ନୂଆଦିଲ୍ଲୀ: ୨୦୨୩ ପାଇଁ ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଯେଉଁଥିରେ ବଲିଉଡ୍ ବାଦଶାହା ଅଭିନେତା ଶାହରୁଖ ଖାନଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତା ପୁରସ୍କାର । ‘ଯଓ୍ୱାନ’ ଫିଲ୍ମ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ସେହିପରି ‘ଟୁଓ୍ୱେଲଥ୍ ଫେଲ୍’ ଫିଲ୍ମ ପାଇଁ ବିକ୍ରାନ୍ତ ମାସିଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଘୋଷଣା କରାଯାଇଛି ।
71st National Film Awards 2023 | Best Actor in a Leading Role award shared by Shah Rukh Khan for 'Jawan' and Vikrant Massey for '12th Fail' pic.twitter.com/GImUWoCVrX
— ANI (@ANI) August 1, 2025
ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଘୋଷଣା ହୋଇଛି । ଏହାସହିତ ରଣବୀର କପୁରଙ୍କ ଅଭିନୀତ ଆନିମଲ୍ ଫିଲ୍ମ ପାଇଁ ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କୁ ଶ୍ରେଷ୍ଠ ସାଉଣ୍ଡ ଡିଜାଇନ୍ ଆଉ ବ୍ୟାକଗ୍ରାଉଣ୍ଡ ସ୍କୋର କ୍ୟାଟେଗୋରିରେ ଆଓ୍ୱାର୍ଡ ଜିତିଛନ୍ତି ।
71st National Film Awards 2023 | '12th Fail' wins the Best Feature Film award. pic.twitter.com/Jfw87N9qkk
— ANI (@ANI) August 1, 2025
‘ଟୁଓ୍ୱେଲଥ୍ ଫେଲ୍’ ଫିଲ୍ମକୁ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ଘୋଷଣା କରାଯାଇଛି । ଅନ୍ୟପଟେ ଓଡ଼ିଆ ଫିଲ୍ମ 'ପୁଷ୍କରା'କୁ ଜାତୀୟ ପୁରସ୍କାର ଘୋଷଣା । ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ 'ପୁଷ୍କରା'କୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର ମିଳିବ। ତରଙ୍ଗ ସିନେ ପ୍ରଡକସନ୍ସର 'ପୁଷ୍କରା' ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ବିବେଚିତ ହୋଇଛି। ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ସବ୍ୟସାଚୀ ମିଶ୍ର ଅଭିନୟ କରିଛନ୍ତି।
/filters:format(webp)/sambad/media/media_files/2025/08/01/new-project-27-2025-08-01-18-48-20.jpg)
୨୦୨୩ ଗଣେଶ ପୂଜା ଦିନ ବହୁପ୍ରତୀକ୍ଷିତ ଓଡ଼ିଆ ଛବି ‘ପୁଷ୍କରା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ନିଚ୍ଛକ ଅଭିନୟ ଦର୍ଶକଙ୍କୁ ଆକର୍ଷିତ କରିଥିଲା । ନାଦବିନ୍ଦୁରୁ ଅନୁପ୍ରାଣିତ ସିନେମା ପୁଷ୍କରା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/08/01/new-project-31-2025-08-01-19-50-48.jpg)