ଏହି ବଲିଉଡ୍‌ ସେଲିବ୍ରିଟିମାନେ ପ୍ରେତାତ୍ମାର ଉପସ୍ଥିତି ଅନୁଭବ କରିଥିବା ସ୍ୱୀକାର କରିଛନ୍ତି

ଆଜିକାଲିର ବୈଜ୍ଞାନିକ ଯୁଗରେ ଭୂତ-ପ୍ରେତକୁ କେହି ବିଶ୍ୱାସ କରୁ ନାହାନ୍ତି । କିନ୍ତୁ କେବେ ଆପଣ ଶୋଇଥିବା ବେଳେ ବା ଗୋଟେ ଘରେ ଏକା ଥିବା ବେଳେ ଆଉ ଜଣଙ୍କ ଉପସ୍ଥିତିକୁ ଅନୁଭବ କରିଛନ୍ତି କି? କାରଣ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଭୂତ-ପ୍ରେତକୁ ଅନୁଭବ କରି ପାରନ୍ତି । କେବେ ତାଙ୍କ ଚାରିପାଖରେ ରହି ତାଙ୍କୁ କିଏ ଦେଖୁଛି ବୋଲି ସେମାନେ ଅନୁଭବ କରି ଥାଆନ୍ତି । ବେଳେ ବେଳେ କଳାକାରମାନେ ଭୂତ ଫିଲ୍ମ କରୁଥିବା ବେଳେ ଚାରି ପାଖରେ ପ୍ରେତାତ୍ମା ଥିବା ଅନୁଭବ କରିଥାଆନ୍ତି । କିଛି ଦିନ ତଳେ ଜଣେ କଳାକାର ଭୂତ ଫିଲ୍ମେରେ ଅଭିନୟ କରି କରି ତାଙ୍କ ଶରୀରରେ ଭୂତ ପ୍ରବେଶ କରିଥିବାର ଖବର ଆସିଥିଲା । ତେବେ ଏମିତି କିଛି ବଲିଉଡ଼ କଳାକାର ରହିଛନ୍ତି, ଯେଉଁମାନେ ସୁଟିଂ ସମୟରେ କିଛି ପ୍ରେତାତ୍ମାର ଉପସ୍ଥିତି ଅନୁଭବ କରିବା କଥା ସର୍ବସାଧାରାଣରେ ସ୍ୱୀକାର କରିଛନ୍ତି । ଆସନ୍ତୁ ଜାଣିବା କେଉଁ ବଲିଉଡ଼ କଳାକାରମାନେ ସୁଟିଂ ସମୟରେ ଭୂତ ଥିବା ଅନୁଭବ କରିଥିଲେ ।

୧.ବରୁଣ ଧଓ୍ଵନ : ଏବିସିଡ଼ି ୨ର ସୁଟିଂ ଚାଲୁଥିବା ବେଳେ ବରୁଣ ଗୋଟେ ହୋଟେଲରେ ରହିଥିଲେ । ସେହି ହୋଟେଲ ଜଣେ ପ୍ରସିଦ୍ଧ ଗାୟକ ଫ୍ରାଙ୍କ୍‌ ସିନାଟ୍ରାଙ୍କ ମନ ପସନ୍ଦର ଥିଲା ବୋଲି କୁହାଯାଏ । ବରୁଣ ସେ ହୋଟେଲର ଯେଉଁ ରୁମ୍‌ରେ ରହୁଥିଲେ ସେଠାରେ ସେ ଗୀତିକାରଙ୍କର ଆତ୍ମା ବାସ କରିବା ସହ ସେ ରୁମ୍‌ ପାଖା ପାଖି କେହି ରହୁନଥିଲେ ବୋଲି ବରୁଣ ଜଣାଇଥିଲେ । କିନ୍ତୁ ପୂର୍ବରୁ ବରୁଣ ଏ ବିଷୟରେ ଜାଣି ନଥିଲେ । ସୁଟିଂ ସାରି ସେ ଯେତେବେଳେ ରୁମ୍‌ରେ ପହଞ୍ଚିଥିଲେ, ସେତେବେଳେ ତାଙ୍କୁ କିଛି ଭୟଙ୍କର ଶବ୍ଦ ଶୁଭିଥିଲା । ପ୍ରଥମେ ସେ ଏହାକୁ ଧ୍ୟାନ ଦେଇ ନ ଥିବା ବେଳେ ପରେ ହୋଟେଲ ଷ୍ଟାଫ୍‌ମାନଙ୍କ ଠାରୁ ଜାଣିବାକୁ ପାଇଥିଲେ ।

indiatimes.com

୨.ନଓ୍ଵାଜୁଦ୍ଦିନ୍‌ ସିଦ୍ଦ୍‌କୀ : ଫିଲ୍ମ ଆତ୍ମାର ସୁଟିଂ ସମୟରେ କିଛି ଏମିତି ଘଟଣା ଘଟିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ସୁଟିଂ ସମୟରେ ବିପାଶା ବସୁଙ୍କ ସମେତ ପୂରା ଟିମ୍‌ ଜଣେ ମହିଳା ଗୀତ ଗାଉଥିବାର ଶୁଣିଥିଲେ । ମୁଁ ଏକ ଦୃଶ୍ୟର ସୁଟିଂ କରୁଥିବା ବେଳେ ପଛପଟେ ଏକ ଫଟୋ ଫ୍ରେମ ଥିଲା, ଯାହା ବିନା ପବନରେ ତଳକୁ ଖସି ପଡ଼ିଥିଲା ବୋଲି ନଓ୍ଵାଜ ଏକ ସାକ୍ଷାତକାରରେ ଜଣାଇଥିଲେ ।

indiatimes.com

୩.ଇମ୍ରାନ ହାସ୍‌ମୀ : ଛୁଟି କାଟିବା ପାଇଁ ମହାରାଷ୍ଟ୍ରର ଏକ ସ୍ଥାନକୁ ଯାଇଥିଲେ । ସେ ଯେଉଁ ହୋଟେଲରେ ରହିଲେ, ତା’ ପାଖାପାଖି ଅନ୍ୟ କେଉଁ ହୋଟେଲ ମଧ୍ୟ ନ ଥିଲା । ରାତି ହେବା ମାତ୍ରେ କେହି ଜଣେ ଜୋର ଜୋରରେ ଚିଲାଇବାର ଶବ୍ଦ ସେମାନେ ଶୁଣିବାକୁ ପାଇଥିଲେ । ବାହାରକୁ ଆସି ଦେଖିଥିଲେ ମଧ୍ୟ ସେ କାହାକୁ ପାଇ ନ ଥିଲେ । ଯାହାଫଳରେ ସେ ପରଦିନ ହୋଟେଲ ବଦଳାଇ ଅନ୍ୟ ଏକ ହୋଟେଲରେ ରୁମ୍‌ ନେଇଥିଲେ ।

indiatimes.com

୪.ରଣବୀର ସିଂ : ଫିଲ୍ମ ବାଜିରାଓ ମସ୍ତାନୀର ସୁଟିଂ ବେଳେ ରଣବୀର ପେଶଓ୍ଵା ବାଜିରାଓଙ୍କୁ ଅନୁଭବ କରିଥିଲେ । ତାଙ୍କ ଚାରି ପାଖରେ କେହି ଜଣେ ଥିବାର ସେ ଅନୁଭବ କରିଥିଲେ । ସୁଟିଂ ସେଟ୍‌ରେ ଥିବା ଏକ କଳା କାନ୍ଥରେ ପେଶଓ୍ଵା ବାଜିରାଓଙ୍କ ଛବି ସେ ଦେଖିଥିଲେ ।

indiatimes.com
ସମ୍ବନ୍ଧିତ ଖବର