‘ପଦ୍ମାବତୀ’ ପାଇଁ ୧୪୦ କୋଟିର ଇନ୍‌ସୁରାନ୍ସ

ମୁମ୍ବାଇ : ‘ପଦ୍ମାବତୀ’କୁ ନେଇ ଏବେ ଚାରି ଆଡ଼େ ଚର୍ଚ୍ଚ । ଟିଭି ଚ୍ୟାନେଲ ହେଉ ବା ଖବର କାଗଜ ସବୁ ଦିନ ଦେଖିବାକୁ ମିଳୁଛି ପଦ୍ମାବତୀକୁ ବିରୋଧ କରାଯାଉଥିବା ଖବର । ଦୀପିକା ଏବଂ ସଂଜୟ ଲୀଲା ଭଂସାଲୀଙ୍କ ମୁଣ୍ଡ କାଟ ହେଉ ବା ଫିଲ୍ମର ରିଲିଜକୁ ବିରୋଧ ହେଉ ସବୁଦିନ କିିଛି ନା କିଛି ନୁଆ ଅସୁବିଧାର ସମ୍ମୁଖୀନ ହେଉଛି ଫିଲ୍ମ ‘ପଦ୍ମାବତୀ’ । ବଢ଼ୁଥିବା ଅସନ୍ତୋଷ ପାଇଁ ଫିଲ୍ମର କଳାକାରମାନେ ପ୍ରମୋସନ ପାଇଁ ବାହାରକୁ ଯିବାକୁ ଡ଼ରିଲେଣି ।

ଡ଼ିସେମ୍ବର ୧ ରେ ରିଲିଜ୍‌ ହେବାକୁ ଥିବା ଏହି ଫିଲ୍ମ କେବେ ପରଦା ଉପରକୁ ଆସିବ ତାହା ସ୍ପଷ୍ଟ ହୋଇ ପାରୁ ନହିଁ । ଏହି ଫିଲ୍ମରେ ଇତିହାସକୁ ଭୁଲ ଦର୍ଶାଯାଇଛି ବୋଲି ଏହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି । ପ୍ରାୟ ୫ଟି ରାଜ୍ୟରେ ଏହାର ରିଲିଜ୍‌କୁ ବନ୍ଦ କରି ଦିଆଯାଇଛି । ଏବେ ଫିଲ୍ମ ସହ ଜଡ଼ିତ ଆଉ ଏକ ଖବର ସାମ୍ନାକୁ ଆସିଛି । ଏହି ଫିଲ୍ମ ପାଇଁ ନିର୍ମାତା ୧୪୦ କୋଟିର ଇନ୍‌ସୁରାନ୍ସ କରିଛନ୍ତି । ଯଦି ଫିଲ୍ମର ସ୍କ୍ରିନିଙ୍ଗ୍‌ ଉପରେ କିଛି ପ୍ରଭାବ ପଡ଼େ ବା ଲୋକମାନେ ଥିଏଟରକୁ ଫିଲ୍ମ ଦେଖିବାକୁ ଅସିବା ପାଇଁ ସମର୍ଥ ହେବେନି ତେବେ ଡ଼ିଷ୍ଟ୍ରିବ୍ୟୁଟର ୮୦ କୋଟି ଫେରାଇ ନେବେ ବୋଲି ସ୍ପଷ୍ଟ କରି ସାରିଛନ୍ତି ।

ତେବେ ଏତେ ସବୁ ଅସୁବିଧାର ଭିତରେ ଏହି ଫିଲ୍ମର ଭବିଷ୍ୟତ କ’ଣ ହେବ ତାହା ଜଣା ପଡ଼ୁନାହିଁ । ଏହି ସମସ୍ୟାର ଅନ୍ତ ହେବ କେବେ ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର