୧୦ମ ରୁଚି ଓଫା ଆୱାର୍ଡସ ୨୦୨୧ : ପୁରସ୍କୃତ ହେଲେ ଓଲିଉଡ୍‌ର ୩୦ ପ୍ରତିଷ୍ଠିତ କଳାକାର

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ହୋଟେଲ ମେଫେୟାରଠାରେ ଓଡ଼ିଶାର ଅଗ୍ରଣୀ ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ହ୍ବାଇଟ କାନଭାସ ଆନୁକୁଲ୍ୟରେ ୧୦ମ ରୁଚି ଓଫା ଆୱାର୍ଡସ ୨୦୨୧ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ଭାରତରସର୍ବବୃହତ ତଥା ଓଲିଉଡର ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ ଓଫା ଆୱାର୍ଡସ ୨୦୨୧କୁ ଉଦଘାଟନ କରିଥିଲେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ତଥା ‘ଓଡ଼ିଶା ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ। ଉଦ୍‌ଘାଟନୀ ପର୍ବର ଅନ୍ୟ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଶା ଚଳଚ୍ଚିତ୍ର ନିଗମର ଅଧକ୍ଷ ସତ୍ୟବ୍ରତ ତ୍ରିପାଠୀ, ରୁଚିର ପରିଚାଳନା ନିର୍ଦ୍ଦେଶକ ଡ଼.ଶରତ କୁମାର ସାହୁ, ଏସ୍.ଏନ୍.ଏମ୍.ର ପରିଚାଳନା ନିର୍ଦ୍ଦେଶକ ପ୍ରବୋଧ କୁମାର ମହାନ୍ତି। ଏହି ଅବସରରେ ଓଫା ଆୱାର୍ଡସର ନୂତନ ଲୋଗୋ ଉନ୍ମୋଚନ କରିଥିଲେ ଦଧିଚି ଗ୍ରୁପର ଅଧକ୍ଷ ଡ଼. ମନୋଜ କୁମାର ଦାଶ, ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ, ସେଣ୍ଟଜାଭିୟର୍ସ ଗ୍ରୁପ୍‌ ଅଫ ସ୍କୁଲର ନିର୍ଦ୍ଦେଶକ ଡ଼.ପ୍ରଭୁଚରଣ ମହାନ୍ତି ଓ ସାଇଓ୍ୱାଲ୍ଡର ପରିଚାଳନା ନିର୍ଦ୍ଦେଶକ ପିୟୁଷ ମହାନ୍ତି।  ଆଗାମୀ ବର୍ଷଠାରୁଏହି ପୁରସ୍କାର ଓଡିଶା ଫିଲ୍ମ ଫେଷ୍ଟିଭାଲ ଓ ଆୱାର୍ଡସ ନାମରେ ନାମିତ ହେବ ବୋଲି ଘୋଷଣା କରିଥିଲେ ଓଫାର ସଭାପତି ବାପୁ ଲେଙ୍କା।

କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଓଫାର ୧୦ ବର୍ଷର ଜୟ ଯାତ୍ରା କାହାଣୀ ପ୍ରଦର୍ଶନରୁ। ପରେ ପରେ ପୁରସ୍କାର ପର୍ବର ପ୍ରଥମ ସୋପାନରେ ୧୦ମ ରୁଚି ଓଫାର ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ମାନିତ କରାଯାଇଥିଲା ଓଡିଶାର ଅଦ୍ୱିତୀୟ ଅଭିନେତା ଓ ନିର୍ଦ୍ଦେଶକ ସ୍ବର୍ଗତଃ ଅଜିତ ଦାସଙ୍କୁ। ଅଜିତ ଦାସଙ୍କ ଅବର୍ତ୍ତମାନରେ ତାଙ୍କ ଧର୍ମ ପତ୍ନୀ ମାୟା ଦାସ ଏହି ପୁରସ୍କାର ଗ୍ରହଣ କରିଥିଲେ। ଓଫାର ଅଧକ୍ଷ ଉଲ୍ଲାସ ଚନ୍ଦ୍ର ବେହୁରାଙ୍କ ଅଧକ୍ଷତାରେ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରିଥିଲେ ରୁଚିର ପରିଚାଳନା ନିର୍ଦ୍ଦେଶିକା ସଙ୍ଗୀତା ସାହୁ, ରଶ୍ମୀ ସାହୁ, ତୃପ୍ତି ଗ୍ରୁପର ନିର୍ଦ୍ଦେଶକ ରୁଦ୍ର ନାରାୟଣ ସାମନ୍ତରାୟ, ଅସ୍ଥା ଫୁଡ୍ସର ନିର୍ଦ୍ଦେଶକ ଜିଗ୍ନେଶ ରାୟ। ପୁରସ୍କାରସ୍ବରୁପ ତାଙ୍କୁ ନଗଦ ୨୫୦୦୦ ଟଙ୍କାର ଅର୍ଥରାଶି, ଓଫାର ସ୍ବତନ୍ତ୍ର ଟ୍ରଫି, ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା। ଓଫାର ଉପାଧକ୍ଷ ସ୍ମୃତିଶିକ୍ତସାମା ରୟଙ୍କ ପୌରହିତ୍ୟରେ ଚଳିତବର୍ଷର ଓଲିଉଡ୍ ଆଇକନ୍‌ ସମ୍ମାନରେ ସମ୍ମାନିତ କରାଯାଇଥିଲା ସିଦ୍ଧାନ୍ତ ମହାପାତ୍ରଙ୍କୁ। ଓଫାର ନିର୍ଦ୍ଦେଶକ ଚୁଣ୍ଟୁ ମିଶ୍ର, ସୌମ୍ୟଜିତ ପରିଡ଼ା, ଅମୃତ ରଞ୍ଜନ ଦାଶ, ଜ୍ଞାନ ରଞ୍ଜନ ରାୟଙ୍କ ଅଧକ୍ଷତାରେ ୨୮ଟି ଭିନ୍ନ ଭିନ୍ନ ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଥିଲା।

୧୦ମ ସଂସ୍କରଣରେ ଶ୍ରେଷ୍ଠ ଅଭିନେତା ଭାବେ ବାବୁସାନ୍, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଅର୍ଚ୍ଚିତା ସାହୁ, ଶ୍ରେଷ୍ଠ ଅଭିନେତା (ଜୁରି ଚଏସ)ଭାବେ ସବ୍ୟସାଚୀ, ଶ୍ରେଷ୍ଠ ଅଭିନେତ୍ରୀ (ଜୁରୀ ଚଏସ୍) ଭାବେ ଭୂମିକା, ଶ୍ରେଷ୍ଠ ନବାଗତ ନାୟକ ଭାବେ ସମୀର ଶତପଥୀ, ଶ୍ରେଷ୍ଠ ନବାଗତ ଅଭିନେତ୍ରୀ ଭାବେ ସାୟଲ ମୁଖାର୍ଜୀ, ଶ୍ରେଷ୍ଠ ଖଳନାୟକ ଭାବେ ମିହିର ଦାସ, ଶ୍ରେଷ୍ଠସହ ଅଭିନେତା ଭାବେ ମନୋଜ ମିଶ୍ର, ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ଅନୁ ଚୌଧୁରୀ, ଶ୍ରେଷ୍ଠ ସହ ଅଭିନେତା (ଦର୍ଶକଙ୍କ ପସନ୍ଦ) ଭାବେ ଶ୍ରୀତମ ଦାସ, ଶ୍ରେଷ୍ଠ ସହ ଅଭିନେତ୍ରୀ (ଦର୍ଶକଙ୍କ ପସନ୍ଦ) ଭାବେ ଶିବାନୀ ସଙ୍ଗୀତା, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଅଶୋକ ପତି, ଶ୍ରେଷ୍ଠ ନବାଗତ ନିର୍ଦ୍ଦେଶକ ଭାବେ ପପୁ ପମ୍ ପମ୍‌, ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ତରଙ୍ଗ ସିନେ ପ୍ରଡକ୍ସନର ମିଷ୍ଟର ମଜନୁ, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ପ୍ରେମ ଆନନ୍ଦ, ଶ୍ରେଷ୍ଠ କଣ୍ଠଶିଳ୍ପୀ (ପୁ) ଭାବେ ହ୍ୟୁମାନ ସାଗାର, ଶ୍ରେଷ୍ଠ କଣ୍ଠଶିଳ୍ପୀ (ଝିଅ) ଭାବେ ଅନ୍ତରା ଚକ୍ରବର୍ତ୍ତୀ, ଶ୍ରେଷ୍ଠ ଗୀତିକାର ଭାବେ ବାପୁ ଗୌସ୍ବାମୀ, ଶ୍ରେଷ୍ଠ ସଂଳାପକାର ଭାବେ ଦେବୀଦତ୍ତ ମହାନ୍ତି, ଶ୍ରେଷ୍ଠ କ୍ୟାମେରାମ୍ୟାନ ଭାବେ ରବୀନ୍ଦ୍ର ବେହେରା, ଶ୍ରେଷ୍ଠ ସଂପାଦକ ଭାବେ ରାଜେଶ ଦାଶ, ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶକ ଭାବେ ଲୁବୁନ ଟୁବୁନ, ଚଳଚ୍ଚିତ୍ର ସାମ୍ବାଦିକ ଭାବେ ଗୌରୀଶଙ୍କର ପଣ୍ଡା, ଶ୍ରେଷ୍ଠ ପ୍ରଯୋଜକ ( ଦର୍ଶକୀୟ ପସନ୍ଦ) ଭାବେ ନବୀନ ଭଣ୍ଡାରୀ, ଶ୍ରେଷ୍ଠ ଉତ୍ସାହୀ ପ୍ରଯୋଜକ ଭାବେ ଏନ୍. ଗଙ୍ଗାଧର ରେଡ୍ଡୀ ଏବଂ ଶ୍ରେଷ୍ଠ ଉଦୀୟମାନ ଅଭିନେତା ଭାବେ ଶୁଭାଶିଷ ନାଥଶର୍ମା ପୁରସ୍କୃତ ହୋଇଥିଲେ । ଓଫା ସହସଂଶ୍ଳିଷ୍ଟ କିଛି ବିଶେଷ ବ୍ୟକ୍ତିଙ୍କୁ ଓଫାର ଉପଦେଷ୍ଟା ପ୍ରଶାନ୍ତ ମହାନ୍ତି ସମ୍ବୋର୍ଦ୍ଧିତ କରିଥିଲେ। ଏହି ସିନେ ଉତ୍ସବରେ ଓଡ଼ିଶାର ପ୍ରତିଷ୍ଠିତ ନୃତ୍ୟ ଗୁରୁ ସଫିବୁଲ୍ହକ(ବାବୁ)ଙ୍କ ନିର୍ଦ୍ଦେଶନାରେ ମୋକ୍ଷର କଳାକାରମାନେ ଓଡ଼ିଆ ଚଳଚ୍ଚିତ୍ରର ପୁରୁଣା ସଙ୍ଗୀତକୁ ନୃତ୍ୟରେ ସଜାଇ ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିବା ବେଳେ ଲୁବୁନ ଟୁବୁନ ଗ୍ରୁପର କଳାକାରମାନେ ଆଧୁନିକ ନୃତ୍ୟ ପ୍ରଦର୍ଶନ କରଥିଲେ। ସେହିପରି କମେଡିଆନ ଗୁଡ୍ଡୁ ଓ ନଟିଆ କମେଡିରେ ଦର୍ଶକମାନଙ୍କୁ ହସାଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଜେଡିର ରାଜ୍ୟସାଧାରଣ ସଂପାଦକ ପ୍ରମୋଦ କିଶୋର ଜେନା, ସାନଖେମୁଣ୍ଡିର ବିଧାୟକ ରମେଶ ଚନ୍ଦ୍ର ଜେନା, ପ୍ରମେୟ ଗ୍ରୁପରସି.ଇ.ଓ. ସୁନୀଲ ଦାସ, ସକାଳର ସି.ଇ.ଓ. ସୁବ୍ରତ ଦାଶ, ପ୍ରଯୋଜକ ଅକ୍ଷୟ ପରିଜା, ସମାଜସେବୀ ଡ. ସୌମେନ୍ଦ୍ର ମହାପାତ୍ର, ପୂର୍ବତନ ଆୟକର ନିର୍ଦ୍ଦେଶକ ବିଧୁ ଭୂଷଣ ମହାନ୍ତି, ଇମାଓରସଂପାଦକ ସରୋଜ ମାଲିଆ, ସହ ସଂପାଦକ ଅକ୍ଷେନ୍ଦୁ ପଟ୍ଟନାୟକ, ଉପ ସଭାପତି ଶିବୁ ପଟ୍ଟନାୟକ, ଓପେରାର ବିଜୟିନୀ ସୁଭାଙ୍ଗୀ, ଅଭିନେତ୍ରୀ ପ୍ରିୟଙ୍କା, ବୁଲୁ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଜେନେରାଲ ମ୍ୟାନେଜର ମୁକ୍ତି ରନ ରାୟ, ପିତାମ୍ବର ସାହୁ, ଚିକିତ୍ସକ ପ୍ରଶାନ୍ତ ସାବତ, ମୃତୁଞ୍ଜୟ ଦାଶ, ସୁଶୃତ ଦାସ, ଗୋପବନ୍ଧୁ ନନ୍ଦ ପ୍ରମୁଖ ଯୋଗ ଦେଇ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥରଲେ। ଏହି କାର୍ଯ୍ୟକ୍ରମ ଗତବର୍ଷ ମାର୍ଚ୍ଚ ୧୫ ତାରିଖରେ କୋଭିଡ୍ ପାଇଁ ସ୍ଥଗିତ ଥିବା ବେଳେ ଓଫାର ୧୧ତମ ସଂସ୍କରଣ ଧୁମଧାମରେ ଅନୁଷ୍ଠିତ ହେବ ବୋଲି ପ୍ରକାଶ କରିଥିଲେ ଆୟୋଜକମାନେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପତିତପାବନ ପଣ୍ଡା, ସନ୍ତୋଷ ନାୟକ, ପ୍ରଦୀପ ସାହୁ, ପୃଥ୍ବୀରାଜ ସ୍ବାଇଁ, ଅସିତ ସାମଲ, ସୌରଭ ଦାସ ଓ ଉତ୍କଳ କେଶରୀ ସିଂହ।

ସମ୍ବନ୍ଧିତ ଖବର