ଡ଼ନ୍‌ ମାନେ ଅମିତାଭ ବଚ୍ଚନ ,ମୋଗାମ୍ବୋ ମାନେ ଅମ୍ରିଶ ପୁରୀ

କେତେକ କଳାକାର ବହୁ ବର୍ଷ ଧରି ଅଭିନୟରେ ସକ୍ରିୟ ରହନ୍ତି ଏବଂ ସେମାନେ ଅନେକ ସିନେମାରେ ବିଭିନ୍ନ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଥାନ୍ତି। କିନ୍ତୁ ଦର୍ଶକ ମନେ ରଖନ୍ତି କିଛି ନିର୍ଦ୍ଧିଷ୍ଟ ଚରିତ୍ର ପାଇଁ। ବଲିଉଡ଼୍‍ରେ ଏଭଳି କିଛି ଅଭିନେତା ଅଛନ୍ତି,ଯେଉଁମାନଙ୍କୁ ଯେତେବେଳେ ମନେ ପକାଯାଏ,ସେତେବେଳେ ଏକ ନିର୍ଦ୍ଦିଷ୍ଟ ଚରିତ୍ର କଥା ମନେପଡ଼େ।ସେମାନେ ଅନେକ ଚରିତ୍ରରେ ଅଭିନୟ କରିଛନ୍ତି,କିନ୍ତୁ ଖାସ୍‌ ସେହି ଚରିତ୍ର ପାଇଁ ସର୍ବଦା ଚର୍ଚ୍ଚିତ ହୋଇରହିଛନ୍ତି। ଆସନ୍ତୁ ମନେପକାଇବା ସେମିତି କିଛି ଚରିତ୍ରଙ୍କୁ……

‘ଡ଼ନ୍‌’:- ପ୍ରଥମଥର ପାଇଁ ୧୯୭୮ରେ ମୁକ୍ତିଲାଭ କରିଥିଲା ଫିଲ୍ମ ‘ଡ଼ନ୍‌’।ଏହି ଫିଲ୍ମ ମାଧ୍ୟମରେ ଦର୍ଶକ ଅପରାଧଜଗତର ଏକ ନୂଆ ରୂପ ଦେଖିବାକୁ ପାଇଥିଲେ।ଆନ୍ତର୍ଜାତୀୟ ସ୍ତରରେ ମାଫିଆ ମାନଙ୍କର ଗ୍ୟାଙ୍ଗ୍‌ ଯୋଜନା ଓ ଷଡ଼ଯନ୍ତ୍ରର କାହାଣୀ ଥିଲା ଏହି ଫିଲ୍ମରେ।ଚନ୍ଦ୍ରା ବାରୋଟ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଟାଇଟଲ୍‌ ରୋଲ୍‌ରେ ପରଦାକୁ ଆସିଥିଲେ ଅମିତାଭ୍‌ ବଚ୍ଚନ।ଏଥିରେ ଅମିତାଭଙ୍କ ଅଭିନୟ ବେଶ୍‌ ଜୀବନ୍ତ ଥିଲା। ୨୦୦୦ରେ ‘ଡ଼ନ୍‌’ର ସ୍ୱିକେଲ୍‌ ତିଆରି କରିଥିଲେ ଫରହାନ୍‌ ଅଖତାର୍‌,ଯେଉଁଥିରେ ଶାହରୁଖ୍‌ ଖାନ୍‌ ବନିଥିଲେ ‘ଡ଼ନ୍‌’।କିନ୍ତୁ ‘ଡ଼ନ୍‌’ ଭୂମିକାରେ ଅମିତାଭ ସର୍ବଦା ସ୍ମରଣୀୟ ହୋଇରହିବେ।

ଦବଙ୍ଗ୍‌ :- ବଲିଉଡ଼୍‍ରେ ଅନେକ ଷ୍ଟାରତ ଆକ୍ଟର ପୋଲିସ ଅଫିସର ଭୂମିକାରେ ଅଭିନୟ କରିଛନ୍ତି।କିନ୍ତୁ ‘ଦବଙ୍ଗ୍‌’ଥିଲା ସେମାନଙ୍କଠୁଁ ଭିନ୍ନ।‘ଦବଙ୍ଗ୍‌’ରୂପେ ପରଦାକୁ ଆସିଥିଲେ ସଲମାନ୍‌ ଖାନ୍‌।‘ଦବଙ୍ଗ୍‌’ରେ ସଲମାନ୍‌ଙ୍କର ପ୍ରଭାବଶାଳୀ ଅଭିନୟ ଓ ଏହାର ବିପୁଳ ବ୍ୟବସାୟିକ ସଫଳତାକର ଚର୍ଚ୍ଚା ଆଯିଯାଏ ଚାଲିଛି।ଏହାପରେ ‘ଦବଙ୍ଗ୍‌-୨’ମଧ୍ୟ ବକ୍ସ ଅଫିସ୍‌ରେ ସଫଳ ହେଲା।ଏଦୃଷ୍ଟିରୁ ଦବଙ୍ଗ୍‌ କହିଲେ ସମସ୍ତେ ସଲମାନ୍‌ ଖାନ୍‌ ଙ୍କୁ ହିଁ ଜାଣୁଛନ୍ତି।ତାଙ୍କୁ ଦବଙ୍ଗ୍‌ ଷ୍ଟାର ବୋଲି କୁହାଯାଉଛି।

‘ଖିଲାଡ଼ି’:- ‘ଖିଲାଡ଼ି’ ନାଆଁରେ ଏକ ଫିଲ୍ମରେ ହିଟ୍‌ ନିର୍ଦ୍ଦେଶିତ ଯୋଡ଼ି ଅବ୍‌ବାସ -ମସ୍ତାନ୍‌ ଏକ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ,ଯେଉଁଥିରେ ଅକ୍ଷୟ କୁମାର ନାୟକ ବନିଥିଲେ।ଏହି ଫିଲ୍ମ ହିଟ୍‌ ହୋଇଥିଲା।ତା’ପରେ ସମସ୍ତେ ଅକ୍ଷୟଙ୍କୁ ମିଷ୍ଟର ଖିଲାଡ଼ି ,ଖିଲାଡ଼ି କୁମାର୍‌ ଏହି ନାଆଁରେ ଡ଼ାକିଲେ।ଅକ୍ଷୟ ଇତିମଧ୍ୟରେ ‘ମେଁ ଖିଲାଡ଼ି ତୁ ଅନାଡ଼ି’,‘ଖିଲାଡ଼ିୟୋ କା ଖିଲାଡ଼ି’,‘ସବ୍‌ସେ ବଡ଼ା ଖିଲାଡ଼ି’,‘ଇଣ୍ଟରନ୍ୟାସ୍‌ନାଲ୍‌ ଖିଲାଡ଼ି’,‘ଖିଲାଡ଼ି-୪୨୦’,ମିଷ୍ଟର ଆଣ୍ଡ୍‌ ମିସେସ୍‌ ଖିଲାଡ଼ି ଏବଂ ଖିଲାଡ଼ି-୭୮୬ ଭଳି ଟାଇଟଲ୍‌ର ସିନେମାରେ କାମକରି ସଫଳତା ହାସଲ କରିଛନ୍ତି।
ମୁନ୍ନାଭାଇ:- ବଲିଉଡ଼୍‍ରେ ମୁନ୍ନାଭାଇ କହିଲେ ସମସ୍ତେ ସଂଜୟ ଦତ୍ତଙ୍କୁ ହିଁ ଜାଣନ୍ତି।୨୦୦୩ରେ ମୁକ୍ତିଲାଭ କରିଲାଭ ପ୍ରଖ୍ୟାତ ନିର୍ଦ୍ଦେଶକ ରାଜ୍‌ କୁମାର ହିରାନୀଙ୍କ ଫିଲ୍ମ ‘ମୁନ୍ନା ଭାଇ ଏମ୍‌.ବି.ବି.ଏସ୍‌’ରେ ‘ମୁନ୍ନାଭାଇ’ଭଳି ଏକ ଅଦ୍ଭୁତ ଚରିତ୍ରରେ ଅଭିନୟ କରି ସଂଜୟ ଦତ୍ତ ନିଜ କ୍ୟାରିଅର୍‌କୁ ନୂଆ ମୋଡ଼ ଦେଇଥିଲେ।କହିବାବାହୁଲ୍ୟ ଯେ,ମୁନ୍ନାଭାଇ ‘ଏମ୍‌.ବି.ବି.ଏସ୍‌’ ବକ୍ସ ଅଫିସ୍‌ରେ ସୁପର ହିଟ୍‌ ହୋଇଥିଲା।ଏହାପରେ ‘ଲଗେ ରହୋ ମୁନ୍ନାଭାଇ’ରେ ମଧ୍ୟ ପୁଣି ସଂଜୁବାବା ଆସିଥିଲେ,ସେହି ମୁନ୍ନାଭାଇ ଭୂମିକାରେ।ଯାହାକୁକି ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ।

photo-rediff.com

ଗବ୍‌ବର ସିଂ:- ପ୍ରଖ୍ୟାତ ନିର୍ଦ୍ଦେଶକ ରମେଶ ସିପ୍ପୀଙ୍କ ‘ଶୋଲେ’ଏକ ଯୁଗାନ୍ତକାରୀ ସିନେମା,ଯାହା ଏହାର ଖଳନାୟକ‘ଗବ୍‌ବରସିଂ’ ଭୂମିକା ପାଇଁ ସର୍ବାଧିକ ଚର୍ଚ୍ଚିତ ଥିଲା।ଏଥିରେ ଦୁଇନାୟକ ଜୟ-ବୀରୁଙ୍କୁ ମଧ୍ୟ ଲୋକେ ଭୁଲିପାରିନାହାଁନ୍ତି।ତେବେ ଏଥିରେ ‘ଗବ୍‌ବର ସିଂ’ଭୂମିକାରେ ଅଭିନୟ କରି ଅମଜାନ୍‌ ଖାନ୍‌ ରାତାରାତି ଷ୍ଟାର୍‌ ପାଲଟିଯାଇଥିଲେ। ଆଜି ବି ‘ଗବ୍‌ବର ସିଂ’ର ଡ଼ାଏଲଗ୍‌ କିତ୍‌ନେ ଆଦ୍‌ମୀ ଥେ……..କ୍ୟା ଶୋଚା ଥା ସର୍ଦ୍ଦାର ତୁହ୍ମେ ସାବାସୀ ଦେଗୀ….ବେଶ୍‌ ଲୋକପ୍ରିୟ।ଅମଜାଦ୍‌ ଖାନ୍‌ ଶତାଧିକ ଫିଲ୍ମରେ ଅଭିନୟ କରିଥିଲେ ହେଁ ତାଙ୍କର ‘ଗବ୍‌ବର ସିଂ’ଚରିତ୍ର ଅନ୍ୟ କେହି ଟପି ପାରନଥିଲେ।

photo-.indiatoday.in

‘ମୋଗାମ୍ବୋ’:- ଶେଖର କପୁର୍‌ଙ୍କ ମାଷ୍ଟର୍‌ ପିସ୍‌ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ର ମୁଖ୍ୟ ଖଳନାୟକ ଚରିତ୍ରର ନାଆଁ ଥିଲା‘ମୋଗାମ୍ବୋ’।ଏହି ଚରିତ୍ରରେ ଅଭିନୟ କରିଥିଲେ ଅମ୍ରିଶ୍‌ ପୁରୀ।ଅନିଲ୍‌ କପୁର୍‌ ଓ ଶ୍ରୀଦେବୀ ଷ୍ଟାରର୍‌ ଏହି ମୁଭିରେ ଅମ୍ରିଶ୍‌ଙ୍କ ଚରିତ୍ରକୁ ସିନେପ୍ରେମୀ କେବେବି ଭୁଲିପାରିବେ ନାହିଁ। ଅମ୍ରିଶ୍‌ ପୁରୀ ଶତାଧିକ ସିନେମାରେ ଖଳନାୟକ ଚରିତ୍ରରେ ଅଭିନୟ କରିଥିଲେ ହେଁ ‘ମୋଗାମ୍ବୋ’ଭୂମିକା ତାଙ୍କ କ୍ୟାରିଅର୍‌ର ମାଇଲ ଖୁଣ୍ଟ ।

ସମ୍ବନ୍ଧିତ ଖବର