ହସିନା ଉପରେ ଆଧାରିତ। ଶ୍ରଦ୍ଧା କପୁର ହସିନା ଭୂମିକାରେ ଅଭିନୟ କରୁଥିବା ବେଳେ ଦାଉଦ୍‌ ଭୂମିକାରେ ନଜର ଆସିବେ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁର। ସିନେମାରେ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କ ମୁଖ୍ୟ ଭୂମିକା ରହିଛି। ଦୁଇ ଭାଇ ଭଉଣୀ ପ୍ରଥମ ଥର ଗୋଟିଏ ଫିଲ୍ମରେ ଏକାଠି ନଜର ଆସୁଛନ୍ତି।

ସମ୍ବନ୍ଧିତ ଖବର