ମାଧୁରୀଙ୍କ ପାଇଁ ୧୮ ଘଣ୍ଟାର ସ୍କେଚ୍‌

ସେଲିବ୍ରିଟି ଓ ପ୍ରଶଂସକଙ୍କ ସମ୍ପର୍କ ସବୁବେଳେ ନିଆରା। ବଲିଉଡ୍‌ରେ ତ’ ଏ ସମ୍ପର୍କ ଆହୁରି ନିଆରା। ପ୍ରଶଂସକଟିଏ ନିଜ ପ୍ରିୟ ତାରକାଙ୍କ ପାଖରେ ପହଞ୍ଚିବାକୁ ତା’ର ପାରୁପର୍ଯ୍ୟନ୍ତ ପରିଶ୍ରମ କରିଥାଏ। ଆଉ ଯେତେବେଳେ ସେ ନିଜର ସେଇ ପ୍ରିୟ ତାରକାଙ୍କ ସହ ଯୋଗାଯୋଗର ଏକ କଡ଼ି ପାଇଯାଏ, ଖୁସିରେ ଆତ୍ମହରା ହୋଇପଡ଼େ। ଏଭଳି ଏକ ଉଦାହରଣ ଟ୍ବିଟର୍‌ରେ ଦେଖିବାକୁ ମିଳିଛି। ଅପୂର୍ବ ମକ୍‌ୱାନା ବୋଲି ଜଣେ ବ୍ୟକ୍ତି ମାଧୁରୀଙ୍କର ଏକ ସ୍କେଚ୍‌ ତିଆରି କରି ଟ୍ବିଟ‌ର୍‌ରେ ପୋଷ୍ଟ କରିଛନ୍ତି। ସ୍କେଚ୍‌ଟି ଅତ୍ୟନ୍ତ ଜୀବନ୍ତ ଓ ଅବିକଳ ହୋଇଥିବା ବେଳେ ଟ୍ବିଟର୍‌ରେ ଏହାକୁ ସେୟାର କରି ସେ ଲେଖିଛନ୍ତି, ମୁଁ ଜାଣେନା ତୁମେ ଏହି ଛବିକୁ ନଜର ଦେବ କି ନାହିଁ। କିନ୍ତୁ ହଁ ‌ତୁମେ ଏହାକୁ ନିଶ୍ଚୟ ଦେଖିବ, ଏହି ଆଶାରେ ମୁଁ ଏହି ଛବିକୁ ଏଠାରେ ଅପ୍‌ଲୋଡ୍‌ କରିଛି। ପ୍ରାୟ ୧୮ଘଣ୍ଟାର ପରିଶ୍ରମ ପରେ ଏହି ଛବିଟି ପ୍ରସ୍ତୁତ ହୋଇଛି। ଏତି‌କି ଲେଖି ସେ ଟ୍ବିଟରରେ ଏହି ଫଟୋ ଅପଲୋଡ୍‌ କରିଛନ୍ତି। ଏହାକୁ ମାଧୁରୀ ଦେଖିବା ସହ ଅପୂର୍ବଙ୍କ କଳାର ପ୍ରଶଂସା କରି ଲେଖିଛନ୍ତି, ଏହା ବହୁତ ସୁନ୍ଦର ହୋଇଛି। ଧନ୍ୟବାଦ। ମାଧୁରୀଙ୍କଠାରୁ ପ୍ରତିକ୍ରିୟାଟିଏ ପାଇ ଅତ୍ୟନ୍ତ ଖୁସି ହୋଇଥିଲେ ଅପୂର୍ବ। ଯଦି ୧୮ ଘଣ୍ଟାର ପରିଶ୍ରମ ପରେ ମାଧୁରୀଙ୍କ ପର୍ଯ୍ୟନ୍ତ ଛବିଟି ପହଞ୍ଚି ପାରିନଥା’ନ୍ତା କି ସେ ଦେଖି ନଥା’ନ୍ତେ ହୁଏତ ଅପୂର୍ବଙ୍କ ମନ ଭାଙ୍ଗି ଯାଇଥା’ନ୍ତା।

ସମ୍ବନ୍ଧିତ ଖବର