‘ଦିଲ୍ଓ୍ଵାଲେ ଦୁହ୍ଲନିଆ ଲେ ଜାଏଙ୍ଗେ’ ରିଲିଜ୍କୁ ପୁରିଲା ୨୩ବର୍ଷ,ଜାଣନ୍ତୁ ଫିଲ୍ମ ସହ ଜଡ଼ିତ ୪ଟି ରୋଚକ ତଥ୍ୟ
ମୁମ୍ବାଇ : ରୋମାନ୍ସର କିଙ୍ଗ ଶାହାରୁଖ୍ ଖାନ୍ ଏବଂ ଅଭିନେତ୍ରୀ କାଜୋଲଙ୍କ ଅଭିତୀତ ଫିଲ୍ମ ‘ଦିଲ୍ଓ୍ଵାଲେ ଦୁହ୍ଲନିଆ ଲେ ଜାଏଙ୍ଗେ’କୁ ଆଜି ୨୩ବର୍ଷ ପୁରିଛି । ୨୩ବର୍ଷ ପୂର୍ବରୁ ରିଲିଜ୍ ହୋଇଥିବା ଏହି ଫିଲ୍ମ ରିଲିଜ୍ ପରେ ପରେ ହିଁ ଦର୍ଶକଙ୍କ ମନ ଜିଣିବା ଆରମ୍ଭ କରିଥିଲା । ଯାହା ଏବେ ବି ଲୋକମାନଙ୍କ ମଧ୍ୟରେ ପୂର୍ବ ଭଳି ତାଜା ହୋଇ ରହିଛି । ଫିଲ୍ମର ରିଲିଜ୍କୁ ୨୩ବର୍ଷ ପୁରିଥିଲେ ମଧ୍ୟ ଲୋକମାନଙ୍କ ମୁହଁରେ ଏବେ ବି ଫିଲ୍ମର ଡ଼ାଏଲଗ ରହିଛି । ଏହି ଫିଲ୍ମର ନିର୍ଦ୍ଦେଶକ କରଣ ଜୋହର ଥିବା ବେଳେ ଫିଲ୍ମ ସୁଟିଂ ସମୟରେ ଏହା ଇତିହାସ ରଚିବ ବୋଲି କେହି ଜାଣି ନଥିଲେ । ରିଲିଜ୍ ପରେ ଫିଲ୍ମକୁ ଯେଉଁ ସଫଳତା ମିଳିଥିଲା ତାହା ଫିଲ୍ମର ସମସ୍ତ ସଦସ୍ୟଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଆଜି ଫିଲ୍ମକୁ ୨୩ବର୍ଷ ପୂର୍ତ୍ତି ଅବସରରେ ଆମେ ଆପଣଙ୍କୁ ଫିଲ୍ମ ସହ ଜଡ଼ିତ ୫ଟି ଅଜଣା କଥା ବିଷୟରେ ଜଣାଇବାକୁ ଯାଉଛୁ ।
୧.ଫିଲ୍ମର କାହାଣୀ ପଢ଼ିବା ପରେ ଅଭିନେତା ଶାହାରୁଖ୍ ଖାନ୍ ଏହି ଫିଲ୍ମ କରିବେ ନାହିଁ ବୋଲି କହି ଦେଇଥିଲେ । ଯାହା ପାଇଁ ଆଦିତ୍ୟ ଚୋପ୍ରା ଶାହାରୁଖ୍ଙ୍କୁ ୪ଥର ଦେଖା ହୋଇ ବୁଝାଇବା ପରେ ଶାହାରୁଖ୍ ଏହି ଫିଲ୍ମ କରିବା ପାଇଁ ରାଜି ହୋଇଥିଲେ ।
୨.ଫିଲ୍ମରେ ସିମ୍ରନଙ୍କ ଭାବି ସ୍ୱାମୀ ଭୂମିକା ପାଇଁ ପ୍ରଥମେ ଅଭିନେତା ଅର୍ମାନ କୋହଲିଙ୍କୁ ନିଆଯିବା ପାଇଁ ସ୍ଥିର କରାଯାଇଥଲା । କିନ୍ତୁ ଫିଲ୍ମର ଅଡ଼ିସନ ଚାଲିଥିବା ବେଳେ ଅଭିନେତା ପର୍ମିତ୍ ସେଠି ବୁଟ୍,ଜିନ୍ସ ଏବଂ େଓ୍ଵଷ୍ଟକୋର୍ଟ ପିନ୍ଧି ପହଞ୍ଚି ଯାଇଥିଲେ । ଯାହା ପରେ ଆର୍ମାନଙ୍କ ସ୍ଥାନରେ ପର୍ମିତ୍ଙ୍କୁ ନିଆଯାଇଥଲା ।
୩.ଗୀତ ‘ତୁଝେ ଦେଖା ତୋ ୟେ ଜାନା ସନମ୍’ ହରିୟାଣାରେ ଥିବା ସୋରିଷ କ୍ଷେତରେ ସୁଟିଂ କରାଯାଇଥିଲା । ସୁଟିଂରେ କୃଷକମାନଙ୍କ ଫସଲ ହାନି ଘଟିବାରୁ ଏନେଇ କୃଷକମାନେ ଆନ୍ଦୋଳନ ମଧ୍ୟ କରିଥିଲେ । କିନ୍ତୁ ସେ ସମୟରେ ଶାହାରୁଖ୍ ହରିୟାଣବୀ ଭାଷା କହି କୃଷକମାନଙ୍କୁ ଶାନ୍ତ କରାଇଥିଲେ ।

୪.ଫିଲ୍ମରେ ଥିବା ଗୀତ ମଧ୍ୟରୁ ପ୍ରଥମେ ମେରେ କ୍ୱାବୋଁ ମେଁ ଜୋ ଆଏ ଗୀତଟି ପ୍ରଥମେ ରେକର୍ଡ଼ କରାଯାଇଥିଲା । କିନ୍ତୁ ଗୀତର ଲେଖାକୁ ରେକର୍ଡ଼ କରାଯିବା ପୂର୍ବରୁ ଆଦିତ୍ୟ ଚୋପ୍ରା ୨୪ଥର ବଦଳାଇଥିଲେ ।