ନ୍ୟୁୟର୍କ ଫିଲ୍ମ ଫେଷ୍ଟିଭାଲରେ ପାୱାର ଦେଖାଇଲେ ଭାରତର ସନି ପାୱାର

ନୂଆଦିଲ୍ଲୀ: ମୁମ୍ବାଇର ୧୧ ବର୍ଷର ସନି ପାୱାରଙ୍କୁ ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ସର୍ବଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ମିଳିଛି। ସନିଙ୍କୁ ଏହି ପୁରସ୍କାର ଫିଲ୍ମ ‘ଚିପା’ ପାଇଁ ମିଳିଛି । ପୁରସ୍କାର ମିଳିବା ପରେ ସନି କହିଛନ୍ତି ଯେ ଏହି ସଫଳତା ପଛରେ ମୋର ବାପା-ମାଙ୍କର ହାତ ରହିଛି। ସେ ସୁପରଷ୍ଟାର ରଜନୀକାନ୍ତଙ୍କ ଭଳି ହେବାକୁ ଚାଁହୁଥିବାର କହିଛନ୍ତି ।

Vulture

ବଲିଉଡ ଓ ହଲିଉଡରେ ଅଭିନୟ କରିବାକୁ ରୁଚି ରଖୁଥିବା ସନି ଭବିଷ୍ୟତରେ ମଧ୍ୟ ଦୁଇଟି ଫିଲ୍ମ ଦୁନିଆରେ କାମ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଫିଲ୍ମ ଚିପାର ସ୍କ୍ରିପ୍ଟ ସଫଦର ରହମାନ ଲେଖିଥିବା ବେଳେ ସେ ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଫିଲ୍ମର କାହାଣୀ ଜଣେ ପିଲାର ଆକାଂକ୍ଷା ବାବଦରେ  ରହିଛି, ଯିଏ କି ରାସ୍ତା କଡରେ ରହୁଥିବାବେଳେ ନିଜ ପାଇଁ ଏକ ବଡ଼ ସ୍ବପ୍ନ ଦେଖୁଛି । ଆର୍ଥିକ ସ୍ଵଚ୍ଛଳ ନ ଥିବା ସନି ମୁମ୍ବାଇର କୁରଭେ ନଗର ବସ୍ତି ଅଂଚଳରେ ରୁହନ୍ତି । ଏଠାରେ ସୂଚନା ଥାଉ କି ୨୦୧୬ ମସିହାରେ ଅଷ୍ଟ୍ରେଲିଆର ନିର୍ଦ୍ଦେଶକ ଗର୍ଥ ଡାଭିସଙ୍କ ଫିଲ୍ମ ‘ଲାୟନ’ରେ ସେ ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର