ମିସ୍‌ ଇଣ୍ଡିଆ ମଞ୍ଚରେ ସ୍ମୃତି ଇରାନୀ ରାଜନୀତିରେ ଆଗ୍ରହ ଥିବା କହିଥି‌ଲେ

ସ୍ମୃତି ଇରାନୀ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିବା ବେ‌ଳର ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି ଟିଭି ପ୍ରଯୋଜକ ଏକତା କପୁର। ୧୯୯୮ ମସିହାର ସେଇ ପୁରୁଣା ଫଟୋରେ ୨୧ବର୍ଷୀୟା ସ୍ମୃତି ରାଜନୀତିରେ ଆଗ୍ରହ ରଖୁଥିବା କହିଥିଲେ। ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର ହୋଇଥିବା ସେଇ ଭିଡିଓରେ ସ୍ମୃତି କହିଥିଲେ, ମୁଁ ଇଂରାଜୀ ସାହିତ୍ୟରେ ଡିଗ୍ରି କରିବାକୁ ଇଚ୍ଛା ରଖିଛି ଏବଂ ଦୁଃସାହସିକ କ୍ରୀଡ଼ାକୁ ଭଲ ପାଏ। ୧୧ନମ୍ବର ପ୍ରତିଯୋଗୀ ଭାବେ ସେ ରୢାମ୍ପରେ ଚାଲିଥିଲେ। ଭାରତୀୟ ସଂସ୍କୃତି ଧାର୍ମିକ ବିଶ୍ବାସରେ ତାଙ୍କର ବିଶ୍ବାସ ରହିଥିବା ସେ କହିଥିଲେ। ସ୍ମୃତି ଓ ଏକତା କପୁରଙ୍କ ବନ୍ଧୁତା ଆରମ୍ଭ ହୋଇଥିଲା ୨୦୦୧ରେ ‘କ୍ୟୁଁ କି ଶାଶ୍‌ ଭି କଭି ବହୂ ଥି’ରୁ। ତୁଳସୀ ବୀରାନି ଚରିତ୍ରରେ ତାଙ୍କ ଅଭିନୟ ପାଇଁ ସେ ଘରେ ଘରେ ପରିଚିତ ହୋଇ ପାରିଥିଲେ।
ସମ୍ବନ୍ଧିତ ଖବର