ଜୀବନକୁ ନେଇ ଏହି ସବୁ କଥା କହି ଯାଇଛନ୍ତି ଜୀବନ ଯୁଦ୍ଧରେ ହାରି ଯାଇଥିବା ଯୋଦ୍ଧା

ମୁମ୍ବାଇ: ୟା ଭିତରେ ୩ ଦିନ ବିିତିଗଲାଣି ହେଲେ ‌ଏବେ ବି ମନରୁ ଯାଉନାହାନ୍ତି ସୁଶାନ୍ତ। କେବଳ ବଲିଉଡ୍‌ କାହିଁକି, ସାରା ଦେଶ ତାଙ୍କୁ ଝୁରି ହେଉଛି। ସୁଶାନ୍ତଙ୍କ ସଂପର୍କିତ ଅନେକ କଥା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଜୀବନ ଯୁଦ୍ଧରେ ହାରି ଯାଇଥିବା ସୁଶାନ୍ତଙ୍କର ଜୀବନକୁ ନେଇ କ’ଣ ଧାରଣା ଜାଣନ୍ତି? ନିକଟ ଅତୀତରେ ସୁଶାନ୍ତ ଜୀବନକୁ ‌ନେଇ ଅନେକ ଅନୁଭବ ଓ ଅନୁଭୂତିକୁ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଆକାରରେ ସେୟାର୍‌ କରିଛନ୍ତି। ଯେଉଁ ପୋ‌ଷ୍ଟ୍‌ଗୁଡ଼ିକୁ ଦେଖିଲେ ତାଙ୍କ ମାନସିକ ଅବସ୍ଥାକୁ ଅନୁମାନ ଲଗାଯାଇପାରେ।

: ଏଥିରେ କୌଣସି ଫରକ ପଡୁନାହିଁ ଯେ ତୁମେ କ’ଣ ହାସଲ କରିଛ, କ’ଣ ଚାହୁଁଛ, କେତେ ପ୍ରସିଦ୍ଧ ଓ କେତେ ଶକ୍ତିଶାଳୀ ତୁମେ। ଗୁରୁତ୍ବପୂର୍ଣ୍ଣ ହେଉଛି ନିଜ କାମ ଓ ନିଜ ଆଖପାଖରେ ଥିବା ବ୍ୟକ୍ତିଙ୍କୁ ନେଇ ଉତ୍ସାହଜନକ ରହିବା।

: ଯେତେ ଅଧିକ ଶିଖିଲି ସେତେ ଜାଣିବାକୁ ପାଇଲି ଯେ ପୂର୍ବରୁ କେତେ ଭୁଲ୍‌ ଥିଲି ମୁଁ।

India TV News

: ଯାହା ବି ସ୍ବପ୍ନ ରହିଛି ନିଶ୍ଚିତ ହୁଅନ୍ତୁ ଯେ ତାହା ସାକାର ହେବାକୁ ଯାଉଛି। ତ’ପରେ ସେହି ସ୍ବପ୍ନ ବିଷୟରେ ଭୁଲିଯାଅ। ତୁମକୁ ବର୍ତ୍ତମାନକୁ ଫେରିବାକୁ ହେବ ଓ ସେଠ‌ାରେ ୧୦୦ ପ୍ରତିଶତ ଦେବାକୁ ହେବ।

: ମୋର ନିଜର ଏକ କାହାଣୀ ଅଛି। ମୁଁ ଏପରି କୌଣସି ଜିନିଷରେ ଯୋଡ଼ି ହୋଇ ନାହିଁ ଯାହାର ଅତୀତ କିମ୍ବା ଭବିଷ୍ୟତ ସହ କିଛି ସଂପର୍କ ଅଛି। ମୁଁ ମୋ ବର୍ତ୍ତମାନକୁ ନେଇ ଖୁବ୍ ଖୁସିରେ ଅଛି।

: ମୋ ସହ ଅନେକ କିଛି ଅଚାନକ ଭାବେ ଘଟୁଛି। ମୁଁ ଏହାକୁ ଉପଭୋଗ କରୁଛି। କାହିଁକି ନା ଗନ୍ତବ୍ୟଠାରୁ ଯାତ୍ରା ବେଶି ଆନନ୍ଦଦାୟକ।

ସମ୍ବନ୍ଧିତ ଖବର