ମୁମ୍ବାଇ: କିଛି ଦିନ ପରେ ସିନେମା ଘରକୁ ଆସିବାକୁ ଯାଉଛି ଫିଲ୍ମ ୨.୦ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି, ସାଉଥ୍ ସୁପରଷ୍ଟାର ରଜନୀକାନ୍ତ, ଅଭିନେତ୍ରୀ ଆମି ଜ୍ୟାକ୍ସନ୍ ଏବଂ ଅଭିନେତା ଅକ୍ଷୟ କୁମାର । ଫିଲ୍ମଟି ରିଲିଜ୍ ପୂର୍ବରୁ ୩୦୦କୋଟିରୁ ଅଧିକ ଆୟ କରି ସାରିଥିବା ବେଳେ ଏବେ ଦର୍ଶକମାନେ ଫିଲ୍ମର ରିଲିଜ୍କୁ ଅନାଇ ବସିଛନ୍ତି । ଫିଲ୍ମର ପ୍ରଥମ ଭାଗ ରବୋଟରେ ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନିଆଯାଇଥିବା ବେଳେ ଏହାର ଦ୍ୱିତୀୟ ଭାଗରେ କ’ଣ ପାଇଁ ଆମି ଜ୍ୟାକ୍ସନ୍ଙ୍କୁ ନିଆଗଲା, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ତେବେ, ମୁମ୍ବାଇର ଜୁହୁରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଫିଲ୍ମର ନିର୍ଦ୍ଦେଶକ ଏସ୍ ଶଙ୍କର କ’ଣ ପାଇଁ ଐଶ୍ୱର୍ଯ୍ୟାଙ୍କୁ ନିଆଯାଇ ନାହିଁ ଜଣାଇଛନ୍ତି।

ତାଙ୍କ କହିବା ଅନୁଯାୟୀ, ରବୋଟ ଠାରୁ ୨.୦ର କାହାଣୀ ଏବଂ ଚରିତ୍ର ସମ୍ପୂର୍ଣ୍ଣ ଭିନ୍ନ । ଫିଲ୍ମର କାହାଣୀକୁ ନେଇ କଳାକାରମାନଙ୍କୁ ବଛା ଯାଇଛି । କିନ୍ତୁ ଏହି ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କ ଚରିତ୍ର ବିଷୟରେ କୁହାଯାଇଛି ବୋଲି କହିଥିଲେ ଏସ୍ ଶଙ୍କର । ଫିଲ୍ମଟି ୫୫୦କୋଟି ଟଙ୍କା ବଜେଟରେ ତିଆରି କରାଯାଇଥିବା ବେଳେ ଏହା ଇତିହାସ ରଚିବ ବୋଲି ଆଶା କରାଯାଉଛି ।