ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅଧୁରା ସ୍ବପ୍ନକୁ ସାକାର କରିବା ପାଇଁ ଏବେ ଏକ ଅଭିଯାନ ଆରମ୍ଭ ହୋଇଛି। ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂହ କୀର୍ତି ଟ୍ବିଟର୍ରେ ସୁଶାନ୍ତଙ୍କ ସ୍ବପ୍ନ ସାକାରର ଆହ୍ବାନ ଦେଇଛନ୍ତି। ଶ୍ବେତା କହିଛନ୍ତି, ସୁଶାନ୍ତ ପ୍ରକୃତିକୁ ବହୁତ ଭଲ ପାଉଥିଲେ ଓ ଚାରିଆଡ଼େ ସବୁଜିମା ଦେଖିବାକୁ ଚାହୁଥିଲେ। ଏଣୁ ସୁଶାନ୍ତଙ୍କ ପ୍ରଶଂସକମାନେ ଅଧିକରୁ ଅଧିକ ଗଛ ଲଗାଇ ତାଙ୍କର ଏହି ସ୍ବପ୍ନକୁ ପୂରା କରିବାରେ ସାହାଯ୍ୟ କରନ୍ତୁ। ନିଜେ ଗଛ ଲଗାଉଥିବାର ଏକ ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଅନ୍ୟମାନଙ୍କୁ ପ୍ରେରଣା ଦିଅନ୍ତୁ ବୋଲି ଲେଖିଛନ୍ତି। ଏବେ ସୁଶାନ୍ତଙ୍କ ପୂର୍ବତନ ବାନ୍ଧବୀ ଅଙ୍କିତା ଲୋଖଣ୍ଡେ ମଧ୍ୟ ଗଛ କିଣୁଥିବା ଦେଖିବାକୁ ମିଳିଛି। ଅଙ୍କିତା କହିଛନ୍ତି, ସୁଶାନ୍ତଙ୍କ ୫୦ଟି ସ୍ବପ୍ନ ମଧ୍ୟରୁ ଅନ୍ୟତମ ଥିଲା, ୧୦୦୦ ବୃକ୍ଷରୋପଣ। ତାଙ୍କର ଏହି ସ୍ବପ୍ନ ପୂରଣ ପାଇଁ ମୁଁ ଚେଷ୍ଟା ଆରମ୍ଭ କରିଦେଇଛି। ଆପଣମାନେ ବି ଏଥିରେ ସାମିଲ ହୁଅନ୍ତୁ ଓ ଅଧିକରୁ ଅଧିକ ଗଛ ଲଗାନ୍ତୁ।
ସୁଶାନ୍ତଙ୍କ ପାଇଁ ୧୦୦୦ ଗଛ
/sambad/media/post_attachments/wp-content/uploads/2020/09/sushant.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)