ଟ୍ବିଟ୍‌ରେ ଭଙ୍ଗା ଘରର ଦୃଶ୍ୟ ଦେଖି ୧୨ ବର୍ଷୀୟା ବାଳିକାଙ୍କୁ ଗୃହ ନିର୍ମାଣ କରିବାରେ ସାହାଯ୍ୟ କଲେ ସୋନୁ ସୁଦ୍‌

କୋଲକାତା: ମହାମାରୀ କରୋନା ଭାଇରସ୍‌ ସମୟରେ ପ୍ରବାସୀ ତଥା ଅନ୍ୟମାନଙ୍କୁ ସାହାଯ୍ୟ କରି ନିଜର କାର୍ଯ୍ୟ ପାଇଁ ପ୍ରଶଂସିତ ‌ହୋଇ ଆସୁଥିବା ସୋନୁ ସୁଦ ପଶ୍ଚିମବଙ୍ଗର ଜାଲପାଇଗୁରିରେ ଜଣେ ୧୨ ବର୍ଷୀୟା ବାଳିକାକୁ ସାହାଯ୍ୟ କରିବା ପରେ ପୁଣି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି।

ଫଟୋରେ ଜଣେ ବାଳିକାଙ୍କ ଭଙ୍ଗା ଘରର ଅତ୍ୟନ୍ତ ହୃଦୟ ବିଦାରକ ଫାଟୋ ଦେଖିବା ପରେ ସୋନୁ ସୁଦ୍‌ ମୁମ୍ବାଇଠାରୁ ୨୫୦୦ କିଲୋମିଟର ଦୂରରେ ଥିବା ବାଳିକାଙ୍କ ଗ୍ରାମରେ ପହଞ୍ଚି ତାଙ୍କୁ ଏକ ନୂତନ ଘର ନିର୍ମାଣରେ ସାହାଯ୍ୟ କରିଥିବା ଜାଣିବାକୁ ମିଳିଛି।


Times of India

ବାଳିକାଙ୍କ ପଡ଼ୋଶୀ ସୋନାଲ ସିଂଙ୍କ ଦ୍ୱାରା ସେୟାର କରାଯାଇଥିବା ଏକ ପୋଷ୍ଟକୁ ସୋନୁଙ୍କୁୁ ଟ୍ୱିଟରରେ ଟ୍ୟାଗ୍ କରାଯାଇଥିଲା। ଫଟୋରେ ଦେଖିବାକୁ ମିଳିଥିଲା ଯେ କିଛି ଜରି ପାଲ ଦ୍ବାରା ଘର ତିଅ‌ାରି ହୋଇଥିଲା। ତାହା ପୁଣି ମଝିରେ ମଝିରେ ଛିଡ଼ି ଯାଇଥିଲା।

 

‘ଘର’ର ଫଟୋଗ୍ରାଫ୍ ଦେଖିବା ପରେ ସୋନୁ ତାଙ୍କୁ ସାହାଯ୍ୟ କରିବାକୁ ପାଣ୍ଠି ସଂଗ୍ରହ କଲେ ଓ ତାଙ୍କୁ ତାଙ୍କ ଗୃହ ନିର୍ମାଣ କାର୍ଯ୍ୟରେ ସାହାଯ୍ୟ ମଧ୍ୟ କଲେ। 

ସୋନୁଙ୍କୁ ଟ୍ବିଟର୍‌ରେ ଟ୍ୟାଗ୍‌ କରିଥିବା ସୋନାଲ ନିଜର ଖୁସି ବ୍ୟକ୍ତ କରି କହିଛନ୍ତି, ‘ମୁଁ କଦାପି କଳ୍ପନା କରି ନଥିଲି ଯେ ସୋନୁଙ୍କ ପରି ବ୍ୟକ୍ତି ମୋ ଟ୍ୱିଟ୍‌ରେ ପ୍ରତିକ୍ରିୟା ରଖିବେ‌। ମୁଁ ଜଣେ ସାଧାରଣ ଲୋକ ହୋଇଥିବାରୁ ସେହି ବାଳିକାଙ୍କୁ ସାହାଯ୍ୟ କରିିବା ମୋ ଦ୍ବାରା ସମ୍ଭବ ନଥିଲା। ସୋନୁ ମୋର ଟ୍ବିଟ୍‌କୁ ଦେଖିବା ପରେ ଯାହା କରିଛନ୍ତି ତାହା ମୁଁ କେବେ ଭୁଲିପାରିବି ନାହିଁ।’

ସମ୍ବନ୍ଧିତ ଖବର