ମୁମ୍ବାଇ: ସୋସିଆଲ ମିଡିଆ ଇନଫ୍ଲୁଏନ୍ସ ତଥା ଇନଷ୍ଟାଗ୍ରାମ କ୍ରିଏଟରଙ୍କ ରୋଜଗାର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯିଏକି ମାତ୍ର ୨୩ ବର୍ଷ ବୟସରେ ୪୧ କୋଟି ଟଙ୍କାର ମାଲିକାଣୀ ଅଟନ୍ତି । ଦିନକୁ ତାଙ୍କର ରୋଜଗାର ହେଉଛି ୨.୫ ଲକ୍ଷ । ତେବେ ସେ ହେଉଛନ୍ତି ଜଣାଶୁଣା ସୋସିଆଲ ମିଡିଆ ଇନଫ୍ଲୁଏନ୍ସ ତଥା ଇନଷ୍ଟାଗ୍ରାମ କ୍ରିଏଟର ଅପୂର୍ବା ମୁଖାର୍ଜୀ । ସେ ''ରିବେଲ କିଡ୍'' ଭାବେ ବେଶ ପରିଚିତ ।
ମାତ୍ର ୨୩ ବର୍ଷ ବୟସରେ ୪୧ କୋଟି ଟଙ୍କାର ମାଲିକାଣୀ ହେଉଛନ୍ତି ଜଣାଶୁଣା ସୋସିଆଲ ମିଡିଆ ଇନଫ୍ଲୁଏନ୍ସ ତଥା ଇନଷ୍ଟାଗ୍ରାମ କ୍ରିଏଟର ଅପୂର୍ବା ମୁଖାର୍ଜୀ । ଦିନକୁ ତାଙ୍କର ରୋଜଗାର ହେଉଛି ୨.୫ ଲକ୍ଷ । ସେ ''ରିବେଲ କିଡ୍'' ଭାବେ ବେଶ ପରିଚିତ ।
ତେବେ ତାଙ୍କର ଏହି ରୋଜଗାର ସମ୍ପର୍କରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ବିତର୍କ ମଧ୍ୟ ଦେଖିବାକୁ ମିଳିଛି । ଆଇଆଇଟିର ଜଣେ ପୂର୍ବତନ ଛାତ୍ର ଏହାକୁ ନେଇ ସୋସିଆଲ ମିଡିଆ ଏକ୍ସରେ ଏକ ଲମ୍ବା ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କି, ପାଠପଢ଼ା ଏବଂ ସୋସିଆଲ ମିଡିଆ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଆମେ କେତେ ପାଠପଢ଼ି ଚାକିରୀ କରୁଛୁ । କିନ୍ତୁ ସୋସିଆଲ ମିଡିଆରେ କିଭଳି ଭାବେ ଲୋକେ ଅତି ସହଜରେ ଏତେ ରୋଜଗାର କରୁଛନ୍ତି ।
Studied 14 hrs a day to crack India’s toughest engineering exam, gave up home, friends, cousins, sleep, and dreams -got into IIT, then fought for 4+2 years with CGPA nightmares, lab viva trauma, and placement tension.
— DigitalSanghi🚩 (@digitalsangghi) June 30, 2025
Today? Not even 100 people know me. 🤡
Meanwhile… reels,… pic.twitter.com/BrT7G2quuy
ଆଇଆଇଟିର ପୂର୍ବତନ ଛାତ୍ର ଜଣକ ଏଭଳି ଏକ ପୋଷ୍ଟ କରିଥିବା ବେଳେ ଏହା ବେଶ ଭାଇରାଲ ହେବାରେ ଲାଗିଛି । କାରଣ ସେ ନିଜର ପୋଷ୍ଟରେ ଅପୂର୍ବାଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି କି, ଲାଲ ଲିପଷ୍ଟିକ୍, ବୋଲ୍ଡ କଣ୍ଟେନ ଏବଂ ଗାଳି କରି ଲୋକ ୪୧ କୋଟି ଟଙ୍କାର ମାଲିକାଣୀ ଅଟନ୍ତି । ସେପଟେ ଏହାର ଉତ୍ତର ରଖି ଅପୂର୍ବା କହିଛନ୍ତି କି, ଭାଇ ଏହା ଭୁଲ୍ । ଏହାସହ ସେ କହିଛନ୍ତି କି, ଏବେ କିଛି ଲୋକଙ୍କର ସୋସିଆଲ ମିଡିଆ ଏକ କ୍ୟାରିୟର ହୋଇଯାଇଛି । ପୂର୍ବରୁ ଯେଉଁମାନେ ନିଜର ଶିକ୍ଷା ଏବଂ ଚାକିରୀ ପାଇଁ ଯେଉଁ ସମ୍ମାନ ପାଉଥିଲେ ଏବେ ତାହା ମିଳୁନାହିଁ ।