ବକ୍ସ ଅଫିସରେ ଫେଲ ମାରିଲା ସଞ୍ଜୟ ଦତ୍ତ ଓ ସନ୍ନି ଦେଓଲଙ୍କ ଜଲବା

ମୁମ୍ବାଇ: ବକ୍ସ ଅଫିସରେ ଫେଲ ମାରିଲା ଗତ ଶୁକ୍ରବାର ଦିନ ରିଲିଜ ହୋଇଥିବା ତିନିଟି ଫିଲ୍ମ | ଏହି ଫିଲ୍ମଗୁଡିକ ଦର୍ଶକଙ୍କୁ ସେତେ ଆକୃଷ୍ଟ କରିପାରନାହିଁ | ଦମଦାର ଷ୍ଟାର କାଷ୍ଟ ଥିବା ସତ୍ୱେ ଫିଲ୍ମଗୁଡିକୁ ଲୋକ ପସନ୍ଦ କରିନାହାନ୍ତି | ରିଲିଜ ଦିନ ‘ପଲ ପଲ ଦିଲ କେ ପାସ’ ୧ କୋଟି ୨୦ ଲକ୍ଷ ଟଙ୍କା ଆୟ କରିଥିବାବେଳେ ଦ୍ଵିତୀୟ ଦିନ ୧ କୋଟି ୫୦ ଲକ୍ଷ ଟଙ୍କା ଆୟ କରିଥିଲା | ସେହିପରି ଫିଲ୍ମ ପ୍ରସ୍ଥାନମ ମୋଟ ୧ କୋଟି ୭୫ ଲକ୍ଷ ଟଙ୍କା ଓ ଦି ଜୋୟା ଫ୍ୟାକ୍ଟର ମୋଟ ୧ କୋଟି ୫୦ ଲକ୍ଷ ଟଙ୍କା ହିଁ ଆୟ କରିପାରିଛି |

ଚଳଚ୍ଚିତ୍ର ‘ପଲ୍ ପଲ୍ ଦିଲ୍ କେ ପାସ୍’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ କରଣ ଦେଓଲ୍ ଓ ସେହେର୍ ସାମ୍ବା । ସେହିପରି ପ୍ରସ୍ଥାନମ୍ ଜରିଆରେ ପ୍ରଯୋଜନା ମଇଦାନରେ ପାଦ ରଖିଥିଲେ ଅଭିନେତା ସଞ୍ଜୟ ଦତ୍ତ | ଚଳଚ୍ଚିତ୍ର ‘ପଲ୍ ପଲ୍ ଦିଲ୍ କେ ପାସ୍’ରେ ଜଣେ ଟ୍ରେକିଂ ଗାଇଡ୍ ଆଉ ତା’ର ପ୍ରେମ କାହାଣୀକୁ ନେଇ ସିନେମାର କାହାଣୀ ଗତିଶୀଳ ହୋଇଛି । ଫିଲ୍ମରେ ଟ୍ରେକିଂ ଗାଇଡ୍ ଭାବେ ଅଭିନେତା କରଣ ଦେଓଲଙ୍କୁ ଦେଖିବାକୁ ମିଳିଛି । ଆଉ ସିନେମାରେ କରଣଙ୍କ ବିପକ୍ଷରେ ନାୟିକା ଭାବେ ନବାଗତା ସୁନ୍ଦରୀ ସେହେର୍ ବାମ୍ବାଙ୍କୁ ଦେଖିବାକୁ ମିଳିଛି । ସନ୍ନି ଦେଓଲଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ନିଜେ ସନ୍ନି ଦେଓଲ୍ । ସେହିପରି ପଲିଟିକାଲ୍ – ଥ୍ରୀଲର୍ ଫିଲ୍ମ ‘ପ୍ରସ୍ଥାନମ୍’ ରେ ରାଜନୀତିକୁ ନେଇ କିପରି ଏକ ପରିବାର ନଷ୍ଟ ହୋଇଯାଏ ତାହାକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି । ବାପା ଆଗରେ ନିଜକୁ ଶ୍ରେଷ୍ଠ ଭାବେ ପରିଚିତ କରିବା ପାଇଁ ଦୁଇ ଭାଇ ପରସ୍ପରର ଶତ୍ରୁ ହୋଇ ଯାଆନ୍ତି । ସିନେମାରେ ସଂଜୟ ଦତ୍ତ, ବାପା ଭୂମିକାରେ ଅଭିନୟ କରିଥିବାବେଳେ, ଏଥିରେ ତାଙ୍କ ଦୁଇ ପୁଅ ଭାବେ ଅଲ୍ଲି ଫଜଲ୍ ଓ ସତ୍ୟଜୀତ ଦୁବେଙ୍କୁ ଦେଖିବାକୁ ମିଳିଛି । ସଂଜୟ ଦତ୍ତ ଓ ମାନ୍ୟତା ଦତ୍ତଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଦେବ୍ କଟ୍ଟା ।

ଏହି ୨ଟି ସିନେମା ବ୍ୟତୀତ କମେଡି – ଡ୍ରାମା ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର୍’ ସିନେମାର କାହାଣୀ ଜୋୟା ନାମକ ଏକ ଝିଅକୁ ନେଇ ଗତିଶୀଳ ହୋଇଛି । ୧୯୮୩ ମସିହା ଭାରତ କ୍ରିକେଟ୍ ୱାର୍ଲ୍ଡ କପ୍ ଜିତିବା ଦିନ ଜୋୟାର ଜନ୍ମ ହୋଇଥାଏ । ଏଥିପାଇଁ ସେ ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ଭାଗ୍ୟବତୀ ସାବ୍ୟସ୍ତ ହୁଏ । କ୍ରିକେଟର୍ ମାନେ ଜୋୟାକୁ ଜୋୟା ଦେବୀବୋଲି ଭାବନ୍ତି । ଏହାରି ଭିତରେ ଦଳର କ୍ୟାପ୍ଟେନ୍କୁ ଜୋୟା ଭଲ ପାଇବସେ । ଏମିତି ଏକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ‘ଦ ଜୋୟା ଫ୍ୟାକ୍ଟର୍’ରେ ଜୋୟା ଚରିତ୍ରରେ ଅଭିନେତ୍ରୀ ସୋନମ୍ କପୁରଙ୍କୁ ଦେଖିବାକୁ ମିଳିଛି । ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ କପୁର୍ ।

ସମ୍ବନ୍ଧିତ ଖବର