ଏହି ବଲିଉଡ୍‌ ଅଭିନେତାମାନେ ଖୁବ୍‌ ରାଗି, ସର୍ବସମ୍ମୁଖରେ ରାଗରେ କରି ସାରିଛନ୍ତି ଏଭଳି କାମ

ମୁମ୍ବାଇ : ବଲିଉଡ଼ କଳାକାର ନିଜ ନିଜ ଫିଲ୍ମ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଯେତେବେଳେ କଥା ସେମାନଙ୍କ ଦୁର୍ବ୍ୟବହାର ନେଇ କଥା ଉଠେ ସେତେବେଳେ ତାହା ଆପେ ଆପେ ଚର୍ଚ୍ଚାର ପରିସରକୁ ଆସିଯାଏ। ଏମିତି କିଛି ବଲିଉଡ଼ କଳାକାର ଏମିତି ଅଛନ୍ତି ଯେଉଁମାନେ ପରଦା ଉପରେ ଭଲ ଚରିତ୍ରରେ ନଜର ଆସୁଥିବା ବେଳେ ଅସଲ ଜୀବନରେ କିନ୍ତୁ ଭିନ୍ନ ବ୍ୟବହାର ପ୍ରଦର୍ଶନ କରିଥାଆନ୍ତି । ଆଜି ଆମେ କିଛି ଏପରି କଳାକାରମାନଙ୍କ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ, ଯେଉଁମାନେ ପରଦା ଉପରେ ରୋମାନ୍ସ କରୁଥିବା ବେଳେ ପରଦା ପଛରେ ସେମାନଙ୍କ ରୂପ କିଛି ଅଲଗା ।

୧.ରଣବୀର ସିଂ : ରଣବୀର ବଲିଉଡ଼ରେ ଏଣ୍ଟ୍ରି କରିବା ପରଠାରୁ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେବା ଆରମ୍ଭ କରି ଦେଇଥିଲେ । ପରଦା ଉପରେ ରଣବୀର କେତେ ରୋମାଣ୍ଟିକ ତାହା ସମସ୍ତେ ଜାଣିଥିବେ । କିନ୍ତୁ ଅସଲ ଜୀବନରେ ସେ କେତେ ରାଗି ତାହା ବୋଧ ହୁଏ କ୍ୱଚିତ ଲୋକଙ୍କୁ ଜଣା ଥିବ । ଛୋଟ ଛୋଟ କଥାରେ ରଣବୀର ନିଜ ରାଗକୁ ନିୟନ୍ତ୍ରଣ କରି ପାରୁ ନ ଥିବା ବେଳେ ଥରେ ଏକ ବିମାନ ମଧ୍ୟରେ ଏୟାରହୋଷ୍ଟେସଙ୍କ ସହ ଝଗଡ଼ା କରିଥିଲେ । ଆଉ ଥରେ ସେ ବିମାନ ମଧ୍ୟରେ ଏୟାରହୋଷ୍ଟେସଙ୍କୁ ମାରିବା ପାଇଁ ମଧ୍ୟ ହାତ ଉଠାଇ ଦେଇଥିଲେ ବୋଲି ଚର୍ଚ୍ଚା ହୋଇଥିଲା ।

The Indian Express

୨.ଶାହାରୁଖ୍‌ ଖାନ୍‌ : ଶାହାରୁଖ୍‌ ଖାନ୍‌ଙ୍କୁ ବଲିଉଡର ବାଦ୍‌ଶାହା ବୋଲି କୁହାଯାଏ । ଫିଲ୍ମ କ୍ୟାରିୟର ଆରମ୍ଭ କରିବା ପରେ ପରେ ସେ ସବୁ ଝିଅଙ୍କ ମନରେ ରାଜ କରିବା ଆରମ୍ଭ କରିଥିଲେ । ସମସ୍ତଙ୍କ ହୃଦୟର ସ୍ପନ୍ଦନ ବନିଥିବା ଶାହାରୁଖ୍‌ ଅସଲ ଜୀବନରେ କେତେ ରାଗୀ ତାହା ଜଣାନ୍ତି କି? ସୁଟିଂ କରୁଥିବା ବେଳେ ପ୍ରତି କଥାରେ ଶାହାରୁଖ୍‌ ରାଗି ଯାଆନ୍ତି। ଗତ ଆଇପିଏଲ୍‌ ମ୍ୟାଚ୍‌ ସମୟରେ ମଧ୍ୟ ସେ ଜଣେ ଗାର୍ଡ଼ଙ୍କ ଉପରେ ଛୋଟ କଥା ପାଇଁ ରାଗିଥିବାର ଦେଖା ଯାଇଥିଲା ।

just info check

୩.ସଲମାନ ଖାନ୍‌ : ବଲିଉଡର ଟାଇଗର ହେଉଛନ୍ତି ସଲମାନ ଖାନ୍‌ । ସଲମାନ କେତେ ରାଗି ତାହା ପ୍ରାୟ ସମସ୍ତଙ୍କୁ ଜଣା । ପ୍ରତିଥର କିଛି ନା କିଛି କାରଣରୁ ସଲମାନ ନିଜ ରାଗ ଅନ୍ୟ ଉପରେ ଶୁଝାଉଥିବାର ଦେଖିବାକୁ ମିଳିଥାଏ । କେବେ ସାମ୍ବାଦିକମାନଙ୍କ ଉପରେ ତ କେବେ ନିଜ ଫ୍ୟାନ୍‌ମାନଙ୍କ ଉପରେ ସଲମାନ ରାଗୁଥିବାର ଦେଖିବାକୁ ମିଳିଥାଏ । ଏହା ସହ ନିଜ ପ୍ରେମିକାମାନଙ୍କ ଉପରେ ମଧ୍ୟ ସଲମାନ ହାତ ଉଠାନ୍ତି ବୋଲି ଅନେକ ଥର ଖବର ଆସି ସାରିଛି ।

DNA India
ସମ୍ବନ୍ଧିତ ଖବର