ବଲିଉଡ୍ ଅଭିନେତ୍ରୀ ଐଶର୍ଯ୍ୟା ରାୟ ବଚ୍ଚନ ୧୪ ବର୍ଷ ତଳର ଫଟୋ ସେୟାର୍ କରି, ଅଭିଷେକଙ୍କ ପ୍ରେମ ନିବେଦନ କଥା ମନେ ପକାଇଛନ୍ତି। ହିନ୍ଦୀ ଚଳଚ୍ଚିତ୍ର ‘ଗୁରୁ’ର ପ୍ରିମିୟର୍ ରିଲିଜ୍ ଅବସରରେ ଅଭିଷେକ ତାଙ୍କୁ କିପରି ବାଲ୍କୋନିକୁ ନେଇ ପ୍ରପୋଜ୍ କରିଥିଲେ ସେ ସମ୍ବନ୍ଧୀୟ କିଛି ଫଟୋ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରିଛନ୍ତି। ଏହା ସହିତ ପୋଷ୍ଟରେ ‘ଗୁରୁ ଫର୍ଏଭର’ ବୋଲି ଉଲ୍ଲେଖ କରିଛନ୍ତି। ତେବେ ଏହି ପୋଷ୍ଟକୁ ନେଇ ଜଣେ ପ୍ରଶଂସକଙ୍କ ଐଶ୍ଙ୍କୁ ଦୁନିଆର ସବୁଠାରୁ ସୁନ୍ଦର ମହିଳା ବୋଲି ଲେଖିଛନ୍ତି। ପୋଷ୍ଟ୍କୁ ଦର୍ଶକଙ୍କ ଉତ୍ସାହିତ ହେବାକୁ ନେଇ ଐଶ୍ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।