ଆର ବର୍ଷର ଯେଉଁ ହିନ୍ଦୀ ସିନେମାକୁ ନେଇ ଦର୍ଶକଙ୍କ ମଧ୍ୟରେ  ରହିଛି ଉତ୍କଣ୍ଠା

୨୦୧୮ରେ   ଏଭଳି କେତୋଟି  ହିନ୍ଦୀ ସିନେମା ରିଲିଜ୍‌  ହେବ, ଯାହାକୁ  ନେଇ  ଏବେଠୁ  ଦର୍ଶକଙ୍କ  ମଧ୍ୟରେ  ଉତ୍କଣ୍ଠା  ଲାଗି ରହିଛି । ଏହି ସବୁ ଫିଲ୍ମ ସଂପର୍କରେ  ସଂକ୍ଷିପ୍ତ ସୂଚନା ।

୧-ଚନ୍ଦା ମାମା ଦୂର୍‌କେ- ଏହି ଫିଲ୍ମରେ  ସୁଶାନ୍ତ  ସିଂହ ରାଜପୁତ୍‌  ଜଣେ  ମହାକାଶଚାରୀ  ଭୂମିକାରେ  ଅଛନ୍ତି । ଏତଦ୍‌ବ୍ୟତୀତ ନଓ୍ଵାଜୁଦ୍ଦିନ ଓ ମାଧବନ୍‌  ମଧ୍ୟ  ଅଛନ୍ତି   ଗୁରୁତ୍ୱପୂର୍ଣ୍ଣ  ନଜର ଆସିବେ  ଏଥିରେ ।

photo-bollywoodlife.com

୨- ସଂଜୟ ଦତ୍ତ ବାୟୋପିକ୍‌ – ୨୦୧୮ର  ଏକ ବହୁ ପ୍ରତୀକ୍ଷିତ ହେଲା  ‘ ସଂଜୟ  ଦତ୍ତ ବାୟୋପିକ୍‌ ’ । ସଂଜୟ ଦତ୍ତଙ୍କ  ଜୀବନୀ  ଆକ୍ଷାରିତ  ଏହି ଫିଲ୍ମରେ  ଟାଇଟଲ ରୋଲରେ  ଅଛନ୍ତି  ରଣବୀର  କପୁର । ଏତଦ୍‌ବ୍ୟତୀତ ଅନୁଷ୍କା ଶର୍ମା, ଦୀୟା ମିର୍ଜା ଓ ସୋନମ୍‌  କପୁର  ଅଛନ୍ତି  ଅନ୍ୟାନ୍ୟ  ଭୂମିକାରେ ।  ରାଜ କୁମାର  ହିରାନୀ ଏହାର ନିର୍ଦ୍ଦେଶକ ।

photo-twitter

୩ – ‘ପ୍ୟାଡ୍‌ମ୍ୟାନ ’      – ‘ ଟଲଲେଟ୍‌ ଏକ ପ୍ରେମ୍‌ କଥା’ ପରେ  ପୁଣି ଏକ  ସାମାଜିକ ସମସ୍ୟା  ସମ୍ବଳିିତ ସିନେମାରେ  ନଜର  ଆସିବେ  ଅକ୍ଷୟ କୁମାର । ଏହାର ଶୀର୍ଷକ ହେଲା ‘ପ୍ୟାଡ୍‌ମ୍ୟାନ ’ । ଏହାର କଥାବସ୍ତୁ  ଅରୁଣା ଚନ୍ଦମ୍‌ ମୁରୁଗାନାଥନ୍‌ଙ୍କ ଜୀବନୀ ଉପରେ  ଆଧାରିତ , ଯିଏ କି  ଅଳ୍ପ  ଦରରେ  ସାନିଟାରି   ନାପ୍‌କିନ୍‌  ପ୍ରସ୍ତୁତ କରି  ମହିଳାଙ୍କୁ ଦେଇ ଖ୍ୟାତି  ଅର୍ଜନ କରିଥିଲେ ।   ଆର୍‌.ବାଲ୍‌କୀ ଏହାର ନିର୍ଦ୍ଦେଶନା  ଦେଇଥିବା  ବେଳେ ଟ୍ଵିଙ୍କଲ ଖାନ୍ନା ଓ  ଗୌରୀ  ସିନ୍ଦେ ଏହାର  ପ୍ରଯୋଜିକା  । ଏହି ସିନେମାକୁ ନେଇ  ବେଶ୍‌  ଉତ୍ସାହିତ  ଅଛନ୍ତି ଦର୍ଶକ ।

୪-କେଦାରନାଥ୍‌   – ଏହା  ସାରା ଅଲ୍ଲୀ ଖାନଙ୍କର  ଡେବ୍ୟୁ ସିନେମା  ହୋଇଥିବା  ହେତୁ  ବେଶ୍‌  ଚର୍ଚ୍ଚାରେ   ରହିଛି ।  ଅଭିଷେକ  କପୁରଙ୍କ ନିର୍ଦ୍ଦେଶିତ  ଏହି ଫିଲ୍ମର  ହିରୋ ହେଉଛନ୍ତି  ସୁଶାନ୍ତ ସିଂହ ରାଜପୁତ ।

୫ -ଗୋଲଡ୍‌ – ପ୍ରଖ୍ୟାତ  ନିର୍ଦ୍ଦେଶିକା  ରୀମା କାଗ୍‌ତିଙ୍କ ‘ ଗୋଲଡ୍‌’ ଏକ ସ୍ପୋର୍ଟସ ଡ୍ରାମା ।  ୧୯୪୮ ମସିହାରେ ଭାରତର ଅଲମ୍ପିକ୍ସରେ ପ୍ରଥମ ସୁବର୍ଣ୍ଣ ପଦକ  ପ୍ରସଙ୍ଗ  ଉପରେ  ଏହାର କାହାଣୀ  ଆଧାରିତ ।  ଏହି ସିନେମାରେ ଅକ୍ଷୟ କୁମାର ଅଛନ୍ତି  ଲିଡ୍‌  ରୋଲ୍‌ରେ  ଏବଂ ତାଙ୍କ  ବିପକ୍ଷରେ  ନାୟିକା  ଭାବେ ଡେବ୍ୟୁ  କରୁଛନ୍ତି  ଟେଲି ଷ୍ଟାର୍‌  ମୌନୀ ରୟ । ଏଥିରେ ଅମିତ୍‌ ସଧ୍‌  ମଧ୍ୟ   ଅଛନ୍ତି ଗୁରୁତ୍ୱପୂର୍ଣ୍ଣ  ଭୂମିକାରେ ।

୬-ମଣି କର୍ଣ୍ଣିକା  -ଦ କୁଇନ୍‌ ଅଫ୍‌  ଝାନ୍‌ସୀ-ଏଥିରେ  କଙ୍ଗନା  ରାନାଓ୍ଵାତ୍‌  ଥିବା ଯୋଗୁଁ ଚର୍ଚ୍ଚାରେ  ରହିଛି।।  ଏହା ଛଡା  ଜଣାଶୁଣା  ଟେଲି ତାରକା  ଅଙ୍କିତା ଲୋଖଣ୍ଡେ ବି ଏଥିରେ  ଡେବ୍ୟୁ  କରୁଛନ୍ତି ।  ଅଙ୍କିତାଙ୍କୁ   ଏଥିରେ  ଝଙ୍କାର ବାବର ଭୂମିକାରେ  ଦେଖିବାକୁ ପାଇବେ  ଦର୍ଶକ ।

photo-blogspot.com

୭-ଠଗ୍‌ସ  ଅଫ୍‌ ହିନ୍ଦୋସ୍ତାନ୍‌ – ପ୍ରଥମ ଥର ପାଇଁ  ଅମିତାଭ  ବଚ୍ଚନ  ଓ ଅମୀର ଖାନ୍‌ଙ୍କୁ ପରଦାରେ ଏକାଠି  ଦେଖିବାକୁ ମିଳିବ  ଏହି ଫିଲ୍ମରେ । ବିଜୟ କୃଷ୍ଣ ଆଚର୍ଯ୍ୟଙ୍କ ନିର୍ଦ୍ଦେଶିତ  ଏହି ସିନେମାରେ କାଟ୍ରିନା କୈଫ୍‌ ମଧ୍ୟ  ଅଭିନୟ  କରୁଛନ୍ତି ।  ଏହା ୨୦୧୮ର ଅନ୍ୟତମ ଆକର୍ଷଣ ହେବ ।

ସମ୍ବନ୍ଧିତ ଖବର