୨୦୧୮ରେ ଧମାଲ୍‌ କରିପାରନ୍ତି ଏହି ବଲିଉଡ ନାୟକ, ନାୟିକା

ମୁମ୍ବାଇ: ବଲିଉଡରେ ଏମିତି କିଛି ନାମୀ ନାୟକ, ନାୟିକା ଅଛନ୍ତି, ଯେଉଁମାନଙ୍କୁ ଦର୍ଶକ ୨୦୧୭ରେ ରୂପେଲି ପରଦାରେ ଦେଖିବାକୁ ପାଇନଥିଲେ, କାରଣ ସେମାନଙ୍କର ଗୋଟିଏ ବି ସିନେମା ରିଲିଜ୍‌ ହୋଇ ନ ଥିଲା । ଏମାନେ ୨୦୧୮ରେ ଧମାଲ୍‌ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆସନ୍ତୁ ସେହି ସେଲିବ୍ରେଟି ମାନଙ୍କ ଉପରେ ନଜର ପକାଇବା…

ଦୀପିକା ପାଦୁକୋନ: ୨୦୦୭ ରେ ସୁପରହିଟ୍‌ ଫିଲ୍ମ ‘ ଓମ୍‌ ଶାନ୍ତି ଓମ୍‌’ ଜରିଆରେ ବଲିଉଡରେ ହିରୋଇନ ଭାବେ ଡେବ୍ୟୁ କରିଥିବା ହଟ୍‌ ନାୟିକା ଦୀପିକା ପାଦୁକୋନ୍‌ଙ୍କ ଅଭିନୀତ ‘ ପଦ୍ମାବତୀ’ ୨୦୧୭ ରେ ରିଲିଜ୍‌ ହେବାର ଥିଲା, ମାତ୍ର ବିବାଦ ଯୋଗୁଁ ତାହା ସମ୍ଭବ ହୋଇ ପାରିନଥିଲା । ଏହି ସିନେମା ୨୦୧୮ ରେ ରିଲିଜ୍‌ ହେବାର ସମ୍ଭାବନା ଉଜ୍ଜଳ ହେଲାଣି ।

ରଣବୀର ସିଂ: ୟଶରାଜ ଫିଲ୍ମସ ର ସୁପରହିଟ୍‌ ଫିଲ୍ମ ‘ ବ୍ୟାଣ୍ଡ ବାଜା ବାରାତ୍‌’ ଜରିଆରେ ବଲିଉଡରେ ହିରୋ ଭାବେ ଡେବ୍ୟୁ କରିଥିବା ରଣବୀର ସିଂହଙ୍କୁ ୨୦୧୭ ରେ ଦେଖିବାକୁ ମିଳି ନଥିଲା କୌଣସି ହିନ୍ଦୀ ସିନେମାରେ । ହେଲେ ଏ ବର୍ଷ ତାଙ୍କର ଦୁଇଟି ହିନ୍ଦୀ ଫିଲ୍ମ ରିଲିଜ୍‌ ହେବାର ସମ୍ଭାବନା ରହିଛି । ଏଥିମଧ୍ୟରୁ ଗୋଟିଏ ହେଲା ସଞ୍ଜୟ ଲୀଳା ଭଂସାଲୀଙ୍କ ‘ପଦ୍ମାବତୀ’ ଓ ଅନ୍ୟଟି ହେଲା ରୋହିତ ସେଟ୍ଟିଙ୍କ ‘ ସିମ୍ବା’।
ପ୍ରିୟଙ୍କା ଚୋପ୍ରା: ୨୦୧୭ରେ ବଲିଉଡ ଡିଭା ପ୍ରିୟଙ୍କା ଚୋପ୍ରା ତାଙ୍କର ଅଧିକାଂଶ ସମୟ ହଲିଉଡ ପ୍ରୋଜେକ୍ଟରେ ଦେଇଥିଲେ । ଏହି କାରଣରୁ ତାଙ୍କୁ ଗତବର୍ଷ କୌଣସି ଗୋଟିଏ ବି ହିନ୍ଦୀ ସିନେମାରେ ଦେଖିବାକୁ ପାଇ ନଥିଲେ ସିନେ ପ୍ରେମୀ । ୨୦୧୮ରେ ପ୍ରିୟଙ୍କା ଚୋପ୍ରାଙ୍କୁ ଆମେରିକୀୟ ଟିଭି ସିରିଏଲ୍‌ ‘ କ୍ୱାଣ୍ଟିକୋ-୨’ ରେ ଦେଖିବାକୁ ମିଳିବ । ଏତଦବ୍ୟତୀତ ସେ ଏକ ହିନ୍ଦୀ ସିନେମାରେ ବି କାମ କରିବେ ଏ ବର୍ଷ।

photo-indiatoday

କରିନା କପୁର ଖାନ୍‌ : ବଲିଉଡର ହଟ୍‌ ଆକ୍ଟ୍ରେସ୍‌ କରିନା କପୁର ଖାନ୍‌ ୨୦୧୭ରେ କୌଣସି ଫିଲ୍ମରେ ନଜର ଆସି ନଥିଲେ । ଗତ ବର୍ଷ ସେ ନିଜ ପୁଅ ତୈମୁର ପାଇଁ ଚର୍ଚ୍ଚାରେ ଥିଲେ । ୨୦୧୮ରେ ତାଙ୍କ ଅଭିନୀତ ସିନେମା ‘ବୀର୍‌ – ଦି େଓ୍ଵଡିଂ’ ରିଲିଜ୍‌ ହେବ । ଏଥିରେ ସେ ପୁଣି ଧମାଲ୍‌ କରିବେ ବୋଲି ଆଶା କରାଯାଉଛି ।

photo-INDIATODAY

ଫତିମା ସାନା ଖାନ୍‌ : ଅମୀର ଖାନ୍‌ଙ୍କ ଅଭିନୀତ ବ୍ଲକବଷ୍ଟର ମୁଭି ‘ ଦଙ୍ଗଲ’ ରେ ଅଭିନୟ କରି ବେଶ୍‌ ଚର୍ଚ୍ଚାକୁ ଆସିଥିଲେ ଫତିମା ସାନା ଶେଖ୍‌ । ହେଲେ ୨୦୧୭ରେ ତାଙ୍କୁ କୌଣସି ବି ହିନ୍ଦୀ ଛବିରେ ଦେଖିବାକୁ ପାଇ ନଥିଲେ । ୨୦୧୮ରେ ଫତିମା ପୁଣି ଅମୀର ଖାନ୍‌ ଓ ଅମିତାଭ ବଚ୍ଚନ ଙ୍କ ଅଭିନୀତ ତଥା ବିଜୟକୃଷ୍ଣ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ ରେ ଲିଡ ରୋଲରେ ନଜର ଆସିବେ । ଏଥର ସେ ଧମାଲ୍‌ କରିବେ ବୋଲି ଚର୍ଚ୍ଚା ହେଉଛି । ଏଥିରେ ଅବଶ୍ୟ କାଟ୍ରିନା କୈଫ୍‌ ବି ଅଛନ୍ତି।

ସମ୍ବନ୍ଧିତ ଖବର