ମୁମ୍ବାଇ: ସୁପରଷ୍ଟାର୍ ଶ୍ରୀଦେବୀଙ୍କ ମୃତ୍ୟୁ ଏକ ରହସ୍ୟ ହୋଇ ରହିଥିବା ବେଳେ ଏବେ ତାଙ୍କ ବିଷୟରେ ଆଉ ଏକ ସତ୍ୟ ପ୍ରକାଶ ପାଇଛି। ଶ୍ରୀଦେବୀଙ୍କ ମୃତ୍ୟୁ ଦୁବାଇରେ ହେବା ପରଠାରୁ ନେଇ ତାଙ୍କ ମର ଶରୀର ମୁମ୍ବାଇରେ ପହଞ୍ଚିବା ପର୍ଯ୍ୟନ୍ତ ଘଟି ଯାଇଥିବା ଘଟଣା ସବୁ କୌଣସି ଏକ ଚଳଚ୍ଚିତ୍ର୍ରର କାହାଣୀଠାରୁ କମ୍ ନୁହେଁ। ଏବେ ତାଙ୍କ ଆର୍ଥିକ ଅବସ୍ଥାକୁ ନେଇ ଚର୍ଚ୍ଚା ହେଉଛି। ନିକଟରେ ତାଙ୍କ ବୀମାକୁ ନେଇ ଏକ ସୂଚନା ହସ୍ତଗତ ହୋଇଛି।
ମିଳିଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଶ୍ରୀଦେବୀଙ୍କ ନାମରେ ୧୦୦ କୋଟି ଟଙ୍କାର ବୀମା ରାଶି ରହିଛି। ନିକଟଅତୀତରେ ଶ୍ରୀଦେବୀ ସେପରି କୌଣସି ଆଖି ଦୃଶିଆ ଚଳଚ୍ଚିତ୍ରରେ ଅଭିନୟ କରିନାହାନ୍ତି। କୌଣସି ବଡ଼ ଧରଣର ଆୟ ରେକର୍ଡ ମଧ୍ୟ ତାଙ୍କ ନାମରେ ନ ଥିବା ବେଳେ ଏତେ କୋଟି ଟଙ୍କାର ବୀମା ସେ କିପରି କରିଛନ୍ତି ତାହା ନେଇ ଏବେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୁବାଇ ତଦନ୍ତରୁ ଏହି ବୀମା ସଂପର୍କରେ ସୂଚନା ହସ୍ତଗତ ହୋଇଛି। ମାତ୍ର ୫୪ ବର୍ଷ ବୟସରେ ଏତେ ଟଙ୍କାର ବୀମା ଶ୍ରୀଦେବୀଙ୍କ ମୃତ୍ୟୁ ପରେ ବି ତାଙ୍କୁ ସନ୍ଦେହ ଭିତରକୁ ଟାଣି ଆଣିଛି।