ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ସବୁବେଳେ ତାଙ୍କର ସୌନ୍ଦର୍ଯ୍ୟ ପାଇଁ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି । ଏବଂ ସାଧାରଣ ଲୋକ ତାଙ୍କର ଏହି ସୁନ୍ଦରତା ପାଇଁ ବେଶ୍ ପ୍ରଶଂସା କରିଥାନ୍ତି । ଯେତେବେଳେ ତାଙ୍କୁ ସୁନ୍ଦରତାର ରାଜ୍ ପଚରା ଯାଇଥାଏ,ସେ ସର୍ବଦା ଉତ୍ତରାଖଣ୍ଡର ଜଳବାୟୁର କମାଲ ବୋଲି କହିଥାନ୍ତି ।
ନିକଟରେ ଆୟୋଜିତ ହୋଇଥିବା କାନ୍ସ ଫେଷ୍ଟିଭାଲରେ ଅଭିନେତ୍ରୀମାନେ ନିଜନିଜ ଜଲୱା ଦେଖାଇଛନ୍ତି। ଏହି ତାଲିକାରେ ଉର୍ବଶୀଙ୍କୁ ବି ଦେଖିବାକୁ ମିଳିଥିଲା। ଏଥିରେ ଉର୍ବଶୀଙ୍କ ଗ୍ଲାମର ଦେଖି ଫଟୋଗ୍ରାଫର ଓ ଦର୍ଶକଙ୍କ ଆଖି ଲାଖି ଯାଇଥିଲା। ଏହି ସମୟରେ ଉର୍ବଶୀ କମଳା ରଙ୍ଗର ଗାଉନ ପିନ୍ଧିଥିବା ବେଳେ ହାତରେ ଧରିଥିଲେ ଲାଲରଙ୍ଗର ପର୍ସ ଓ ଆଙ୍ଗୁଳିରେ ପିନ୍ଧିଥିଲେ ହୀରାର ମୁଦି।
ଏହି କ୍ରମରେ ଦେଖିବାକୁ ଗଲେ ଉର୍ବଶୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ କାନ୍ସ ଫେଷ୍ଟିଭାଲର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳୁଛି ଉର୍ବଶୀ ରେଡ କାର୍ପେଟରେ ଯାଉଥିବା ବେଳେ କ୍ୟାମେରାମ୍ୟାନମାନେ ତାଙ୍କୁ ଚିହ୍ନ ନପାରି ଐଶ୍ବର୍ଯ୍ୟା ରାଏ ବୋଲି ଡାକୁଛନ୍ତି। ଏହି ଡାକ ଶୁଣି ଉର୍ବସୀ ହସି ଦେଉଛନ୍ତି। ଆଉ ଘଟଣାସ୍ଥଳରୁ କିଛି ଫଟୋ ପୋଜ ଦେବାପରେ ଚାଲି ଯାଉଛନ୍ତି।
ତେବେ ଏହି ଘଟଣାରେ କିଛିଲୋକ ଉର୍ବଶୀଙ୍କ ଗ୍ଲାମରକୁ ପସନ୍ଦ କରୁଥିବା ବେଳେ କେହିକେହି ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଲୋକେ ଉର୍ବଶୀଙ୍କୁ ଟ୍ରୋଲ କରି କହୁଛନ୍ତି କି, ‘ସେ ଐଶ୍ବର୍ଯ୍ୟାଙ୍କ ଷ୍ଟାଇଲକୁ କପି କରୁଛନ୍ତି। ତାଙ୍କର ନିଜସ୍ବ ଷ୍ଟାଇଲ କ’ଣ ନାହିଁ।’