ମୁମ୍ବାଇ: ୩୪ ବର୍ଷୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାରେ ଶୋକରେ ବୁଡିଛି ବଲିଉଡ୍ । ଏବେ ପର୍ଯ୍ୟନ୍ତ ପ୍ରଶଂସକ ତାଙ୍କ ମୃତ୍ୟୁକୁ ଗ୍ରହଣ କରିପାରୁନାହାନ୍ତି । ସୋସିଆଲ୍ ମିଡିଆରେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଉଛି । ଆଉ ଏଭଳି ସମୟରେ ବିହାରର ପାଟଣାରୁ ଏକ ଚକିତ କରିଦେଲା ଭଳି ଖବର ସାମ୍ନାକୁ ଆସିଛି । ନିଜ ପ୍ରିୟ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଜଣେ ପ୍ରଶଂସକ ଆତ୍ମହତ୍ୟା କରିଛନ୍ତି । ୧୭ ବର୍ଷିୟା ସୁଶାନ୍ତଙ୍କ ଏହି ପ୍ରଶଂସକଙ୍କ ନାଁ ଇଶିକା କୁମାରୀ ବୋଲି ଜଣାପଡିଛି । ଇଶିକା ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ ଆଉ କିଛି ଦିନ ପରେ ତାଙ୍କର ଫଳାଫଳ ବାହାରିଥାନ୍ତା ।
ଟିଭିରେ ଲଗାତର ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଦେଖିବା ପରେ ଜୀବନ ହାରିଲେ ପ୍ରଶଂସକ
/sambad/media/post_attachments/wp-content/uploads/2020/06/sushant-singh-rajput-Wallpaper-cave.jpg)